Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନୁଗୋଳ ଏନଏଚ-୫୫ କୁ ଶୀଘ୍ର ସାରିବା ନେଇ କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀ ଦେଲେ ପ୍ରତିଶ୍ରୁତି
ଆଜିର ଖବର

ଅନୁଗୋଳ ଏନଏଚ-୫୫ କୁ ଶୀଘ୍ର ସାରିବା ନେଇ କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀ ଦେଲେ ପ୍ରତିଶ୍ରୁତି

April 26, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଠାରେ ମଙ୍ଗଳବାର କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଓଡ଼ିଶାର ସାମାଜିକ ଆର୍ଥିକ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଥିବା ୪ ଟି ଜାତୀୟ ରାଜପଥ ପ୍ରକଳ୍ପର ସମୀକ୍ଷା କରିଛନ୍ତି। କଟକ-ସମ୍ବଲପୁର ଭାୟା ଅନୁଗୋଳ ଏନଏଚ-୫୫ କୁ ଶୀଘ୍ର ସାରିବା ସହ ଅନ୍ୟ ତିନୋଟି ଗୁରୁତ୍ୱପୂର୍ଣ୍ଣ କୋଷ୍ଟାଲ ହାଇୱେ, କ୍ୟାପିଟାଲ ରିଜିଅନ ରିଙ୍ଗ୍ ରୋଡ୍‌, ପାରାଦୀପ-ବଡ଼ବିଲ ଇକୋନୋମିକ କୋରିଡ଼ର ପ୍ରକଳ୍ପର ତ୍ୱରିତ ପଦକ୍ଷେପ ପାଇଁ ସମୀକ୍ଷା କରାଯାଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

ଦୁଇଟି ପୃଥକ ପତ୍ର ମାଧ୍ୟମରେ ଶ୍ରୀ ପ୍ରଧାନ ଓଡ଼ିଶାର ପୂର୍ବାଞ୍ଚଳ ତଥା ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ଗୁରୁତ୍ୱ ରଖୁଥିବା ଏହି ସବୁ ଜାତୀୟ ରାଜପଥ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାକୁ ସଡ଼କ ପରିବହନ ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନୁଗୋଳ ଦେଇ ଯାଉଥିବା କଟକରୁ ସମ୍ବଲପୁର ନିର୍ମାଣାଧୀନ ଏନଏଚ-୫୫ ଅନେକ ଶିଳ୍ପଭିତ୍ତିକ ସହର, କୃଷି କେନ୍ଦ୍ର ଏବଂ ମହତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀ ଦେଇ ଯିବ। ଏନଏଚ ୫୫ (ପୂର୍ବରୁ ଏନଏଚ ୪୨) ସମ୍ବଲପୁରରୁ କଟକ ସେକ୍ସନ ତିନୋଟି ପ୍ୟାକେଜରେ ବିଭକ୍ତ ରହିଛି ଏବଂ ନିର୍ମାଣ କାର୍ଯ୍ୟ ବିଭିନ୍ନ କାରଣରୁ ବିଳମ୍ବିତ ହେଉଛି। ଏହି ପ୍ରକଳ୍ପର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବ୍ୟକ୍ତିଗତ ହସ୍ତକ୍ଷେପ କରି ଶୀଘ୍ର ସାରିବାକୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି। ବର୍ଷା ଋତୁ ପୂର୍ବରୁ ଭାବରେ ଲୋକଙ୍କ ଯାତାୟତକୁ ସୁଗମ କରିବା ପାଇଁ ମଧ୍ୟ ଆଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ କଳ୍ପନା ସାକାର କରିବା ଦିଗରେ କୋଷ୍ଟାଲ ହାଇୱେ, ଭୁବନେଶ୍ୱର ରିଙ୍ଗ୍ ରୋଡ୍‌, ପାରାଦୀପ-ବଡ଼ବିଲ ଇକୋନୋମିକ କୋରିଡ଼ର ଓଡ଼ିଶା ସମେତ ପୂର୍ବ ଭାରତର ସାମାଜିକ ଓ ଆର୍ଥିକ ବିକାଶ ଦିଗରେ ଗେମ୍ ଚେଞ୍ଜର ହେବ। ଭାରତମାଳା ଯୋଜନା ଅନ୍ତର୍ଗତ ୧୧,୦୪୦ କୋଟି ଟଙ୍କାର ପ୍ରସ୍ତାବିତ ୩୪୫ କିମି ଲମ୍ବ ରାମେଶ୍ୱରରୁ ଦୀଘା ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବିଭିନ୍ନ ପର୍ଯ୍ୟାୟରେ ରହିଛି। ସଏଲ ଏକ୍ସପ୍ଲୋରେସନ ବ୍ୟତିତ ଡ଼ିଟେଲ ଇଞ୍ଜିନିୟରିଂ ସର୍ଭେ ସମ୍ପୂର୍ଣ୍ଣ ହୋଇଥିବା ବେଳେ ରାମେଶ୍ୱର-ରତ୍ନପୁର ପାଇଁ ଟେଣ୍ଡର ପ୍ରକ୍ରିୟା ଅକ୍ଟୋବର ୨୦୨୨ ସୁଦ୍ଧା ପ୍ରକାଶ ପାଇବ।

ସେହିପରି ବଳକା ରତନପୁରରୁ ଦୀଘା ମାର୍ଚ୍ଚ ୨୦୨୩ ସୁଦ୍ଧା ଟେଣ୍ଡର ପ୍ରକାଶ ହୋଇପାରେ।
ସହରାଞ୍ଚଳର ବିକାଶ ପାଇଁ ଆନୁମାନିକ ୫୭୪୪ କୋଟି ଟଙ୍କାର ପ୍ରସ୍ତାବିତ ଏନଏଚ-୧୬ ଅନ୍ତର୍ଭୁକ୍ତ ୧୧୧ କିମି କ୍ୟାପିଟାଲ ରିଜିଅନ ରିଙ୍ଗ୍ ରୋଡ୍ ଖୋର୍ଦ୍ଧା ଟାଉନ, ଭୁବନେଶ୍ୱର ଏବଂ କଟକ ସହର ବାଇପାସ ଦେଇ ଯିବ। ଏହି ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ ହୋଇସାରିଥିବା ବେଳେ ମାଟି ପରୀକ୍ଷଣ ବ୍ୟତିତ ସମସ୍ତ ଇଞ୍ଜିନିୟରିଂ ସର୍ଭେ ସମ୍ପୂର୍ଣ୍ଣ ହୋଇସାରଛି। ଅକ୍ଚୋବର ୨୦୨୨ ସୁଦ୍ଧା ଏହାର ଟେଣ୍ଡର ବିଜ୍ଞପ୍ତି ପ୍ରକାଶ କରାଯିବ।

ସେହିପରି ପାରାଦୀପ-ବଡ଼ବିଲ ଇକୋନୋମିକ କୋରଡ଼ିର ଅନ୍ତର୍ଗତ 8 ଲେନ୍ ବିଶିଷ୍ଟ ପାରାଦୀପ-ଚଣ୍ଡିଖୋଲ, ଏନଏଚ-୧୬ ର ୬ ଲେନ୍ ବିଶିଷ୍ଟ ଚଣ୍ଡିଖୋଲ-ପାଣିକୋଇଲି, ଏନଏଚ-୨୦ ରେ ୪ ଲେନ୍ ବିଶିଷ୍ଟ ପାଣିକୋଇଲି-କେନ୍ଦୁଝର-ରିମୁଳି, ୪ ଲେନ୍ ବିଶିଷ୍ଟ ରିମୁଳି-ଭଦ୍ରାସାହୀ, ୪ ଲେନ୍ ବିଶିଷ୍ଟ ଚଣ୍ଡିଖୋଲ-ଡ଼ୁବୁରି ଏବଂ ୪ ଲେନ୍ ବିଶିଷ୍ଟ ଡୁବୁରି-କେନ୍ଦୁଝର ରହିଛି। ଏହି ପ୍ରକଳ୍ପ ବିଭିନ୍ନ ପର୍ଯ୍ୟାୟରେ ରହିଛି।

ଏହି ଚାରୋଟି ଏନଏଚ୍ ପ୍ରକଳ୍ପ ଓଡ଼ିଶା ସମେତ ଭାରତର ପୂର୍ବାଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଗଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବୋଦୟ କଳ୍ପନାକୁ ସାକାର କରିବା ସହିତ ଓଡ଼ିଶାରେ ବିକାଶର ନୂଆ ଧାରା ସୃଷ୍ଟି କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

ନୀତିନ୍ ଗଡ଼କରୀ
Share. Facebook Twitter LinkedIn Email WhatsApp Copy Link

Related Posts

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026
Latest News

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.