Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ପ୍ରଥମ: ଅତ୍ୟାଧୁନିକ ବ୍ରାଭୋସ୍ ବ୍ରାକିଥେରାପି ପଦ୍ଧତିରେ ସୁସ୍ଥ ହେଲେ ଜୀଭ କର୍କଟ ରୋଗୀ
ଆଜିର ଖବର

ଓଡ଼ିଶାରେ ପ୍ରଥମ: ଅତ୍ୟାଧୁନିକ ବ୍ରାଭୋସ୍ ବ୍ରାକିଥେରାପି ପଦ୍ଧତିରେ ସୁସ୍ଥ ହେଲେ ଜୀଭ କର୍କଟ ରୋଗୀ

April 21, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବେନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଜିଭ କର୍କଟ ରୋଗର ସଫଳ ଚିକିତ୍ସା ଦ୍ୱାରା ନିକଟରେ ଜଣେ ରୋଗୀ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି। ଓଡ଼ିଶାରେ ପ୍ରଥମ ଥର ପାଇଁ ସମ୍ମମ୍‌ରେ ଅତ୍ୟାଧୁନିକ ବ୍ରାଭୋସ୍ ବ୍ରାକିଥେରାପି ପଦ୍ଧତି ପ୍ରୟୋଗ ଦ୍ୱାରା ସମ୍ପୃକ୍ତ କର୍କଟ ରୋଗୀଙ୍କୁ ସୁସ୍ଥ କରାଯାଇପାରିଛି। ଏହି ନେଇ ସୂଚନା ଦେଇଛନ୍ତି ରେଡିଏସନ୍ ଅଙ୍କୋଲୋଜି ବିଭାଗର ମୁଖ୍ୟ ଡାକ୍ତର ଚିର ରଞ୍ଜନ୍ ଖାଡଙ୍ଗା।

୪୫ ବର୍ଷ ବୟସ୍କ ରଘୁନାଥ ମହାନ୍ତି ଯାହାଙ୍କର ଜିଭରେ ଦୀର୍ଘ ସମୟ ଧରି ଏକ ପ୍ରକାର ଘା’ (ଅଲ୍‌ସର) ରହିଥିଲା। ବାୟୋପ୍ସି ପରୀକ୍ଷା ପରେ ଏହା ଏକ କର୍କଟ ଜନିତ ଟ୍ୟୁମର ବୋଲି ଜଣାପଡ଼ିଥିଲା। ତେବେ ସେ ପୂର୍ବରୁ ଚିକିତ୍ସା କରାଉଥିବା ହସ୍ପିଟାଲ୍‌ରେ ତାଙ୍କ ଜିଭଟିକୁ ଅସ୍ତ୍ରୋପଚାର ଜରିଆରେ ସଂପୂର୍ଣ୍ଣ ବାହାର କରି ଦେବାର ନିଷ୍ପତି ନିଆଯାଇଥିଲା। ଏହା ଦ୍ୱାରା ତାଙ୍କୁ ସାରା ଜୀବନ ଠିକ୍ ଭାବେ କଥା କହିବାରେ ସମସ୍ୟା ସୃଷ୍ଟି ହୋଇଥାନ୍ତା। ତେଣୁ ଏଭଳି ଚିକିତ୍ସାର ବିକଳ୍ପ ଓ ଉତ୍ତମ ପଦ୍ଧତି ନିମନ୍ତେ ସେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ପହଂଚିଥିଲେ।

ସମ୍ମମ୍‌ରେ ରେଡିଏସନ୍ ଅଙ୍କୋଲୋଜି ବିଭାଗ ମୁଖ୍ୟ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ। ବାୟୋପ୍ସି ରିପୋର୍ଟରୁ ଜିଭ କର୍କଟ ରୋଗ ଚିହ୍ନଟ ହୋଇଥିବା ବେଳେ ଅତ୍ୟାଧୁନିକ ଟ୍ରିପଲ୍ ଏଣ୍ଡୋସ୍କୋପିକ୍ ଆଣ୍ଡ ପିଇଟି-ସିଇସିଟି ପରୀକ୍ଷାରୁ ଏହା ଏକ ପ୍ରାରମ୍ଭିକ ସ୍ତରର ଜିଭ କର୍କଟ ବୋଲି ଜଣାପଡ଼ିଥିଲା। ଯେହେତୁ ସେ ଜଣେ ସୁସ୍ଥ ଓ କାର୍ଯ୍ୟକ୍ଷମ ବ୍ୟକ୍ତି ତେଣୁ ଜିଭ ଆଂଶିକ ବା ଅର୍ଦ୍ଧାଧିକ ଅଂଶ ଅସ୍ତ୍ରୋପଚାର ଦ୍ୱାରା ବାହାର ନ କରି ଅତ୍ୟାଧୁନିକ ବ୍ରାଭୋସ୍ ବ୍ର୍ରାକିଥେରାପି ଚିକିତ୍ସା ପଦ୍ଧତି ଆପଣାଇବା ଲାଗି ମଲ୍ଟିଡିସିପ୍ଲିନାରୀ ଟ୍ୟୁମର ବୋର୍ଡର ଚିକିତ୍ସକ ମାନେ ମତ ପୋଷଣ କରିଥିଲେ ଏବଂ ଅତ୍ୟାଧୁନିକ ବ୍ରାଭୋସ୍ ବ୍ରାକିଥେରାପି ଚିକିତ୍ସା ପ୍ରୟୋଗ କରାଯାଇଥିଲା ବୋଲି ଡାକ୍ତର ଖାଡଙ୍ଗା ସୂଚନା ଦେଇଛନ୍ତି।

ଏହି ପଦ୍ଧତିରେ ସ୍ୱଳ୍ପ ସମୟ ପାଇଁ ଆନେସ୍‌ଥେସିଆ ଦିଆଯାଇ ବେକର ବାମ ପାଶ୍ୱର୍ର ଚର୍ମକୁ ଭେଦ କରି ପର୍ କ୍ୟୁଟାନିୟସ୍ କ୍ୟାଥେଟର୍ ଇମ୍‌ପ୍ଲାଂଟ ଦ୍ୱାରା ଜିଭରେ ଥିବା କର୍କଟ କ୍ଷତ ମଧ୍ୟରେ ଅତିସୂକ୍ଷ୍ମ ନମନୀୟ ପ୍ଲାଷ୍ଟିକ ନଳୀକୁ ରଖାଯାଇଥିଲା। ଏହାପରେ କମ୍ଫ୍ୟୁଟର ସାହାଯ୍ୟରେ ଉଚ୍ଚ ବିକିରଣ ଯୁକ୍ତ ଇରିଡିୟମ ତେଜସ୍କ୍ରିୟ ଆଇସୋଟୋପ୍‌କୁ ଉକ୍ତ ଜିଭ ମଧ୍ୟସ୍ଥ ସୂକ୍ଷ୍ମ-ପ୍ଲାଷ୍ଟିକ ନଳୀ ମଧ୍ୟରେ କିଛି ସମୟ ପାଇଁ ରଖାଯାଇଥିଲା। ଏହିପରି ଭାବେ ଉକ୍ତ ବ୍ରାକିଥେରାପି ସମ୍ଫୂର୍ଣ୍ଣ କରାଯାଇଥିଲା ଏବଂ ରୋଗୀଟିକୁ ଘରକୁ ଛଡାଯାଇଥିଲା ବୋଲି ଡାକ୍ତର ଖାଡଙ୍ଗା କହିଛନ୍ତି।

ପ୍ରାୟ ଦୁଇ ମାସ ପରେ ବିଭିନ୍ନ ଡାକ୍ତରୀ ପରୀକ୍ଷା ଓ ଏମ୍‌ଆରଆଇ କରାଯିବା ପରେ ରୋଗୀଙ୍କ ଠାରେ କର୍କଟ ଚିହ୍ନ ଆଉ ଦେଖିବାକୁ ମିଳୁନାହିଁ। ବର୍ତ୍ତମାନ ରୋଗୀ ଜଣକ ସୁସ୍ଥ ଜୀବନଯାପନ କରିବା ସହ ଖାଦ୍ୟପାନ ମଧ୍ୟ ଗ୍ରହଣ କରିପାରୁଛନ୍ତି।

ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଦକ୍ଷିଣ-ପୂର୍ବ–ଏସିଆ ତଥା ଭାରତର ସର୍ବପ୍ରଥମ ‘ବ୍ରାଭୋସ୍‌” ବ୍ରାକିଥେରାପି ମେସିନ୍ ସ୍ଥାପନ ହୋଇଥିଲା। ଯାହାକି ଅତ୍ୟାଧୁନିକ ନିରାପତା ତଥା ସଠିକ୍ ଓ ସୂକ୍ଷ୍ମ ଚିକିତ୍ସା ଯୋଗାଇପାରୁଛି। ଏହି ବ୍ରାକିଥେରାପି ଚିକିତ୍ସା ଦ୍ୱାରା ପ୍ରାରମ୍ଭିକ ସ୍ତରରେ କର୍କଟ ରୋଗା କ୍ରାନ୍ତ ଅଙ୍ଗ ପ୍ରତ୍ୟଙ୍ଗକୁ ରକ୍ଷା କରାଯାଇପାରୁଛି ଯାହା ରୋଗୀଙ୍କ ପାଇଁ ଖୁବ୍ ଉପାଦେୟ ସାବ୍ୟସ୍ତ ହୋଇପାରିଛି ବୋଲି ଡାକ୍ତର ଖାଡଙ୍ଗା କହିଛନ୍ତି।

ଓଡ଼ିଶାରେ ପ୍ରଥମ
Share. Facebook Twitter LinkedIn Email WhatsApp Copy Link

Related Posts

Odisha Cabinet Meeting: ରାଜ୍ୟ କ୍ୟାବିନେଟର ବୈଠକ, ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଂଜୁରୀ

January 31, 2026

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମର୍ଥନରେ ଛାଡିଥିଲେ ପଦବୀ: ଏବେ ପ୍ରତ୍ୟାହାର କଲେ ଇସ୍ତଫା

January 31, 2026

ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ “ବୁଦ୍ଧ ସଂଘରେ ୪୦ ବର୍ଷ” ପୁସ୍ତକ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

January 31, 2026

ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେଲେ ଓଡିଶାର ଆଉ ତିନି ବରିଷ୍ଠ ଆଇଏଏସ ଅଧିକାରୀ

January 31, 2026
Latest News

ଇଶାନଙ୍କ ଶତକ ଏବଂ ଅର୍ଶଦୀପଙ୍କ ପଞ୍ଝା: ପଞ୍ଚମ ଟି-୨୦କୁ ୪୬ ରନରେ ଜିତିଲା ଭାରତ

January 31, 2026

Odisha Cabinet Meeting: ରାଜ୍ୟ କ୍ୟାବିନେଟର ବୈଠକ, ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଂଜୁରୀ

January 31, 2026

Union Budget 2026: ଆସନ୍ତାକାଲି ସଂସଦରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ

January 31, 2026

ଆରବ ବୈଦେଶିକ ମନ୍ତ୍ରୀଙ୍କ ପ୍ରତିନିଧି ଦଳକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

January 31, 2026

ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

January 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.