Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ପରିବେଶ କଂଗ୍ରେସ୍‌ରେ ସୋଆ ପକ୍ଷରୁ ଚିତ୍ରଶିଳ୍ପୀ ସୁଧାକର ବିଶ୍ୱାଳ ସମ୍ବର୍ଦ୍ଧିତ
ଆଜିର ଖବର

ଓଡ଼ିଶା ପରିବେଶ କଂଗ୍ରେସ୍‌ରେ ସୋଆ ପକ୍ଷରୁ ଚିତ୍ରଶିଳ୍ପୀ ସୁଧାକର ବିଶ୍ୱାଳ ସମ୍ବର୍ଦ୍ଧିତ

May 18, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶନିବାର ଆୟୋଜିତ ଓଡ଼ିଶା ପରିବେଶ କଂଗ୍ରେସ୍ –୨୦୨୨ ଅବସରରେ ଚିତ୍ରଶିଳ୍ପୀ ସୁଧାକର ବିଶ୍ୱାଳଙ୍କୁ “ପରିବେଶ ଓ ବନ୍ୟପ୍ରାଣୀ” ପୁସ୍ତକ ଡିଜାଇନିଂ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ନ୍ୟାସ୍‌ନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲର  ଜୁଡିସିଆଲ୍‌ ମେମ୍ବର ଜଷ୍ଟିସ୍ ବି. ଅମିତ ସ୍ଥାଲେକର ଏବଂ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ଏନ୍‌ଜିଟିର ଏକ୍ସପର୍ଟ ମେମ୍ବର ଶ୍ରୀଯୁକ୍ତ ଶୈବାଳ ଦାସଗୁପ୍ତଙ୍କ ଠାରୁ ଶ୍ରୀ ବିଶ୍ୱାଳ ଏହି ସମ୍ମାନ ଓ ମାନପତ୍ର ଗ୍ରହଣ କରିଛନ୍ତି।

ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପାଇଁ ଶ୍ରୀ ବିଶ୍ୱାଳଙ୍କ ଡିଜାଇନ୍ ପ୍ରସ୍ତୁତିରେ ପ୍ରମୁଖ ଅଭୟାରଣ୍ୟ ଗୁଡ଼ିକର ସୂଚନା ପୁସ୍ତିକା, ପ୍ରଚାର ପତ୍ର, କଫି ଟେବୁଲ୍ ବୁକ୍ ଓ ସୋସିଆଲ୍ ମିଡିଆ ବିଜ୍ଞାପନ ପ୍ରକାଶ ପାଇଛି। ପ୍ରମୁଖ ପୁସ୍ତକମାନଙ୍କ ମଧ୍ୟରୁ ‘ସାତକୋଶିଆ-ଦି ସିନ୍ ଆଣ୍ଡ ଅନ୍‌ସିନ୍‌, ଚିଲିକା, ଭିତରକନିକା, କୁଲ୍‌ଡିହା, ମାମାଲ୍‌ସ ଅଫ୍ ଚନ୍ଦକା, ବାର୍ଡସ ଅଫ୍ ପୁରୀ ଓ ବାର୍ଡସ ଅଫ୍ କୁଲଡିହା ଉଲ୍ଲେଖଯୋଗ୍ୟ।

ବନ୍ୟ ପ୍ରାଣୀ, ବନ୍ୟଜୀବନ ଓ ପ୍ରାକୃତିକ ଶୋଭା ସମ୍ପଦର ଦୃଶ୍ୟାବଳୀ ସଂଯୋଗ ଏହି ପୁସ୍ତକଗୁଡ଼ିକୁ ଜାତୀୟ ସ୍ତରର ମାନ୍ୟତା ଦିଏ। ଗ୍ରାଫିକ କଳାରେ ଧୂରୀଣ ଏହି ଚିତ୍ରଶିଳ୍ପୀଙ୍କ ପକ୍ଷୀ ଓ ବନ୍ୟଜୀବଙ୍କ ରେଖାଚିତ୍ର ଓ ଅଳଂକରଣ ବହୁ ପ୍ରସାରିତ।

ଶିକ୍ଷା ଓ ଅନୁସନ୍ଧାନ ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ

April 29, 2026

ପୁନଃ ବ୍ୟବହାର ହେବ ଡ୍ରେନ ପାଣି

April 29, 2026

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ: ବାଲୁଗାଁ ଥାନା ଆଇଆଇସିଙ୍କର ବାଣପୁର ବଦଳି

April 29, 2026
Latest News

ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ

April 29, 2026

ପୁନଃ ବ୍ୟବହାର ହେବ ଡ୍ରେନ ପାଣି

April 29, 2026

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ: ବାଲୁଗାଁ ଥାନା ଆଇଆଇସିଙ୍କର ବାଣପୁର ବଦଳି

April 29, 2026

କଣ ଯୁଦ୍ଧକୁ ନେଇ ଅନ୍ଧାରରେ ଅଛନ୍ତି ଟ୍ରମ୍ପ !

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.