Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶକ୍ତି ବିଭାଗର ୫-‘ଟି’ ସମୀକ୍ଷା: ବିଶ୍ୱକପ ହକି ପାଇଁ ବିଦ୍ୟୁତ ଭିତ୍ତିଭୂମି ଉପରେ ଆଲୋଚନା
ଆଜିର ଖବର

ଶକ୍ତି ବିଭାଗର ୫-‘ଟି’ ସମୀକ୍ଷା: ବିଶ୍ୱକପ ହକି ପାଇଁ ବିଦ୍ୟୁତ ଭିତ୍ତିଭୂମି ଉପରେ ଆଲୋଚନା

May 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶକ୍ତି ବିଭାଗର ୫-‘ଟି’ ସମୀକ୍ଷା: ବିଶ୍ୱକପ ହକି ପାଇଁ ବିଦ୍ୟୁତ ଭିତ୍ତିଭୂମି ଉପରେ ଆଲୋଚନା

ଭୁବନେଶ୍ୱର:  ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଭଳି ଆଜି ବିଜୁଳି ସମସ୍ତଙ୍କ ପାଇଁ ଅତି ଜରୁରୀ ହୋଇପଡ଼ିଛି। ଉପଭୋକ୍ତାଙ୍କ ପାଖରେ ୨୪ ଘଣ୍ଟା ନିରନ୍ତର ବିଜୁଳି ଯୋଗାଇଦେବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ । ତେଣୁ ସବୁ ଉପଭୋକ୍ତାଙ୍କ ଆବଶ୍ୟକତା ପୂରଣ ଆମ ସମସ୍ତଙ୍କର ପ୍ରାଥମିକତା ରହିବା ଉଚିତ ବୋଲି ଶକ୍ତି ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ମତବ୍ୟକ୍ତ କରିଛନ୍ତି ।

ଖାରବେଳ ଭବନସ୍ଥିତ ଶକ୍ତି ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ୫-‘ଟି’ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି କହିଲେ ଯେ ରାଜ୍ୟ ସରକାରଙ୍କ ଉପରେ ଓଡ଼ିଶାର ଜନସାଧାରଣ ଦୀର୍ଘଦିନ ହେବ ବିଶ୍ୱାସ କରିଆସିଛନ୍ତି ଏବଂ ବିଭିନ୍ନ ବିଭାଗ ମଧ୍ୟରେ ଶକ୍ତି ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ । ଓଡ଼ିଶା ବର୍ତ୍ତମାନ ବିଦୁ୍ୟତ ବଳକା ରାଜ୍ୟ ଭାବେ ପରିଗଣିତ । ଏହି ଦୃଷ୍ଟିରୁ ଉପଭୋକ୍ତାଙ୍କୁ ସର୍ବୋଚ୍ଚ ସେବା ଯୋଗାଇଦେବା ବିଭାଗର କର୍ତ୍ତବ୍ୟ ବୋଲି ମନ୍ତ୍ରୀ ବୈଠକରେ ଉଲ୍ଲେଖ କରିଥିଲେ ।

ସେହିପରି ଆଗାମୀ୨୦୨୩ରେ ରାଉରକେଲାଠାରେ ହକି ବିଶ୍ୱକପ୍‌ ଆୟୋଜନ ହେଉଥିବାରୁ ସମଗ୍ର ରାଉରକେଲା ସହରର ବିଦୁ୍ୟତ ଭିତ୍ତିଭୂମି ସୁଦୃଢ଼ କରିବା ନେଇ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ସମୟରେ ସୌରଶକ୍ତି ପରି ସବୁଜ ଶକ୍ତିର ଉତ୍ପାଦନ ବୃଦ୍ଧି ନିମନ୍ତେ ସ୍ୱତନ୍ତ୍ର ନକ୍ସା ପ୍ରସ୍ତୁତ କରିବା ଉପରେ ଆଲୋଚନା ହୋଇଥିଲା । ଏଥି ସହ ବିଭିନ୍ନ ସରକାରୀ ଏବଂ ଘରୋଇ କୋଠାରେ ଅଧିକ ସୌରଶକ୍ତି ଉତ୍ପାଦନ ନିମନ୍ତେ ବ୍ୟବସ୍ଥା ସହ ଆଗାମୀ ଦିନରେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବୈଦୁ୍ୟତିକ ଯାନ ବ୍ୟବହାର ନିମନ୍ତେ ଚାର୍ଜିଂ ଷ୍ଟେସନ୍‌ ସ୍ଥାପନ ଉପରେ ଆଲୋଚନା ହୋଇଥିଲା ।

ବୈଠକରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ ଯୋଗଦେଇ ତେଲକୋଇ ଏବଂ ଆଖପାଖ ଅଞ୍ଚଳରେ ଲାଗି ରହୁଥିବା ବିଦୁ୍ୟତ ସମସ୍ୟା ଦୂର ପାଇଁ ଶକ୍ତିମନ୍ତ୍ରୀଙ୍କୁ ଜଣାଇଥିଲେ । ଶକ୍ତିମନ୍ତ୍ରୀ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା ଆଦି ଅଞ୍ଚଳରେ ମଧ୍ୟ ବିଦୁ୍ୟତ ସମସ୍ୟା ସମାଧାନ ଉପରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ସ୍ୱତନ୍ତ୍ର ସଚିବ ଶ୍ରୀ ସୁରଥ ଚନ୍ଦ୍ର ମଲ୍ଲିକ, ଶ୍ରୀ ଧନଞ୍ଜୟ ସ୍ୱାଇଁ, ଅତିରିକ୍ତ ଶାସନ ସଚିବ ଶ୍ରୀ ସମ୍ବିତ ପରିଜା ଏବଂ ଉପଶାସନ ସଚିବ ଶ୍ରୀ ବଳରାମ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

ଶକ୍ତି ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ଆସାମ ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ଼ ୱିକେଟର ପତନ: ବିଜେପିରେ ଯୋଗଦେବେ ଭୁପେନ ବୋରା

February 18, 2026

ଆଜି ହେଉଛି ମାର୍ଚ୍ଚ ୧୮ ତାରିଖ ବୁଧବାର: ଏହି ରାଶି ପ୍ରତି ପ୍ରଭୁ ଗଣପତିଙ୍କ ରହିବ ଆଶୀର୍ବାଦ

February 18, 2026

ସୁପ୍ରିୟା ପଣ୍ଡାଙ୍କୁ ଦ୍ୱାଦଶ ‘ଜଗଦୀଶ କଥା ସମ୍ମାନ’: ‘ଜଗଦୀଶ ଯୁବ ସମ୍ମାନ’ ପାଇଲେ ଶାନ୍ତନୁ କୁମାର ନାୟକ

February 17, 2026

ଆସନ୍ତାକାଲି ଟ୍ଵିନ ସିଟିରେ ବନ୍ଦ ରହିବ ବିଦ୍ୟୁତ ଯୋଗାଣ: ଜାଣନ୍ତୁ ପ୍ରଭାବିତ ଅଞ୍ଚଳ ତାଲିକା ଏବଂ ସମୟ

February 17, 2026
Latest News

ଆସାମ ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ଼ ୱିକେଟର ପତନ: ବିଜେପିରେ ଯୋଗଦେବେ ଭୁପେନ ବୋରା

February 18, 2026

ଏଏନଆଇକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ସାକ୍ଷାତକାର

February 18, 2026

ଆଜି ହେଉଛି ମାର୍ଚ୍ଚ ୧୮ ତାରିଖ ବୁଧବାର: ଏହି ରାଶି ପ୍ରତି ପ୍ରଭୁ ଗଣପତିଙ୍କ ରହିବ ଆଶୀର୍ବାଦ

February 18, 2026

ସୁପ୍ରିୟା ପଣ୍ଡାଙ୍କୁ ଦ୍ୱାଦଶ ‘ଜଗଦୀଶ କଥା ସମ୍ମାନ’: ‘ଜଗଦୀଶ ଯୁବ ସମ୍ମାନ’ ପାଇଲେ ଶାନ୍ତନୁ କୁମାର ନାୟକ

February 17, 2026

ଆସନ୍ତାକାଲି ଟ୍ଵିନ ସିଟିରେ ବନ୍ଦ ରହିବ ବିଦ୍ୟୁତ ଯୋଗାଣ: ଜାଣନ୍ତୁ ପ୍ରଭାବିତ ଅଞ୍ଚଳ ତାଲିକା ଏବଂ ସମୟ

February 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.