Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପର୍ଯ୍ୟଟନ ମନ୍ତ୍ରଣାଳୟର ଯୁବ ଟୁରିଜିମ୍ କ୍ଲବ ଗଠନ ସଂକ୍ରାନ୍ତ ପ୍ରୟାସକୁ ସିବିଏସ୍ଇର ସମର୍ଥନ
ଆଜିର ଖବର

ପର୍ଯ୍ୟଟନ ମନ୍ତ୍ରଣାଳୟର ଯୁବ ଟୁରିଜିମ୍ କ୍ଲବ ଗଠନ ସଂକ୍ରାନ୍ତ ପ୍ରୟାସକୁ ସିବିଏସ୍ଇର ସମର୍ଥନ

May 13, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜାଦି କା ଅମୃତ ମହୋତ୍ସବ ପାଳନର ଅଂଶସ୍ୱରୂପ ଦେଶରେ ସବୁ ଟୁରିଜିମ (ପର୍ଯ୍ୟଟନ) କ୍ଲବମାନ ଖୋଲିବା ପାଇଁ ପର୍ଯ୍ୟଟନ ମନ୍ତ୍ରଣାଳୟ ପ୍ରୟାସ ଆରମ୍ଭ କରିଛି। ଏହାର ଉଦ୍ଦେଶ୍ୟ ହେଲା ଯୁବବର୍ଗଙ୍କୁ ଦେଶର ଯଥାର୍ଥ ସଦିଚ୍ଛା ଦୂତ ଭାବେ ତିଆରି କରି ଆମର ସମୃଦ୍ଧ, ସାଂସ୍କୃତିକ, ଆଧ୍ୟାତ୍ମିକ ଓ ପ୍ରାକୃତିକ ଐତିହ୍ୟର ପ୍ରଚାର ଓ ପ୍ରସାର ସମଗ୍ର ବିଶ୍ୱରେ କରାଇବା। ଯୁବବର୍ଗ ଅଧିକରୁ ଅଧିକ ଦେଶର ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନ ପ୍ରତି ଆକୃଷ୍ଟ ହେଲେ ସେମାନଙ୍କର ସ୍ୱଦେଶ ପ୍ରୀତି ଓ ଭାବନା ବଢିବ ଏବଂ ଦେଶର ପର୍ଯ୍ୟଟନର ବିକାଶରେ ସେମାନେ ଯଥାର୍ଥ ଯୋଗଦାନ କରିପାରିବେ। ଆହୁରି ମଧ୍ୟ ଟୁରିଜିମ୍ କ୍ଳବରେ ଅଂଶ୍ରଗହଣ ଦ୍ୱାରା ସେମାନଙ୍କର ଦଳଗତ କାର୍ଯ୍ୟ, ପରିଚାଳନା, ନେତୃତ୍ୱ ଭଳି କୋମଳ ଦକ୍ଷତା(ସଫ୍ଟ ସ୍କିଲ) ବଢିବ ଏବଂ ଯୁବବର୍ଗ ପର୍ଯ୍ୟଟନର ବିକାଶରେ ଦାୟିତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାର ସୁଯୋଗ ପାଇବେ।

ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସ୍ଇ ପର୍ଯ୍ୟଟନ ମନ୍ତ୍ରଣାଳୟର ଏହି ପ୍ରୟାସକୁ ସମର୍ଥନ ଜଣାଇବାକୁ ଆଗେଇ ଆସିଛି। ସିବିଏସ୍ଇ ତାହାର ସବୁ ସହବଦ୍ଧିତ ସ୍କୁଲରେ ଯୁବ ଟୁରିଜିମ୍ କ୍ଲବ ଖୋଲିବାକୁ ନିର୍ଦ୍ଦେଶନାମା ଜାରି କରିଛି।

ଏ ସମ୍ପର୍କରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି. କିଷନ ରେଡ୍ଡୀ କହିଛନ୍ତି ଯେ ଯୁବ ସମାଜ ଭାରତର ସମୃଦ୍ଧ ସାଂସ୍କୃତିକ, ଆଧ୍ୟାତ୍ମିକ ଓ ପ୍ରାକୃତିକ ଐତିହ୍ୟର ଶ୍ରେଷ୍ଠ ଦୂତ। ବିଭିନ୍ନ ସ୍କୁଲରେ ଗଠିତ ହେବାକୁ ଥିବା ଯୁବ ଟୁରିଜିମ କ୍ଲବ ଜାତୀୟ ସଂହତିକୁ ସୁଦୃଢ କରିବା ସହିତ ପ୍ରଧାନମନ୍ତ୍ରୀ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଲକ୍ଷ୍ୟକୁ ପୂରଣ କରିବାରେ ସହାୟକ ହେବ।

ସେ ଆହୁରି କହିଛନ୍ତି ଯେ ଏବେ ଆମ ଯୁବବର୍ଗ, ବିଶେଷକରି ବିଦ୍ୟାର୍ଥୀମାନେ ଦେଶର ପର୍ଯ୍ୟଟନ ଲକ୍ଷ୍ୟସ୍ଥଳୀଗୁଡିକ ବିଷୟରେ ଅଧିକ ଅବଗତ ହେବେ ଏବଂ ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ସହାୟକ ହୋଇପାରିବ। ସେମାନେ ନିଜ ରାଜ୍ୟ ଓ ପଡୋଶୀ ରାଜ୍ୟଗୁଡିକର ସଂସ୍କୃତି, ପର୍ଯ୍ୟଟନ ଓ ଐତିହ୍ୟ ସମ୍ପର୍କ ଅଧିକ ଜାଣିବାକୁ ସୁଯୋଗ ପାଇବେ ଏବଂ ଏହା ଦେଶର ଏକତା ଓ ସଂହତିକୁ ସୁଦୃଢ କରିବ। ‘ଦେଖୋ ଅପ୍ନୀ ଦେଶ” ନାମରେ ପ୍ରଧାନମନ୍ତ୍ରୀ ଯେଉଁ ଆହ୍ୱାନ ଦେଇଛନ୍ତି ତାହାକୁ ମଧ୍ୟ ଏହି ଯୁବ ଟୁରିଜିମ୍ କ୍ଲବ ଅଧିକ ସଫଳ କରିବାରେ ସହାୟକ ହେବ।

ଏହି କ୍ଲବର ଯୁବ ସଦସ୍ୟମାନେ ଦେଶର ସମୃଦ୍ଧ ବିବିଧତା ସମ୍ପର୍କରେ ଅଭିଜ୍ଞତା ଲାଭ କରିବେ ଏବଂ ଏହାର ସାଭ୍ୟତିକ ମୂଲ୍ୟବୋଧର ମହତ୍ୱ ବୁଝିବେ। ଏହା ଫଳରେ ଦେଶ ପ୍ରତି ସେମାନଙ୍କର ମମତ୍ୱବୋଧ ଓ ଆପଣାର ପଣିଆ ବଢିବ। ଅନ୍ୟପକ୍ଷରେ ଯୁବକଯୁବତୀମାନେ ଯେତେବେଳେ ଟୁରିଷ୍ଟି ଆମ୍ବାସାଡର ହେବେ ଭାରତ ସେତେବେଳେ ବିଶ୍ୱର ଏକ ଅଧିକ ପସନ୍ଦଯୋଗ୍ୟ ପର୍ଯ୍ୟଟନ ଲକ୍ଷ୍ୟସ୍ଥଳୀରେ ପରିଣତ ହେବ। ଏହା ଫଳରେ ଦେଶର ଅର୍ଥନୀତି ଉପରେ ବଡ ଅନୁକୂଳ ପ୍ରଭାବ ପଡିବ।

ପର୍ଯ୍ୟଟନ ମନ୍ତ୍ରଣାଳୟ ଟୁରିଜିମ୍ କ୍ଲବ ପରିଚାଳନା ପାଇଁ ଏକ ହ୍ୟାଣ୍ଡବୁକ ଯୋଗାଣ ବ୍ୟବସ୍ଥା କରିିଛି। ଏହି ହ୍ୟାଣ୍ଡବୁକ୍ରେ କ୍ଲବଗଠନ ଓ ନିର୍ମାଣର ନୀତି ନିୟମ ତଥା ମାର୍ଗଦର୍ଶିକା ରହିଛି। ଏଥିରେ ମଧ୍ୟ ଏହି କ୍ଲବରେ କି ପ୍ରକାର କାର୍ଯ୍ୟ କରିହେବ ତାହାର ଉଲ୍ଲେଖ ଅଛି। ସମ୍ପୃକ୍ତ ସ୍କୁଲ ସମୂହ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମରେ ଏଥିରେ ଏକ୍ସକର୍ସନ, ଅନ୍ଲାଇନ ବା ଇ-ଟୁରିଜିମ, ପେନ ପଲ୍(ପତ୍ରବନ୍ଧୁ) ଆଦିକୁ ସାମିଲ କରିପାରିବେ। ଯୁଗଳ ବର୍ଗ ରାଜ୍ୟ(ପେୟାର୍ଡ ଷ୍ଟେଟ) ମଧ୍ୟରେ ଉଭୟ ରାଜ୍ୟର ଛାତ୍ରଛାତ୍ରୀମାନେ ପରସ୍ପର ଭାଷା ଶିଖିବା ସହିତ ଭ୍ରମଣରେ ଯାଇ ଉଭୟ ପକ୍ଷର ଐତିହ୍ୟ, ସଂସ୍କୃତି, ବିବିଧତା ଓ ଐତିହ୍ୟ ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଏବଂ ଅନୁଭୂତି ଆହରଣ କରିପାରିବେ।

ଯୁବ ଟୁରିଜିମ କ୍ଲବ ମଧ୍ୟ ଏହାର ସଦସ୍ୟମାନଙ୍କୁ ଭ୍ରମଣ ଓ ପର୍ଯ୍ୟଟନର ଗୁରୁତ୍ୱ ଜାଣିବାରେ ସହାୟକ ହେବ ଏବଂ ସେମାନେ ଏହାର ମହତ୍ୱ ବୁଝିବା ପରେ ଏହାର ପ୍ରଚାର, ପ୍ରସାର ଓ ବିକାଶ ଦିଗରେ କାମ କରିବେ। ଏହା ଫଳରେ ଦାୟିତ୍ୱବାନ ପର୍ଯ୍ୟଟନ ପ୍ରକ୍ରିୟା ତ୍ୱରାନ୍ୱିତ ହେବ। ଏଥିରେ କ୍ଲବର ସଦସ୍ୟମାନଙ୍କ ମଧ୍ୟରେ ଦୁଃସାହସିକ ଭାବନା, ବିଭିନ୍ନ ସ୍ଥାନ ଭ୍ରମଣର ଆଗ୍ରହ ବଢିବ। ସେମାନେ ଶାରୀରିକ ଓ ମାନସିକଭାବେ ସୁସ୍ଥ ରହିବେ। ସର୍ବୋପରି ପର୍ଯ୍ୟଟନ କ୍ଷେତ୍ରରେ ଏହା ଯୁବବର୍ଗର ଦକ୍ଷତା ବିକାଶରେ ସହାୟକ ହେବା ସହିତ ପର୍ଯ୍ୟଟନ ଓ ଆତିଥ୍ୟ କ୍ଷେତ୍ରରେ ଉଦ୍ୟମିତା ବଢାଇବ।

ଆଜାଦି କା ଅମୃତ ମହୋତ୍ସବ ଯୁବ ଟୁରିଜିମ୍ କ୍ଲବ ସିବିଏସ୍ଇ
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ UPI ମାଧ୍ୟମରେ ଉଠାଯାଇପାରିବ ସୁନା ଋଣ କିମ୍ବା FD ଟଙ୍କା

July 21, 2025

ପ୍ଲାଷ୍ଟିକ୍ ଆଧାର କାର୍ଡ ସପକ୍ଷରେ ନାହାନ୍ତି ଅଖିଳେଶ ଯାଦବ: ଏସପି ମୁଖ୍ୟ କଲେ ଏହି ବଡ଼ ଦାବି

July 21, 2025

ଓଡ଼ିଶାର ୬,୭୯୪ଟି ଗ୍ରାମ ପଞ୍ଚାୟତରେ ପହଞ୍ଚିବ ତିନି ମାସ ବ୍ୟାପୀ ଆର୍ଥିକ ଅନ୍ତଭୂକ୍ତିକରଣ ଅଭିଯାନ

July 21, 2025

ଗୋଆରୁ ଇନ୍ଦୋର ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ, ବିମାନରେ ଥିଲେ ୧୪୦ ଯାତ୍ରୀ

July 21, 2025
Latest News

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ UPI ମାଧ୍ୟମରେ ଉଠାଯାଇପାରିବ ସୁନା ଋଣ କିମ୍ବା FD ଟଙ୍କା

July 21, 2025

ପ୍ଲାଷ୍ଟିକ୍ ଆଧାର କାର୍ଡ ସପକ୍ଷରେ ନାହାନ୍ତି ଅଖିଳେଶ ଯାଦବ: ଏସପି ମୁଖ୍ୟ କଲେ ଏହି ବଡ଼ ଦାବି

July 21, 2025

ଓଡ଼ିଶାର ୬,୭୯୪ଟି ଗ୍ରାମ ପଞ୍ଚାୟତରେ ପହଞ୍ଚିବ ତିନି ମାସ ବ୍ୟାପୀ ଆର୍ଥିକ ଅନ୍ତଭୂକ୍ତିକରଣ ଅଭିଯାନ

July 21, 2025

ଗୋଆରୁ ଇନ୍ଦୋର ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ, ବିମାନରେ ଥିଲେ ୧୪୦ ଯାତ୍ରୀ

July 21, 2025

ପୁଣି ଭାରତ ବିରୁଦ୍ଧରେ ବିଷ ଓଗାଳିଲେ ଶାହିଦ ଆଫ୍ରିଦି: କହିଲେ, ଆମ ସେନା ସହିତ ଯୁଦ୍ଧ କର, ଦେଖିବା ତୁମେ କେତେ ଶକ୍ତିଶାଳୀ

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.