Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗରିବଙ୍କ ଘର ଡିହ ଉପରେ କୋଟିପତି ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟି, ସନ୍ଦେହରେ କୋକସରା ତହସିଲ
ଆଜିର ଖବର

ଗରିବଙ୍କ ଘର ଡିହ ଉପରେ କୋଟିପତି ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟି, ସନ୍ଦେହରେ କୋକସରା ତହସିଲ

April 29, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଗରିବ ନିଃସହାୟ ଲୋକ ମାନଙ୍କୁ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା କରିଥାନ୍ତି। ଅନେକ କ୍ଷେତ୍ରରେ ଏହି ନିଃସହାୟ ଗରିବ ନୀରିହ ଲୋକମାନଙ୍କୁ ସେହି ସରକାରୀ ସହାୟତା ଉପରେ ଲାଭଖୋର ଅସାଧୁ ବ୍ୟବସାୟୀ, ଅସାଧୁ କର୍ମଚାରୀ, କୋଟିପତି ରାଜନେତା ମାନଙ୍କ ଲୋଲୁପ ଦୃଷ୍ଟି ପଡି ସେମାନଙ୍କୁ ସେହି ପୂର୍ବ ସ୍ଥିତିରେ ରହିବାକୁ ବାଧ୍ୟ କରାଇଥାନ୍ତି। ଯାହାଫଳରେ ସରକାରୀ ଯୋଜନାର ସଫଳ ରୁପାୟନ ହୋଇପାରୁନଥିବାର ଅନେକ ଉଦାହରଣ ମାନ ରହିଛି।

ସରକାର ଗରିବ, ନୀରିହ, ନିଃସହାୟ ବାସଗୃହ ହୀନ ପରିବାରକୁ ବସୁନ୍ଧରା ଯୋଜନା ଭଳି ଯୋଜନାରେ ୪ ଡିସମିଲ ଘରଡିହ ଜମି ଯୋଗାଇ ଦେଉଥିବା ବେଳେ କୋଟିପତି ରାଜନେତାମାନେ କଳେବଳେ କୌଶଳେ ସେହି ଜମିକୁ ନିଜ ଅକ୍ତିଆରରେ କରାଇନେଉଥିବା ଏକ ସଙ୍ଗୀନ ଅଭିଯୋଗ କଳାହାଣ୍ଡି ଜିଲ୍ଲା କୋକସରା ତହସିଲରେ ଆସିଛି।

ସରକାର ବିଭିନ୍ନ ସମୟରେ ବାସଗୃହ ହୀନ ପରିବାରର ଗଣନା କରାଇ ସେମାନଙ୍କୁ ଘରଡିହ ଯୋଗାଇ ଦେବାର ବ୍ୟବସ୍ଥା କରିଥାନ୍ତି। ରାଜସ୍ୱ ଓ ଅବକାରୀ ବିଭାଗ ପତ୍ର ସଂଖ୍ୟା ଆରଇ-୮୦/୮୭- ୪୮୪୨୫/ଆର ତା.୧୯.୦୮.୧୯୮୭ ଏବଂ  ପତ୍ର ସଂଖ୍ୟା ୭୩୭୭୪/ଆର ତା.୨୭.୧୨.୧୯୮୯ ଅନୁସାରେ ସରକାର ଘରଡିହ ହୀନ ମାନଙ୍କୁ ସ୍ୱାମୀ ସ୍ତ୍ରୀ ଉଭୟଙ୍କ ନାମରେ ଜମି ପଟ୍ଟା ଦେବାର ବ୍ୟବସ୍ଥା କରିଥିଲେ।

ତଦନୁସାରେ ଗତ ୧୯୯୮ ମସିହାରେ କୋକସରା ତହସିଲ ଅନ୍ତର୍ଗତ ଲଡୁଗାଁରେ ଘରଡିହ ହୀନ ବାସୁଦେବ ରଣା ପିତା ଧନୁର୍ଜୟ ରଣା ଓ ଖମେଦେଇ ସ୍ୱାମୀ ବାସେଦେବ ରଣାଙ୍କ ନାମରେ ପ୍ଲଟ ନଂ.୧୩୪୮ ରେ ୪ ଡିସମିଲ ଘରଡିହ ଖାତା ନଂ.୧୭୮/୪୩୮ ଅନୁସାରେ ଯୋଗାଇ ଦିଆଯାଇଥିଲା। ମ୍ୟୁଟେସନ କେଶ ନଂ. ୫୮୦/୨୦୧୮ ଅନୁସାରେ ଏହି ୪ଡିସମିଲ ଘରଡିହ ଲଡୁଗାଁ ସ୍ଥିତ କୋଟିପତି ବ୍ୟବସାୟୀ ରାଜୀବ କୁମାର ଅଗ୍ରୱାଲଙ୍କ ନାମରେ ଦାଖଲ ଖାରଜ କରାଯାଇ ଖାତା ନଂ.୧୭୮/୫୬୮ ରେ ରେକର୍ଡ କରାଯାଇଥିବା ଜଣାପଡିଛି।

ସେହିପରି ଲଡୁଗାଁରେ ଘରଡିହ ହୀନ ଅରକ୍ଷିତ ଖମାରୀ ପିତା ମାଧବ ଖମାରୀ ଓ କୁମୁଦିନି ଖମାରୀ ସ୍ୱାମୀ ଅରକ୍ଷିତ ଖମାରୀଙ୍କ ନାମରେ ପ୍ଲଟ ନଂ.୧୩୪୮/୨୫୯୬ ରେ ୪ ଡିସମିଲ ଘରଡିହ ଖାତା ନଂ.୧୭୮/୪୩୭ ଅନୁସାରେ ଯୋଗାଇ ଦିଆଯାଇଥିଲା। ମ୍ୟୁଟେସନ କେଶ ନଂ. ୨୯/୨୦୨୧ ଅନୁସାରେ ଏହି ୪ଡିସମିଲ ଘରଡିହ ଲଡୁଗାଁ ସ୍ଥିତ କୋଟିପତି ବ୍ୟବସାୟୀ ରାଜୀବ କୁମାର ଅଗ୍ରୱାଲଙ୍କ ନାମରେ ଦାଖଲ ଖାରଜ କରାଯାଇ ଖାତା ନଂ.୧୭୮/୯୭୭ ରେ ରେକର୍ଡ କରାଯାଇଥିବା ଜଣାପଡିଛି।

ସଂପ୍ରତି କୋକସରା ବ୍ଲକର ଅଧ୍ୟକ୍ଷା ଭାବେ ନିଜ ସ୍ତ୍ରୀଙ୍କୁ ନିର୍ବାଚିତ କରାଇଥିବା ବେଳେ ରାଜୀବ ଅଗ୍ରୱାଲ ନିଜେ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି। ସ୍ୱାଧିନ ଭାବେ କୋକସରା ବ୍ଲକକୁ ଅକ୍ତିଆର କରିଥିବା ବେଳେ ଶାସନ କ୍ଷମତାରେ ଥିବା ବଡ ବଡ ନେତା ତାଙ୍କ ଯୋଗାଯୋଗରେ ରହିଥିବା ପ୍ରକାଶ କରୁଥିବା ଏବଂ  ନିଜର ଆର୍ଥିକ ସମ୍ବଳ ଆଧାରରେ ସରକାରୀ ନିତି ନିୟମକୁ ବେଖାତିର କରୁଥିବା ଏଭଲି ନେତାଙ୍କୁ କେଉଁ ଦଳ ସାମିଲ କରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସେହିପରି ଖାତା ନଂ.୧୭୮/୪୩୯ ରେ ଲଲିତା ଦେଇ ସ୍ୱାମୀ- କରୁଣା ଗଉଡଙ୍କ ନାମରେ ଥିବା ୪ ଡିସମିଲ ଘରଡିହ ମ୍ୟୁଟେସନ କେଶ ନଂ. ୧୨୭୩/୨୦୨୧ ଅନୁସାରେ ଦାଖଲ ଖାରଜ କରାଯାଇ ଖାତା ନଂ.୧୭୮/୧୧୬୪ ରେ ରେକର୍ଡ କରାଯାଇଛି। ସେହିପରି ଏସସିଏସଟି ମାଲିକଙ୍କ ଜମିକୁ ନିଜ ଅକ୍ତିଆରକୁ ଆଣିବାକୁ ଯାଇ ନିଜ ସମର୍ଥକ ମାନଙ୍କ ନାମରେ ପ୍ରଥମେ ଦାଖଲ ଖାରଜ କରାଇ ପରେ ଉପଜିଲ୍ଲାପାଳଙ୍କ ପାଖରୁ ଅନୁମତି ଅଣାଯାଇ ନିଜ ନାମରେ ରେକର୍ଡ କରାଯାଉଥିବା ଜଣାପଡିଛି। ଖାତା ନଂ.୧୭୫ ରେ ଥିବା ଜମିକୁ ପ୍ରଥମେ ଖାତା ନଂ. ୧୭୮/୧୦୧୬ ରେ ଦାଖଲ ଖାରଜ କରାଇ ପରେ ୧୭୮/୧୦୪୫ ଖାତାକୁ ନିଜ ନାମରେ କରାଇ ନେଇଥିବା ପ୍ରକାଶ।

ସେହିପରି ୧୭୮/୫୬ ଖାତାର ଜମି ପ୍ରଥମେ ୧୭୮/୯୭୧ ଓ ପରେ ୧୭୮/୧୦୦୭ ଖାତାକୁ ଯାଇଥିବା ଜଣାପଡିଛି। ସରକାରୀ ନୀତି ନିୟମ ଆଖିରେ ଧୂଳି ଦେଇ କୋକସରା ତହସିଲ ଅଫିସରେ ଅସାଧୁ କର୍ମଚାରୀ, ରାଜସ୍ୱ ବିଭାଗ ପଦାଧରକାରୀ ମାନଙ୍କୁ ହାତ କରି କୋଟିପତି ବ୍ୟବସାୟୀ ମାନେ ନୀରିହ ଗରିବ ଲୋକ ମାନଙ୍କୁ ପୁନଃ ଘରହୀନ କରାଇବାର ହୀନ ଚକ୍ରାନ୍ତ ଚଳାଇ ଆସୁଥିବା ଅଭିଯୋଗ ହେଉଛି।

ଉତ୍ତରାଧିକାରୀ ସାର୍ଟିଫିକେଟ, ୧୯ ସି ଦାଖଲ ଖାରଜ ଆଦି ବ୍ୟବସ୍ଥାରେ ବ୍ୟାପକ ହେରାଫେରୀ ଓ ପ୍ରୀୟାପ୍ରୀତି ତୋଷଣ କାରବାର ହୋଇଥିବା ଅଭିଯୋଗ ହେଉଛି।      କୋକସରା ତହସିଲରେ ଏଭଳି ଅନେକ ବେନିୟମ କାରବାର ହେଉଥିବାର ଅଭିଯୋଗ ହେଉଥିବା ବେଳେ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିପାରିବ ବୋଲି ବୁଦ୍ଧିଜୀବି ମହଲରେ ଦାବୀ ହେଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଅକ୍ଟୋବର ୨ ରୁ ୩୧ ଯାଏଁ ସ୍ୱଚ୍ଛତା ଓ କାର୍ଯ୍ୟଦକ୍ଷତା ପାଇଁ ସ୍ୱତନ୍ତ୍ର ଅଭିଯାନ ୫.୦

September 18, 2025

ଆସନ୍ତା ୨୨ ଯାଏଁ ରାଜ୍ୟରେ ଘଡଘଡି ସହ ବର୍ଷା: ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

September 18, 2025

୧୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ପିଏମଏମଭିୱାଇ ଅଧୀନରେ ନଗଦ ସହାୟତା ରାଶି ବଣ୍ଟନ

September 18, 2025

ଆଜିଠୁ ବିଧାନସଭା ଅଧିବେଶନ: ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବ ବିଜେଡ଼ି

September 18, 2025
Latest News

ଅକ୍ଟୋବର ୨ ରୁ ୩୧ ଯାଏଁ ସ୍ୱଚ୍ଛତା ଓ କାର୍ଯ୍ୟଦକ୍ଷତା ପାଇଁ ସ୍ୱତନ୍ତ୍ର ଅଭିଯାନ ୫.୦

September 18, 2025

ଆସନ୍ତା ୨୨ ଯାଏଁ ରାଜ୍ୟରେ ଘଡଘଡି ସହ ବର୍ଷା: ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

September 18, 2025

୧୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ପିଏମଏମଭିୱାଇ ଅଧୀନରେ ନଗଦ ସହାୟତା ରାଶି ବଣ୍ଟନ

September 18, 2025

ଆଜିଠୁ ବିଧାନସଭା ଅଧିବେଶନ: ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବ ବିଜେଡ଼ି

September 18, 2025

ଆସନ୍ତା ୨ ଯାଏଁ ଏମ୍ସ ଭୁବନେଶ୍ୱରରେ ବିଭିନ୍ନ ରୋଗ ପାଇଁ ଦୈନିକ ସ୍ୱାସ୍ଥ୍ୟ ଯାଞ୍ଚ

September 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.