
ନୂଆଦିଲ୍ଲୀ: ଭାରତୀୟ ନୌସେନାର ଶକ୍ତି ଆହୁରି ବୃଦ୍ଧି ପାଇଛି। ଦୁଇଟି ନୂତନ ସ୍ୱଦେଶୀ ଯୁଦ୍ଧ ଜାହାଜ INS ‘ସୁରଥ’ ଏବଂ INS ଉଦୟଗିରି ନୌସେନାରେ ଯୋଗ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ଦିନ ମୁମ୍ବାଇର ମଝଗାଁ ଡକରେ ଦୁଇଟି ସ୍ୱଦେଶୀ ନିର୍ମିତ ଯୁଦ୍ଧ ଜାହାଜ ‘ସୁରଥ’ ଏବଂ ‘ଉଦୟଗିରି’ ଲଞ୍ଚ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ନୌସେନାରେ ଉଭୟ ଯୁଦ୍ଧ ଜାହାଜ ଆସିବା ପରେ ସେନାର ଅସ୍ତ୍ରଶସ୍ତ୍ରର ଶକ୍ତି ଆହୁରି ବୃଦ୍ଧି ପାଇଛି।
ରାଜନାଥ ସିଂ କହିଛନ୍ତି ଯେ, ଏହି ଦୁଇଟି ଯୁଦ୍ଧ ଜାହାଜ ବିଶ୍ୱ ସାମ୍ନାରେ ଭାରତର ରଣନୈତିକ ଶକ୍ତି ତଥା ଆତ୍ମନିର୍ଭରଶୀଳତାର ପ୍ରତିନିଧିତ୍ୱ କରିବ। ଏଥି ସହିତ ମଝଗାଁ ଡକ୍ ସିପବିଲଡର୍ସ ଲିମିଟେଡ୍ କହିଛି ଯେ, ଏହା ହେଉଛି ପ୍ରଥମ ଥର ପାଇଁ ଦୁଇଟି ସ୍ୱଦେଶୀ ନିର୍ମିତ ଯୁଦ୍ଧ ଜାହାଜ, ଯାହାକୁ ଏକାସାଙ୍ଗରେ ଲଞ୍ଚ କରାଯାଇଛି।