Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଧ୍ୟତାମୂଳକ ହେଲା ମାସ୍କ ପିନ୍ଧିବା, ନଚେତ୍ ଦେବାକୁ ପଡିବ ୫୦୦ ଟଙ୍କା ଜରିମାନା
ଆଜିର ଖବର

ବାଧ୍ୟତାମୂଳକ ହେଲା ମାସ୍କ ପିନ୍ଧିବା, ନଚେତ୍ ଦେବାକୁ ପଡିବ ୫୦୦ ଟଙ୍କା ଜରିମାନା

April 20, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପୁଣିଥରେ ଦେଶର ସମସ୍ତ ରାଜ୍ୟ ସମେତ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କରୋନାଭାଇରସ୍ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କୋଭିଡ ମାମଲା ବୃଦ୍ଧି ହେତୁ ଚିନ୍ତାଜନକ ପରିସ୍ଥିତି ମଧ୍ୟରେ ଆଜି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଦିଲ୍ଲୀରେ ମାସ୍କ ପିନ୍ଧିବା ପାଇଁ ବାଧ୍ୟତାମୂଳକ କରାଯାଇଛି।

ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଏଲଜି) ଅନିଲ ବୈଜଲ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନା ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀରେ କେଉଁ ପ୍ରତିବନ୍ଧକ ଲଗାଯାଇଛି, ଆସନ୍ତୁ ଜାଣିବା…

– ଆଜି ଅନୁଷ୍ଠିତ DDMA ବୈଠକରେ କୋଭିଡ-୧୯ ର ପରିସ୍ଥିତିକୁ ଦୃଷ୍ଟିରେ ରଖି ମାସ୍କକୁ ପୁଣି ବାଧ୍ୟତାମୂଳକ କରାଯାଇଛି।

– ବର୍ତ୍ତମାନ ଯେଉଁମାନେ ମାସ୍କ ପିନ୍ଧିବେ ନାହିଁ, ସେମାନଙ୍କୁ ୫୦୦ ଟଙ୍କା ଜରିମାନା କରାଯିବ।

– କୋଭିଡ-ପରୀକ୍ଷଣ ବୃଦ୍ଧି କରାଯିବ।

– ଟୀକାକରଣ ଉପରେ ଅଧିକ ଗୁରୁତ୍ୱ ଦିଆଯିବ।

– DDMA ବୈଠକରେ ବିଦ୍ୟାଳୟ ବନ୍ଦ ନକରିବାକୁ ନିଷ୍ପତ୍ତି ନିଆଯାଇଛି।

– ଏଥିସହିତ ସରକାର ସାମାଜିକ କାର୍ଯ୍ୟ ଉପରେ ତୀକ୍ଷ୍ଣ ନଜର ରଖିବେ।

ଉଲ୍ଲେଖ ଯୋଗ୍ୟ ଯେ, ଦିଲ୍ଲୀରେ କରୋନା ମାମଲା ବିଷୟରେ କହିବାକୁ ଗଲେ ଗତ ୨୪ଘଣ୍ଟା ମଧ୍ୟରେ ୨୬ ପ୍ରତିଶତ ବୃଦ୍ଧି ପଞ୍ଜିକୃତ ହୋଇଛି। ଉଲ୍ଲେଖନୀୟ ବିଷୟ ହେଉଛି, ମଙ୍ଗଳବାର ଦିନ ରାଜଧାନୀରେ କୋଭିଡ-୧୯ ର ୬୩୨ଟି ନୂଆ ମାମଲା ପଞ୍ଜିକୃତ ହୋଇଛି। ଏହାପୂର୍ବରୁ ସୋମବାର ଦିନ ଦିଲ୍ଲୀରେ କୋଭିଡ -୧୯ ର ୫୦୧ ଟି ନୂଆ ମାମଲା ରିପୋର୍ଟ ହୋଇଥିଲା।

DDMA ଜରିମାନା ଦିଲ୍ଲୀ ମାସ୍କ ପିନ୍ଧିବା
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026
Latest News

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.