Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନେସନାଲ ଫିଲ୍ମ ହେରିଟେଜ୍ ମିଶନ ଅଧୀନରେ ବିଶ୍ବର ସର୍ବବୃହତ ଚଳଚ୍ଚିତ୍ର ପୁନରୁଦ୍ଧାର ପ୍ରକଳ୍ପ ଆରମ୍ଭ କଲା ଭାରତ
ଆଜିର ଖବର

ନେସନାଲ ଫିଲ୍ମ ହେରିଟେଜ୍ ମିଶନ ଅଧୀନରେ ବିଶ୍ବର ସର୍ବବୃହତ ଚଳଚ୍ଚିତ୍ର ପୁନରୁଦ୍ଧାର ପ୍ରକଳ୍ପ ଆରମ୍ଭ କଲା ଭାରତ

May 6, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନେସନାଲ ଫିଲ୍ମ ହେରିଟେଜ୍‌ ମିଶନ (ଏନଏଫଏଚଏମ) ବା ଜାତୀୟ ଚଳଚ୍ଚିତ୍ର ଐତିହ୍ୟ ଅଭିଯାନ ଅଧୀନରେ ଭାରତ ବିଶ୍ବର ସର୍ବବୃହତ ଚଳଚ୍ଚିତ୍ର ପୁନରୁଦ୍ଧାର ପ୍ରକଳ୍ପ କାର୍ଯ୍ୟକାରୀ କରିବ ଏବଂ ଏଥିପାଇଁ ୩୬୩ କୋଟି ଟଙ୍କା ଖର୍ଚ୍ଚ କରାଯିବ। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି ଏହି ଘୋଷଣା କରିଛନ୍ତି। ଆଜି ଆରମ୍ଭ ହୋଇଥିବା ପୁନରୁଦ୍ଧାର ପ୍ରକଳ୍ପକୁ ଭାରତୀୟ ଜାତୀୟ ଚଳଚ୍ଚିତ୍ର ସଂଗ୍ରହାଳୟ ଠାରେ ଦ୍ରୁତ ଗତିରେ କାର୍ଯ୍ୟକାରୀ କରାଯିବ। ପୁଣେ ଠାରେ ଏହି ସଂଗଠନର ଏକ ସମୀକ୍ଷା ବୈଠକରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଠାକୁର ଏହା କହିଛନ୍ତି।

ନେସନାଲ ଫିଲ୍ମ ହେରିଟେଜ୍‌ ମିଶନ ଅଧୀନରେ ପ୍ରାୟ ୨,୨୦୦ ଚଳଚ୍ଚିତ୍ରକୁ ପୁନରୁଦ୍ଧାର କରାଯିବ। ଚଳଚ୍ଚିତ୍ର ନିର୍ମାତା, ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା, ଚଳଚ୍ଚିତ୍ର ଐତିହାସିକ, ପ୍ରଯୋଜକ ଆଦିଙ୍କୁ ନେଇ ଗଠିତ ଭାଷା ଭିତ୍ତିକ କମିଟି ମାଧ୍ୟମରେ ଚଳଚ୍ଚିତ୍ରର ଶୀର୍ଷକ ଚୟନ କରାଯାଇଛି। ଏହି କମିଟିରେ ଅପର୍ଣ୍ଣା ସେନ, ଶ୍ରୀରାମ ରାଘବନ, ଅଞ୍ଜଳି ମେନନ ଏବଂ ଭେଟ୍ରିମାରାନଙ୍କ ଭଳି ବିଶିଷ୍ଟ ଚଳଚ୍ଚିତ୍ର ବ୍ୟକ୍ତିତ୍ବମାନେ ସାମିଲ ରହିଛନ୍ତି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ନେସନାଲ ଫିଲ୍ମ ହେରିଟେଜ୍‌ ମିଶନ ଚଳଚ୍ଚିତ୍ରର ପୁନରୁଦ୍ଧାର ସହିତ ଚଳଚ୍ଚିତ୍ର ସ୍ଥିତି ଆକଳନ ପ୍ରକ୍ରିୟାର ସଂରକ୍ଷଣ, ସତର୍କତାମୂଳକ ସଂରକ୍ଷଣ ଓ ଡିଜିଟାଲକରଣ କାର୍ଯ୍ୟ ମଧ୍ୟ ସମ୍ପାଦନ କରିବ। ଏଥିପାଇଁ ମୋଟ୍‌ ୫୯୭ କୋଟି ଟଙ୍କାର ବଜେଟ୍‌ ଆବଣ୍ଟନ କରାଯାଇଛି, ଯାହାକି ବିଶ୍ବର ସବୁଠୁ ବଡ଼ ଚଳଚ୍ଚିତ୍ର ସଂରକ୍ଷଣ ଅଭିଯାନ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି।

ଭାରତୀୟ ଚଳଚ୍ଚିତ୍ର ଜଗତର ୧୦୦ ବର୍ଷରୁ ଅଧିକ ସମୟର ଇତିହାସ ରହିଛି ଏବଂ ବିଶ୍ବ ଚଳଚ୍ଚିତ୍ର ଦୁନିଆରେ ଏହା ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି। ଭାରତୀୟ ଚଳଚ୍ଚିତ୍ରର ପୁନରୁଦ୍ଧାର ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ବାରା ବହୁ ଦଶନ୍ଧି ଧରି ଦର୍ଶକମାନଙ୍କୁ ବାନ୍ଧି ରଖିଥିବା ଏସବୁ ଚଳଚ୍ଚିତ୍ରର ସମୃଦ୍ଧଶାଳୀ ଐତିହ୍ୟକୁ ଭବିଷ୍ୟତ ପିଢ଼ି ଜାଣିବା ଲାଗି ସକ୍ଷମ ହୋଇପାରିବେ।

ପ୍ରଥମ ପର୍ଯ୍ୟାୟରେ ଏନଏଫଏଆଇ ମହାନ ଚଳଚ୍ଚିତ୍ର ନିର୍ମାତା ସତ୍ୟଜିତ ରାୟଙ୍କ ୧୦ଟି ସମ୍ମାନଜନକ ଚଳଚ୍ଚିତ୍ରକୁ ପୁନରୁଦ୍ଧାର ପାଇଁ ଚୟନ କରିଛି। ଏସବୁ ଚଳଚ୍ଚିତ୍ରକୁ ବିଭିନ୍ନ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ କରାଯିବ। ଏଥିମଧ୍ୟରୁ ‘ପ୍ରତିଧ୍ବନି’ ଚଳଚ୍ଚିତ୍ରକୁ କାନ୍ସ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଚୟନ କରାଯାଇଛି। ଏହା କାନ୍ସ କ୍ଲାସିକ୍ସ ବର୍ଗର ୨୦୨୨ ସଂସ୍କରଣରେ ପ୍ରଦର୍ଶିତ ହେବ।

୧୯୭୮ ମସିହାରେ ମୁକ୍ତିଲାଭ କରିଥିବା ଜି. ଅରବିନ୍ଦନଙ୍କ ମାଲାୟଲମ ଚଳଚ୍ଚିତ୍ର ‘ଥାମ୍ପି’ର ପୁନରୁଦ୍ଧାର ସଂସ୍କରଣ ମଧ୍ୟ କାନ୍ସ ଠାରେ ପ୍ରଦର୍ଶିତ ହେବ। ହେରିଟେଡ ଫାଉଣ୍ଡେସନ ଏବଂ ଏନଏଫଆଇ ମଧ୍ୟରେ ହୋଇଥିବା ସଂରକ୍ଷଣ ସହଭାଗିତା ଅଧୀନରେ କାନ୍ସ ଠାରେ ଏ ଚଳଚ୍ଚିତ୍ରର ୱାର୍ଲ୍ଡ ପ୍ରିମିୟର ହେବ।

ସତ୍ୟଜିତ ରାୟଙ୍କ ଚଳଚ୍ଚିତ୍ର ବ୍ୟତୀତ ‘ନୀଲାକୁୟିଲ’ (ମାଲାୟଲମ) ଏବଂ ‘ଦୋ ଆଖେଁ ବାରା ହାତ୍’ (ହିନ୍ଦୀ) ଚଳଚ୍ଚିତ୍ରକୁ ମଧ୍ୟ ସାମିଲ କରାଯାଇଛି। ସ୍ବାଧୀନତା ପୂର୍ବବର୍ତ୍ତୀ ଚଳଚ୍ଚିତ୍ର ସମେତ ଏନଏଫଏଆଇ, ଚଳଚ୍ଚିତ୍ର ଡିଭିଜନ ଏବଂ ଅନ୍ୟାନ୍ୟ ବିରଳ ଚଳଚ୍ଚିତ୍ରକୁ ମଧ୍ୟ ପୁନରୁଦ୍ଧାର କରିବା ଲାଗି ଚୟନ କରାଯାଇଛି। ଏସବୁ ଚଳଚ୍ଚିତ୍ରରେ ଭାରତର ଅଭିବୃଦ୍ଧି ଧାରା ପ୍ରଦର୍ଶିତ ହୋଇଛି।

ପୁନରୁଦ୍ଧାର ପ୍ରକ୍ରିୟା ତିଷ୍ଠି ରହିଥିବା ଶ୍ରେଷ୍ଠ ଉତ୍ସ ବା ସୋର୍ସରୁ ଉପକରଣଗୁଡ଼ିକୁ ସଂଗ୍ରହ କରି ପ୍ରତି ଫ୍ରେମର ଡିଜିଟାଲ ଓ ସେମି-ଅଟୋମେଟେଡ୍‌ ମାନୁଆଲ ପିକ୍ଚର ଓ ସାଉଣ୍ଡକୁ ପୁନରୁଦ୍ଧାର କରିବା ଲାଗି ଏହି ପ୍ରକ୍ରିୟା ମାଧ୍ୟମରେ ପ୍ରୟାସ କରାଯାଇଥାଏ। ସୋର୍ସ ନେଗେଟିଭ/ପ୍ରିଣ୍ଟକୁ ୪ କେରୁ .ଡିପିଏକ୍ସ ଫାଇଲକୁ ସ୍କାନ୍‌ କରାଯିବ ଯାହାକୁ ଡିଜିଟାଲ ମାଧ୍ୟମରେ ପୁନରୁଦ୍ଧାର କରାଯିବ। ଏହି ପୁନରୁଦ୍ଧାର ପ୍ରକ୍ରିୟା ସମୟରେ ପିକ୍ଚର ନେଗେଟିଭ୍‌ର ପ୍ରତ୍ୟେକ ଫ୍ରେମରେ ରହିତିବା ଦାଗ, ଧୂଳି ଏବଂ ଘର୍ଷଣକୁ ସମ୍ପୂର୍ଣ୍ଣ ସଫା କରି ଦିଆଯିବ। ପିକଚର ବା ଛବି ପୁନରୁଦ୍ଧାର ପ୍ରକ୍ରିୟା ଭଳି ସାଉଣ୍ଡ ଓ ଶବ୍ଦ ପୁନରୁଦ୍ଧାର ପ୍ରକ୍ରିୟାକୁ ମଧ୍ୟ ସମାନ ପଦ୍ଧତିରେ କାର୍ଯ୍ୟକାରୀ କରାଯିବ।

ସାଉଣ୍ଡ ନେଗେଟିଭ୍‌ରେ ରହିଥିବା ପପ୍ସ, ହିସ୍‌, କ୍ରାକଲ୍ସ ଓ ଡିଷ୍ଟୋରର୍ସନ ଆଦିକୁ ଦୂର କରାଯିବ। ପୁନରୁଦ୍ଧାର ପରେ, ଡିଜିଟାଲ ପିକ୍ଚର ଫାଇଲକୁ କଲର ଗ୍ରେଡ (ଡିଆଇ ପ୍ରକ୍ରିୟା) କରାଯିବ ଏବଂ ମୂଳ ରିଲିଜ୍‌ ସମୟରେ ଯେପରି ଦେଖା ଯାଉଥିଲା ଠିକ୍‌ ସେହିପରି ପ୍ରଦର୍ଶିତ କରିବା ଭଳି ରୂପ ଚଳଚ୍ଚିତ୍ରକୁ ଦିଆଯିବ।

ଅନୁରାଗ ଠାକୁର ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ଆଦିତ୍ୟ ଅଲୁମିନିୟମ୍‌ ତରଫରୁ ଦିବ୍ୟାଙ୍ଗ ଦିବସ ପାଳିତ, ଶିଶୁମାନଙ୍କ କମ୍ୟୁନିଟ ସେଣ୍ଟରର ଭୂମିପୂଜା

December 3, 2025

ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ହିନ୍ଦୁ ଦେବତାଙ୍କ ଉପରେ ମନ୍ତବ୍ୟକୁ ନେଇ ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀଙ୍କ ନିନ୍ଦା

December 3, 2025

Fake News: ଲୋକସଭାରେ ଫେକ ନ୍ୟୁଜ୍ ଉପରେ ଉତ୍ତର ରଖିଲେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

December 3, 2025

Swamijee Public School: ରଂଗାରଂଗ ପରିବେଶରେ ପାଳିତ ହେଲା ସ୍ୱାମୀଜୀ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

December 3, 2025
Latest News

ଆଦିତ୍ୟ ଅଲୁମିନିୟମ୍‌ ତରଫରୁ ଦିବ୍ୟାଙ୍ଗ ଦିବସ ପାଳିତ, ଶିଶୁମାନଙ୍କ କମ୍ୟୁନିଟ ସେଣ୍ଟରର ଭୂମିପୂଜା

December 3, 2025

ଶିକ୍ଷକ ଓ ଅଧ୍ୟାପକଙ୍କ ଦାବୀ ପୂରଣ ପାଇଁ ସରକାର ଗଠନ କଲେ ଏକ କମିଟ, ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

December 3, 2025

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୫ ଉଦ୍‌ଯାପନୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

December 3, 2025

Byanjana Dwadashi: ବ୍ୟଞ୍ଜନ ଦ୍ଵାଦଶୀରେ ପ୍ରଭୃ କୃଷ୍ଣଙ୍କୁ ବାଢିଦିଆଗଲା ୮୭୫ ପ୍ରକାରର ଭୋଗ

December 3, 2025

ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ହିନ୍ଦୁ ଦେବତାଙ୍କ ଉପରେ ମନ୍ତବ୍ୟକୁ ନେଇ ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀଙ୍କ ନିନ୍ଦା

December 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.