Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆରେ ପ୍ରାକ୍-ଆନ୍ତର୍ଜାତିକ ଯୋଗ ଦିବସ
ଆଜିର ଖବର

ସୋଆରେ ପ୍ରାକ୍-ଆନ୍ତର୍ଜାତିକ ଯୋଗ ଦିବସ

May 14, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ (ଇଂଟରନ୍ୟାସନାଲ ଯୋଗ ଡ଼େ) କୁ ଆଖିରେ ରଖି ସୋଆ ଏନଏସଏସ ତରଫରୁ ଶନିବାର ଏକ “କାଉଂଟ ଡାଉନ ଟୁ ଆଇୱାଇଡି” କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।

ସକାଳ ୮ ଟାରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ଯୋଗ – ଏକ ପରିଚୟ” ଉପରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଉଦ୍‌ବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମବେତ ସଭିଙ୍କୁ ନିଜର ସମସ୍ତ ଭୌତିକ, ମାନସିକ ଓ ଆଧ୍ୟାତ୍ମିକ ସତାକୁ ଯୋଗ ମାଧ୍ୟମରେ ପରିଚିତି ଆଣିବାକୁ ସେ କହିଥିଲେ।

ଭାରତ କାହିଁକି ବିଶ୍ୱର ଅନ୍ୟ ସମସ୍ତ ଦେଶରେ କେବଳ ଭୌତିକ ର ବିକାଶରେ ମନ ଦେବାରୁ ମଣିଷର ମାନସିକ ଓ ଆଧ୍ୟାମିôକ, ଏପରିକି ସାମାଜିକ ସତା ମଧ୍ୟ ବହୁଳ ଭାବରେ ଅବହେଳିତ ହୋଇଛି। ସକାଳୁ ଶଯ୍ୟା ତ୍ୟାଗ କରି ଯୋଗ ସାଧନା କଲେ ମନ ପ୍ରଫୁଲ୍ଲ ରହିବ, ଶରୀର ନିରୋଗ ରହିବ ଓ ଜୀବନରେ ଶାନ୍ତି ଓ ସଫଳତା ବିରାଜମାନ ହେବ। ପ୍ରଫେସର ମହାପାତ୍ର ସମସ୍ତଙ୍କ ସହିତ ଯୋଗାସନ କରିଥିଲେ।

ଯୋଗ ଶିକ୍ଷକ ଅଖିଳ ଚନ୍ଦ୍ର ରଣା ପବନ ମୁକ୍ତାସନ, ଅର୍ଦ୍ଧଚକ୍ରାସନ, ଉଷ୍ଟ୍ରାସନ ,ବଜ୍ରାସନ, ବକ୍ରାସନ, ତାଡାସନ, ଭୂଜଙ୍ଗାସନ, ସଲଭାସନ, ମକରାସନ ,ଅଦ୍ଧକଟିଚକ୍ରାସନ, ସୂର୍ଯ୍ୟ ନମସ୍କାର, ଶବାସନ ଅଭ୍ୟାସ କରିବା ସହିତ ତିନୋଟି ପ୍ରାଣାୟମ ଯଥା କପାଳଭାତି, ଅନୁଲୋମ ବିଲୋମ ଓ ଭ୍ରାମରୀ ମଧ୍ୟ ଶିଖାଇଥିଲେ।

ପ୍ରୋଗ୍ରାମ ସଂଯୋଜକ ତଥା ବିଶ୍ୱବିଦ୍ୟାଳୟ ଆଉଟରିଚ ପ୍ରୋଗ୍ରାମ ର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ସମସ୍ତଙ୍କୁ ପ୍ରତିଦିନ ସକାଳ ୬ଟାରୁ ନିୟମିତ ଚାଲିଥିବା (ଏପ୍ରିଲ ୨୧ରୁ ) ଆଭାସୀ (ଭଚ୍ଚୁଆର୍ଲ ) ଯୋଗ ଶିବିର ରେ ଭାଗ ନେବା ପାଇଁ କହିଥିଲେ।

କୁଳପତି ପ୍ରଫେସର ମହାପାତ୍ର ପାଂଚ ଟି ଯୋଗ ପୁରସ୍କାର ( ପ୍ରତିଟି ୧୦୦୦ଟଙ୍କା ମୂଲ୍ୟର) ଏହି ବର୍ଷ ପ୍ରଚଳନ କରିବାର ପ୍ରସ୍ତାବ ଦେଇଥିଲେ ଏବଂ କହିଥିଲେ ଯୋଗ ପ୍ରତିଯୋଗିତାରେ ପାଂଚ ଟି ଶ୍ରେଷ୍ଠ ଯୋଗ ପ୍ରତିଭାଗୀ ଙ୍କୁ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସରେ ପୁରସ୍କୃତ କରିବାକୁ କହିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରୋଗ୍ରାମ ଅଫିସର ଡ. କମଳ ଲୋଚନ ମହାନ୍ତ, ଡ. ଶାନ୍ତିଲତା ଚମ୍ପତି, ଡ. ସରୋଜ କୁମାର ମହାନ୍ତି, ଡ.ଚକ୍ରଧର ପାତ୍ର, ଡ.ଶୋଭନ ପଟ୍ଟନାୟକ, ପ୍ରାଚିନ୍ ର ସଦସ୍ୟ ଜୀବନ କୁମାର ପଣ୍ଡା ଓ ଆଇଟିଆର ର ୱାର୍ଡନ୍ ପ୍ରଫେସର ରଂଜନ ମଲ୍ଲିକ ଙ୍କ ସହିତ ଅନ୍ୟ ଅଧ୍ୟାପିକା ଓ ଅଧ୍ୟାପକ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ବିଶ୍ୱବିଦ୍ୟାଳୟର ପାଖାପାଖି ୧୫୦ ଏନଏସଏସ ସ୍ୱେଚ୍ଛାସେବୀ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ।

ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.