ତଜିନ୍ଦର ବଗ୍ଗାଙ୍କୁ ହାଇକୋର୍ଟରୁ ଆଶ୍ଵସ୍ତି: ଜୁଲାଇ ୫ ପର୍ଯ୍ୟନ୍ତ ହୋଇପାରିବେନି ଗିରଫ

Published: May 10, 2022, 12:37 pm IST

ଚଣ୍ଡିଗଡ଼: ବିଜେପିର ଦିଲ୍ଲୀ ୟୁନିଟ୍ ମୁଖପାତ୍ର ତଜିନ୍ଦର ପାଲ ସିଂ ବଗ୍ଗାଙ୍କୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରୁ ଆଶ୍ଵସ୍ତି ମିଳିଛି ଏବଂ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ କୋର୍ଟ ତାଙ୍କ ଗିରଫଦାରୀକୁ ସ୍ଥଗିତ ରଖିଛନ୍ତି। ମୋହାଲିର ଏକ ପୋଲିସ ଷ୍ଟେସନରେ ବଗ୍ଗାଙ୍କ ବିରୋଧରେ ଉତ୍ତେଜନାମୂଳକ ବକ୍ତବ୍ୟ ଏବଂ ଅପରାଧୀକ ଧମକ ଭଳି ମାମଲା ରୁଜୁ ହୋଇଥିଲା। ନିକଟରେ ପଞ୍ଜାବ ପୋଲିସ ତାଙ୍କୁ ଦିଲ୍ଲୀରୁ ଗିରଫ କରିଥିଲା। ତାଙ୍କୁ ଶୁକ୍ରବାର ସକାଳେ ଦିଲ୍ଲୀର ଜନକପୁରୀ ସ୍ଥିତ ତାଙ୍କ ବାସଭବନରୁ ପଞ୍ଜାବ ପୋଲିସ ଗିରଫ କରିଥିଲା।

Related posts