Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଗଗନ” ଭିତ୍ତିକ ଏଲ୍‌ପିଭି ବ୍ୟବସ୍ଥାରେ ପରୀକ୍ଷାମୂଳକ ବିମାନ ଉଡାଣ ସଫଳତାର ସହସମ୍ପନ୍ନ
ଆଜିର ଖବର

‘ଗଗନ” ଭିତ୍ତିକ ଏଲ୍‌ପିଭି ବ୍ୟବସ୍ଥାରେ ପରୀକ୍ଷାମୂଳକ ବିମାନ ଉଡାଣ ସଫଳତାର ସହସମ୍ପନ୍ନ

April 28, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ) ଦ୍ୱାରା ଆଜି ରାଜସ୍ଥାନର କିଷନଗଡ ବିମାନଘାଟୀରେ ‘ଗଗନ’ ଭିତ୍ତିକ ଏଲ୍‌ପିଭି ବ୍ୟବସ୍ଥାରେ ପରୀକ୍ଷାମୂଳକ ବିମାନ ଉଡାଣ ସଫଳତାର ସହ କରାଯାଇଛି। ‘ଗଗନ’ ଜିପିଏସ୍ ସହାୟତାରେ ପରିଚାଳିତ ଏକ ଜିଓ ଅଗମେଣ୍ଟେଡ ନାଭିଗେସନ (ଉଡାଣ) ବ୍ୟବସ୍ଥା। ଏଥିରେ ଭୂମିଠାରୁ ବିମାନର ଉଡାଣ ଉଚ୍ଚତା ଅବତରଣ ଓ ଅନ୍ୟାନ୍ୟ  ବିଷୟ ନିର୍ଦ୍ଧାରିତ ହୋଇଥାଏ। ସଂକ୍ଷେପରେ ଏହା ଏଲ୍‌ପିଭି ଆପ୍ରୋଚ ପ୍ରସିଡିଓର ଭାବେ ପରିଚିତ। ଏଥିରେ ଆଜି ହାଲ୍‌କା ବିମାନର ପରୀକ୍ଷାମୂଳକ ଉଡାଣ କରାଯାଇଥିଲା।

ବାୟୁ ପରିବହନ ସେବା (ଏଏନ୍‌ଏସ୍‌) କ୍ଷେତ୍ରରେ  ଭାରତ ପାଇଁ ଏହା ଏକ ବିରାଟ ସଫଳତା। ବେସାମରିକ ବିମାନ ଉଡାଣ ଇତିହାସରେ  ଏହା ଏକ ମାଇଲଖୁଣ୍ଟ। ଏଭଳି ସଫଳତା ହାସଲ କରିବାରେ ଭାରତ ଏସିଆ ଓ ପ୍ରଶାନ୍ତ ମହାସାଗର ଅଞ୍ଚଳର ପ୍ରଥମ ଦେଶ। ଏଲ୍‌ପିଭି (ଲୋକାଲାଇଜର ପରଫରମାନ୍ସ ଉଇଥ ଭର୍ଟିକାଲ ଗାଇଡାନ୍ସ)ର ବିଶେଷତ୍ୱ ହେଲା ଏହା ବିମାନକୁ ଉତ୍‌ଥାନ, ଉଡାଣ ଓ ଅବତରଣ କାଳରେ ଆବଶ୍ୟକ ନିରାପଦ ଦିଗ୍‌ଦର୍ଶନ ଦେଇଥାଏ। ଏହି ବ୍ୟବସ୍ଥାଟି ‘କ୍ୟାଟ୍‌-ଇଲ୍ସ’ସହିତ ସମକକ୍ଷ। ଏଥିରେ ବିମାନ ଉଡାଣ ପାଇଁ ସ୍ଥଳଭିତ୍ତିକ ଉଡ୍ଡୟନ ଭିତ୍ତିଭୂମିର ଆବଶ୍ୟକତା ବିଶେଷ ନାହିଁ। ଏଥିପାଇଁ ଜିପିଏସ୍ ଓ ଗଗନ ଜିଓଷ୍ଟେସନାରୀ ସାଟେଲାଇଟ୍ ସେବା ଯୋଗାଉଛି। ଇସ୍ରୋ ପକ୍ଷରୁ ମହାକାଶକୁ ପ୍ରେରଣ କରାଯାଇଥିବା ଜିସାଟ୍‌-୮, ଜିସାଟ-୧୦ ଓ ଜିସାଟ-୧୫ଉପଗ୍ରହମାନ ଏହି ଉଡାଣ ପାଇଁ ସେବା ଯୋଗାଣରେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି।

ଗଗନ ଏକ ଭାରତୀୟ  ଉପଗ୍ରହଭିତ୍ତିକ ପ୍ରବର୍ଦ୍ଧନ(ଅଗମେଣ୍ଟେସନ) ବ୍ୟବସ୍ଥା। ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଓ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଦ୍ୱାରା ଏହା ମିଳିତ ଭାବେ ବିକାଶିତ ହୋଇଛି। ବିଷୁବ ମଣ୍ଡଳୀୟ ଅଞ୍ଚଳରେ ଭାରତ ଏବଂ ଏହାର ପଡୋଶୀ ରାଷ୍ଟ୍ରଙ୍କ ନିମନ୍ତେ ପ୍ରଥମ କରି ଏହି ବ୍ୟବସ୍ଥା ତିଆରି କରାଯାଇଛି। ଭର୍ଟିକାଲ ଗାଇଡାନ୍ସ ଏବଂ ଏନ୍‌ରୁଟ୍ ଅପରେସନ ପାଇଁ ଗଗନ ସିଷ୍ଟମକୁ ଡିଜିସିଏ ୨୦୧୫ରେ ପ୍ରମାଣପତ୍ର ପ୍ରଦାନ କରିଥିଲା। ବିଶ୍ୱରେ  ମାତ୍ର ଚାରିଟି ମହାକାଶଭିତ୍ତିକ ଅଗେମେଣ୍ଟସନ ସିଷ୍ଟମ ଉପଲବ୍‌ଧ। ସେଗୁଡିକ ହେଲା- ଭାରତର ଗଗନ, ଆମେରିକା ୱାସ୍‌,ୟୁରୋପର ଇଗ୍‌ନ୍‌ସ ଓ ଜାପାନର ଏମ୍‌ସାସ୍। ଗଗନ ବ୍ୟବସ୍ଥାଟି ବିଷୁବମଣ୍ଡଳୀୟ ଅଞ୍ଚଳରେ ଥିବା ଭାରତ ଓ ଏହାର ପଡୋଶୀ ରାଷ୍ଟ୍ରଙ୍କ ପାଇଁ ଉଦ୍ଦିଷ୍ଟ।

ଆଜି ଇଣ୍ଡିଗୋ ଏୟାର ଲାଇନ୍ସର ଏକ ଏଟିଆର ବିମାନ ‘ଗଗନ’ ସେବା ବ୍ୟବହାର କରି ଆଇଏପି ଓ ଏଲପିଭି ବ୍ୟବସ୍ଥାରେ ୨୫୦ ଫୁଟ ଉପରେ ଉଡିଥିଲା। କିଷନଗଡ ବିମାନ ବନ୍ଦରରେ ଏହି ପରୀକ୍ଷାମୂଳକ ଉଡାଣ ସମୟରେ ବିମାନରେ ଡିଜିସିଏ ଟିମ୍‌ର ସଦସ୍ୟମାନେ ଥିଲେ। ଗଗନ ଏଲପିଭି ଫ୍ଲାଇଟ ଟ୍ରାଏଲ ଶୃଙ୍ଖଳାର ଏହା ପ୍ରଥମ ପରୀକ୍ଷା। ଆଜିର ପରୀକ୍ଷାମୂଳକ ଉଡାଣରେ ଯେଉଁ ପଦ୍ଧତି ବ୍ୟବହାର କରାଗଲା ଡିଜିସିଏର ଚୂଡାନ୍ତ ଅନୁମୋଦନ। ପରେ  ବ୍ୟବହାର କରାଗଲା ଡିଜିସିଏର ଚୂଡାନ୍ତ ଅନୁମୋଦନ ପରେ ତାହାକୁ ବ୍ୟାବସାୟିକ ଉଡାଣ ପାଇଁ ଉପଯୋଗ କରିବାକୁ ଯୋଗାଇ ଦିଆଯିବ।

ଏଲପିଭି ଏକ ଉପଗ୍ରହ ଭିତ୍ତିକ ପଦ୍ଧତି ଯାହାକୁ ଆଜି ବିମାନର ଅବତରଣ ଉଦ୍ଦେଶ୍ୟରେ କିଷନଗଡ ବିମାନବନ୍ଦରରେ ବ୍ୟବହାର କରାଯାଇଥିଲା। ଏହା ବିଶେଷତ୍ୱ ହେଲା ଯେଉଁ ବିମାନ ବନ୍ଦରରେ ଅବତରଣ ଉପକରଣ ଓ ବ୍ୟବସ୍ଥା ନାହିଁ ସେଠାରେ ବିମାନ ଏହା ମାଧ୍ୟମରେ ସହଜରେ ଓହ୍ଲାଇ ପାରିବ। ଏହାଫଳରେ  ଆଞ୍ଚଳିକ ଓ କ୍ଷୁଦ୍ର ବିମାନବନ୍ଦରଗୁଡିକ ବିଶେଷ ଉପକୃତ ହେବେ। ଆହୁରି ମଧ୍ୟ ଏହି ବ୍ୟବସ୍ଥାରେ ବିମାନକୁ ଭୂପୃଷ୍ଠଠାରୁ ୨୫୦ଫୁଟ୍ ଉଚ୍ଚତାରେ ସହଜରେ ରଖିହେବ। ଏହାଫଳରେ ଖରାପ ପାଗ ଓ ଭଲଭାବେ ଦେଖାଯାଉ ନ ଥିବା ସ୍ଥିତିରେ ବିମାନ ନିରାପଦରେ ଅବତରଣ କରିପାରିବ।

ଭାରତରେ ବିମାନ ଚଳାଚଳକୁ ନିରାପଦ ଓ ସହଜ କରିବା ପାଇଁ ଡିଜିସିଏ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି। ସେଥିପାଇଁ ଅତ୍ୟାଧୁନିକ ଟେକ୍ନୋଲୋଜି  ଓ ଉଚ୍ଚ ସ୍ୱଦେଶୀ ଜ୍ଞାନ କୌଶଳର ଉପଯୋଗ କରାଯାଉଛି। ଆଜିର ସଫଳତା ପରେ ଭାରତ ବିମାନ ଅବତରଣ  ପଦ୍ଧତିରେ ଉପଗ୍ରହ ଭିତ୍ତିକ ଟେକ୍‌ନୋଲୋଜି ବ୍ୟବହାର କରିବାରେ ଏସିଆର ପ୍ରଥମ ରାଷ୍ଟ୍ରର ମାନ୍ୟତା ପାଇଛି। ଇସ୍ରୋ ଗଗନର ନକ୍ସା ପ୍ରସ୍ତୁତି, ନିର୍ମାଣ ଓ ଏହାର କାର୍ଯ୍ୟକାରିତାରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବାରୁ ଡିଜିସିଏ ଏହି ସଂସ୍ଥାକୁ ସାଧୁବାଦ ଜ୍ଞାପନ କରିଛି। ୨୦୦୨ ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ଧାରାବାହିକ ଭାବେ ଚାଲିଛି। ଏହି ପରୀକ୍ଷଣରେ  ଅଂଶ୍ରଗ୍ରହଣ କରିଥିବାରୁ ଇଣ୍ଡିଗୋ ଏୟାର ଲାଇନ୍ସକୁ ମଧ୍ୟ ଡିଜିସିଏ ଧନ୍ୟବାଦ ଜଣାଇଛି।

ଏବେ ସ୍ୱଳ୍ପ ଦୃଶ୍ୟମାନ ସ୍ଥିତିରେ ବିମାନ ଅବତରଣ ପାଇଁ ଯେଉଁ କମାଣ୍ଡ ଓ କଣ୍ଟ୍ରୋଲ ବ୍ୟବସ୍ଥା ଦରକାର ତାହା ଗଗନ ଯୋଗାଇବାକୁ ସକ୍ଷମ। ଇନ୍‌ଷ୍ଟ୍ରୁମେଣ୍ଟ ଲ୍ୟାଣ୍ଡିଂ ସିଷ୍ଟମ -ବର୍ଗ ୧ର ଅର୍ଥ ହେଉଛି ଅବତରଣ ସମୟରେ ପ୍ରତିକୂଳ ପାଗ ଯୋଗୁଁ  ପାଇଲଟ୍ କିଛି ଦେଖି ନ ପାରିବା। ଏଲ୍‌ପିଭି ବ୍ୟବସ୍ଥା ଏହି ଅସୁବିଧା ଦୂର କରିଥାଏ। ଏବେ ଇଣ୍ଡିଗୋର ୩୫, ସ୍ପାଇସ୍ ଜେଟର ୨୧, ଏୟାର ଇଣ୍ଡିଆର ୧୫, ଗୋ ଫାଷ୍ଟର ୪ ଏବଂ ଏୟାର ଏସିଆର ଗୋଟିଏ ସମେତ ଆଉ କେତେକ ଏୟାରଲାଇନ୍ସର ବିମାନ ମାନ  ଏଲପିଭି ପ୍ରସିଡିଓର ବ୍ୟବହର କରିବାକୁ ସକ୍ଷମ।

ବିମାନ ଉଡାଣ ଓ ଅବତରଣ କ୍ଷେତ୍ରରେ ଏହି ଆତ୍ମନିର୍ଭରଶୀତଳା  ଆତ୍ମନିର୍ଭର ଭାରତ ନିର୍ମାଣ ର ଏକ ଅଂଶବିଶେଷ। ଦେଶର ଉଡାଣ କ୍ଷେତ୍ରର ବିକାଶ, ସମ୍ପ୍ରସାରଣ ଓ ସୁଦୃଢୀକରଣ କରି ଆତ୍ମନିର୍ଭରଶୀଳ ହେବାକୁ ସରକାର ସବୁ ମନ୍ତେ ଉଦ୍ୟମ କରୁଛନ୍ତି।

ଏଏଆଇ
Share. Facebook Twitter LinkedIn Email WhatsApp Copy Link

Related Posts

ପଣ୍ୟ ପରିବହନ କ୍ଷେତ୍ରରେ ପୁଣି ଦେଶର ଏକ ନମ୍ବର ହେଲା ପୂର୍ବ ତଟ ରେଳପଥ

April 1, 2026

କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗସ୍‌-୨୦୨୬: ମହତ୍ୱପୂ୍‌ର୍ଣ୍ଣ ସ୍ଥାନରେ ସୋଆ

April 1, 2026

ଗ୍ରୀଷ୍ମ ଋତୁରେ ଯାତ୍ରୀ ଚାହିଦା ପୂରଣ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକର ସେବାରେ ସମ୍ପ୍ରସାରଣ

April 1, 2026

ଚଣ୍ଡିଗଡ଼: ବିଜେପି କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ

April 1, 2026
Latest News

ପଣ୍ୟ ପରିବହନ କ୍ଷେତ୍ରରେ ପୁଣି ଦେଶର ଏକ ନମ୍ବର ହେଲା ପୂର୍ବ ତଟ ରେଳପଥ

April 1, 2026

କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗସ୍‌-୨୦୨୬: ମହତ୍ୱପୂ୍‌ର୍ଣ୍ଣ ସ୍ଥାନରେ ସୋଆ

April 1, 2026

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ’ ର ସିଦ୍ଧେଶ୍ୱରୀ ମଣ୍ଡଳ ପ୍ରଶିକ୍ଷଣ ବର୍ଗ ଉଦଘାଟିତ

April 1, 2026

ଗ୍ରୀଷ୍ମ ଋତୁରେ ଯାତ୍ରୀ ଚାହିଦା ପୂରଣ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକର ସେବାରେ ସମ୍ପ୍ରସାରଣ

April 1, 2026

ଚଣ୍ଡିଗଡ଼: ବିଜେପି କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.