
ନୂଆଦିଲ୍ଲୀ: ବର୍ତ୍ତମାନର ଭୌଗଳିକ-ରାଜନୈତିକ ପରିସ୍ଥିତିକୁ ଦେଖି ଭାରତୀୟ ବାୟୁସେନାକୁ ଅଳ୍ପ ସମୟ ମଧ୍ୟରେ କଠିନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ। ବାୟୁସେନା ମୁଖ୍ୟ ଗୁରୁବାର ଦିନ ଏକ ସମ୍ମିଳନୀରେ କହିଛନ୍ତି ଯେ, ପୂର୍ବ ଲଦାଖ ପରି ଅଞ୍ଚଳରେ ସ୍ୱଳ୍ପ ସମୟରେ ଏବଂ ଦୀର୍ଘ ଦିନର ମୁକାବିଲା ପାଇଁ ଏହି ଫୋର୍ସ ପ୍ରସ୍ତୁତ ହେବା ଆବଶ୍ୟକ।
ଉତ୍ତର ସୀମାରେ ଭାରତର ସୁରକ୍ଷା ଚ୍ୟାଲେଞ୍ଜ ଉପରେ ଏୟାର ଚିଫ୍ ମାର୍ଶଲ ଚୌଧୁରୀ କହିଛନ୍ତି ଯେ, ସମସ୍ତ ସମ୍ଭାବ୍ୟ ସୁରକ୍ଷା ଆହ୍ଵାନ ପାଇଁ ଭାରତୀୟ ବାୟୁସେନା ପ୍ରସ୍ତୁତ ହେବା ଆବଶ୍ୟକ। ସେ କହିଛନ୍ତି, “ବଳ, ସ୍ଥାନ ଏବଂ ସମୟର କ୍ରମାଗତତା ମଧ୍ୟରେ ଆମକୁ ସ୍ୱଳ୍ପ ମିଆଦି ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ପଡିବ ଏବଂ ପୂର୍ବ ଲଦାଖରେ ଆମେ ଯାହା ଦେଖୁଛୁ ସେପରି ଦୀର୍ଘସ୍ଥାୟୀ ବିବାଦ ପାଇଁ ମଧ୍ୟ ପ୍ରସ୍ତୁତ ରହିବାକୁ ପଡିବ।