Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣିଥରେ ବାଜିଲା କରୋନାର ସତର୍କ ଘଣ୍ଟି, ଜାଣନ୍ତୁ କେଉଁ ରାଜ୍ୟରେ ବଢିଛି ସଂକ୍ରମଣ
ଆଜିର ଖବର

ପୁଣିଥରେ ବାଜିଲା କରୋନାର ସତର୍କ ଘଣ୍ଟି, ଜାଣନ୍ତୁ କେଉଁ ରାଜ୍ୟରେ ବଢିଛି ସଂକ୍ରମଣ

April 25, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦେଶରେ କରୋନା ପୁଣିଥରେ ସତର୍କ ଘଣ୍ଟି ବଜାଇବା ଆରମ୍ଭ କରିଛି। କୋଭିଡ ସଂକ୍ରମଣ ମାମଲା ଗତ କିଛି ଦିନ ହେବ ଦେଶରେ ଚିନ୍ତାର ବିଷୟ ପାଲଟିଛି। ଗୋଟିଏ ଦିନରେ ୨୫୯୩ ଟି ନୂଆ କରୋନା ମାମଲା ରୁଜୁ ହୋଇଛି। ଏହା କ୍ରମାଗତ ଦ୍ୱିତୀୟ ଦିନ ଯେତେବେଳେ ସଂକ୍ରମଣ ସଂଖ୍ୟା ୨୫୦୦ ରୁ ଅଧିକ ମାମଲା ରିପୋର୍ଟ ହୋଇଛି। ଏପର୍ଯ୍ୟନ୍ତ ଦେଶରେ ମାମଲା ସଂଖ୍ୟା ୧୫୮୭୩ କୁ ବୃଦ୍ଧି ପାଇଛି। ବଢୁଥିବାଥିବା ବିପଦକୁ ଦୃଷ୍ଟିରେ ରଖି ସରକାର ମଧ୍ୟ ସତର୍କ ହୋଇଯାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବ୍ ଶୀଘ୍ର ଏହି ପ୍ରସଙ୍ଗରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିବାକୁ ଯାଉଛନ୍ତି। ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ମହାମାରୀର ବିପଦ ସମ୍ପର୍କରେ ଏକ ଉପସ୍ଥାପନା କରିବେ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଦେଶରେ ଗୋଟିଏ ଦିନରେ କରୋନା ଯୋଗୁଁ ୪୪ ରୋଗୀଙ୍କର ମୃତ୍ୟୁ ହୋଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ କରୋନାର ଗତି ବଢୁଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ରବିବାର ଦିନ ଦିଲ୍ଲୀରେ ୧ ହଜାର ୮୩ ଟି ମାମଲା ରୁଜୁ ହୋଇଛି।

ଉତ୍ତରପ୍ରଦେଶରେ ୨୧୩ ଟି ନୂଆ ମାମଲା ଦେଖିବାକୁ ମିଳିଛି। ଗୌତମ ବୁଦ୍ଧ ନଗର ଏବଂ ଗାଜିଆବାଦରୁ ସର୍ବାଧିକ ମାମଲା ଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ ନୋଏଡାରୁ ୯୮ ଟି ମାମଲା ଦେଖିବାକୁ ମିଳିଥିବାବେଳେ ଗାଜିଆବାଦରେ ୫୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେହିଭଳି ଆଗ୍ରା ଠାରେ ୧୫, ଲକ୍ଷ୍ନୌରେ ୧୦, ମେରଟରେ ୮, ବାରାଣାସୀରେ ୩, ଲଲିତପୁରରେ ୪, ମହାରାଜଗଞ୍ଜରେ ୩, ବୁଲନ୍ଦଶହର-ଗୋରଖପୁରରେ ୨-୨ ମାମଲା ଦେଖିବାକୁ ମିଳିଛି।

ହିମାଚଳ ପ୍ରଦେଶରେ ଶନିବାର ଦିନ ୧୧୫୦ ଜଣଙ୍କ ନମୁନା ନିଆଯାଇଥିଲା, ସେଥିମଧ୍ୟରୁ ୭୫ ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଛନ୍ତି। ରବିବାର ଦିନ ୩୮୫ ଜଣଙ୍କ ନମୁନା ସଂଗ୍ରହ ହୋଇଥିବାବେଳେ ସେଥିମଧ୍ୟରୁ ୭୪ ଜଣ ଲୋକ ପଜିଟିଭ ଥିବା ଜଣାପଡିଛି। ଅନ୍ୟ ରାଜ୍ୟରେ କରୋନା ରୋଗର ବୃଦ୍ଧି ଘଟୁଥିବା ଦେଖି ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ସତର୍କ କରାଇ ଦେଇଛନ୍ତି। ପ୍ରତ୍ୟେକ ଜିଲ୍ଲାରେ ପ୍ରତିଦିନ ୫୦୦ ରୁ ଅଧିକ ନମୁନା ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହା ବ୍ୟତୀତ ସରକାର ହରିୟାଣା, କେରଳ, ମହାରାଷ୍ଟ୍ର ଏବଂ ମିଜୋରାମକୁ ସତର୍କ କରାଇଛନ୍ତି। କାରଣ ଏହି ରାଜ୍ୟଗୁଡିକରେ କ୍ରମାଗତ ଭାବରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ତଥ୍ୟ ଅନୁଯାୟୀ, ଗତ କିଛି ଦିନରୁ ଦେଶରେ ପ୍ରାୟ ୨୦୦୦ ଟି ନୂଆ ମାମଲା ରିପୋର୍ଟ କରାଯାଉଛି, ଯାହା କରୋନାର ଚତୁର୍ଥ ତରଙ୍ଗର ଆଗମନ ହେବାର ବଡ ସଙ୍କେତ ଦେଉଛି।

କରୋନା ସତର୍କ ଘଣ୍ଟି
Share. Facebook Twitter LinkedIn Email WhatsApp Copy Link

Related Posts

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025
Latest News

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.