Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାର୍ପାସ ବ୍ୟବସାୟ ସହିତ ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ପ୍ରତିନିଧିଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ
ଆଜିର ଖବର

କାର୍ପାସ ବ୍ୟବସାୟ ସହିତ ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ପ୍ରତିନିଧିଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ

May 19, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ବୟନ, ବାଣିଜ୍ୟ, ଉଦ୍ୟୋଗ, ଖାଉଟି ବ୍ୟାପାର ତଥା ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ଦେଶରେ ଖୁବ ଶୀଘ୍ର ଏକ କାର୍ପାସ ପରିଷଦ ଗଠନ କରାଯିବ ଏବଂ ବିଶିଷ୍ଟ କାର୍ପାସ ଉଦ୍ୟୋଗୀ ସୁରେଶ ଭାଇ କୋଟାକ ଏହାର ଅଧ୍ୟକ୍ଷଭାବେ କାର୍ଯ୍ୟ କରିବେ। ଏହି ଅଣଆନୁଷ୍ଠାନିକ ସଂଗଠନରେ ବୟନ, କୃଷି, ବାଣିଜ୍ୟ, ଅର୍ଥ, ଉଦ୍ୟୋଗ ମନ୍ତ୍ରଣାଳୟ ତଥା ଭାରତୀୟ କାର୍ପାସ ନିଗମ ଓ କାର୍ପାସ ଗବେଷଣା ପ୍ରତିଷ୍ଠାନର ପ୍ରତିନିଧି ସଭ୍ୟ ରହିବେ। ଏହି ପ୍ରସ୍ତାବିତ ପରିଷଦର ପ୍ରଥମ ବୈଠକ ୨୦୨୨ ମେ ୨୮ତାରିଖରେ ଅନୁଷ୍ଠିତ ହେବ। ଏଥିରେ କାର୍ପାସ କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ପାଇଁ ଏକ ଦୃଢ କାର୍ଯ୍ୟାନୁଷ୍ଠାନ ଯୋଜନା ପ୍ରସ୍ତୁତ କରିବାକୁ ବିଚାର ଆଲୋଚନା କରାଯିବ।

କାର୍ପାସ ବ୍ୟବସାୟ ସହିତ ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିବା ଅବସରରେ ମନ୍ତ୍ରୀ ଶ୍ରୀ ଗୋୟଲ ଏହି ଘୋଷଣା କରିଛନ୍ତି। ଗତକାଲି ମନ୍ତ୍ରୀ ଶ୍ରୀ ଗୋୟଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବୟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଦର୍ଶନା ଜେରଦୋଶ, ବୟନ ଏବଂ କୃଷି ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ବୈଠକରେ କପା/ତୂଳା ଏବଂ ସୂତାର ମୂଲ୍ୟ ଶୀଘ୍ର କମ୍ କରିବାକୁ ସମ୍ପୃକ୍ତ ବିଭିନ୍ନ ପକ୍ଷରୁ ମତାମତ ଓ ପ୍ରସ୍ତାବମାନ ଉପସ୍ଥାପନ କରାଯାଇଥିଲା। ଚଳିତ ଋତୁରେ ତୂଳା ଓ ସୂତାର ଅଭୂତପୂର୍ବ ମୂଲ୍ୟ ବୃଦ୍ଧି ଯୋଗୁଁ ବୟନ ଉଦ୍ୟୋଗ ଓ ଏହା ସହିତ ସମ୍ପୃକ୍ତ ଯୋଗାଣ ପ୍ରକ୍ରିୟ।। ବିଶେଷ ଭାବେ ପ୍ରଭାବିତ ହୋଇଛି। ବୈଠକରୁ ଜଣାପଡିଥିଲା ଯେ ଦେଶର ଅଧିକରୁ ଅଧିକ ଜମିରେ କପା ଚାଷ ହେଉଥିଲେ ହେଁ ଉତ୍ପାଦନ ତୁଳାନାତ୍ମକଭାବେ ହ୍ରାସ ପାଉଛି। ତେଣୁ ତୂଳା ଉତ୍ପାଦନ ଦେଶ ପାଇଁ ସବୁଠୁ ବଡ ସମସ୍ୟା ହୋଇଛି। କପାଚାଷୀଙ୍କ ଉତ୍ପାଦନ ବଢାଇବାକୁ ଉତ୍ତମମାନର ବିହନ ଯୋଗାଇ ଦେବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ।

ଏଥିରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଗୋୟଲ କହିଥିଲେ ଯେ ସମ୍ପୃକ୍ତ ସବୁ ପକ୍ଷ ଯଥାଶୀଘ୍ର ଦେଶରେ ସୃଷ୍ଟି ହୋଇଥିବା ତୂଳା ଓ ସୂତା ମୂଲ୍ୟ ବୃଦ୍ଧି  ସମସ୍ୟାର ସମାଧାନ କରିବା ଆବଶ୍ୟକ। ଏହି ବ୍ୟବସାୟରେ ପ୍ରତିଯୋଗିତା ଓ ମାତ୍ରାଧିକ ଲାଭ ମନୋଭାବ ନ ରଖି ସମସ୍ତ ପକ୍ଷ ସହଯୋଗ ଭିତ୍ତିରେ ସମସ୍ୟାର ସମାଧନା କରିବାକୁ ସେ ପରାମର୍ଶ ଦେଇଥିଲେ। ନିଜ ନିଜ ଭିତରେ ଆପୋସ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ଶୀଘ୍ର ହୋଇଗଲେ ଏଥିରେ ସରକାରଙ୍କୁ ହସ୍ତେକ୍ଷେପ କରିବାକୁ ପଡିବ ନାହିଁ। ସରକାର ଥରେ ହସ୍ତକ୍ଷେପ କଲେ କାର୍ପାସ ଯୋଗାଣ ଓ ବ୍ୟବସାୟ ପ୍ରକ୍ରିୟା ଉପରେ ଏହାର ଏକ ଦୀର୍ଘସ୍ଥାୟୀ ପ୍ରଭାବ ପଡିପାରେ ବୋଲି ସେ ସତର୍କ କରାଇ ଦେଇଛନ୍ତି।

କାର୍ପାସ ଯୋଗାଣ ଶୃଙ୍ଖଳାରେ କପା ଚାଷୀ ସବୁଠୁ ଦୁର୍ବଳ ସ୍ଥିତିରେ ଥିବାରୁ ସେମାନଙ୍କୁ  ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ମନ୍ତ୍ରୀ ଶ୍ରୀ ଗୋୟଲ ଗୁରୁତ୍ୱ ଦେଇଥିଲେ। ସେ ଆହୁରି କହିଥିଲେ ଯେ ଏହି ଉଦ୍ୟୋଗ ଏବେ ଏକ ଜଟିଳ ପରିସ୍ଥିତି ଦେଇ ଗତି କରୁଥିବାରୁ ସମ୍ପୃକ୍ତ  ସବୁ ପକ୍ଷଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ସରକାର ଯୋଗାଇ ଦେବେ। ସମଗ୍ର ଉଦ୍ୟୋଗର ସୁସମନ୍ୱୟ ଏବଂ ସମୃଦ୍ଧି ପାଇଁ ନୂଆ ନୂଆ ଉପାୟମାନ ବାହାର କରିବାକୁ ସେ ସମସ୍ତ ସମ୍ପୃକ୍ତ ପକ୍ଷଙ୍କୁ ପରାମର୍ଶ ଦେଇଥିଲେ।

ମନ୍ତ୍ରୀ ଶ୍ରୀ ଗୋୟଲ ଆହୁରି କହିଥିଲେ ଯେ ସରକାର କପା ଚାଷୀ, ତୂଳା ଭିଣା, ଓ ସୂତା ପ୍ରସ୍ତୁତ କରୁଥିବା ଲୋକ-ସଂସ୍ଥା ଏବଂ ବୁଣାକାରମାନଙ୍କ ସ୍ୱାର୍ଥ ପାଇଁ ଅଙ୍ଗୀକାରବଦ୍ଧ। ସ୍ପିନିଙ୍ଗ୍ କ୍ଷେତ୍ର ଆମଦାନୀ ତୂଳା ଓ ସୂତା ଉପରୁ ଆମଦାନୀ ଶୁଳ୍କ ଛାଡ ପାଇଁ ଯେଉଁ ଦାବି କରୁଛି ସରକାର ତାହା ଉପରେ ଗୁରୁତ୍ୱର ସହ ବିଚାର କରୁଛନ୍ତି। ଯେଉଁମାନେ ୨୦୨୨ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଆମଦାନୀ ଅନୁମତି ପାଇଛନ୍ତି ସେମାନଙ୍କୁ ଶୁଳକ୍ ଛାଡ ସୁବିଧା ଦେବାକୁ ବିଚାର କରି ଦେଖାଯାଉଛି। ବର୍ତ୍ତମାନ କାର୍ପାସ ଉଦ୍ୟୋଗରେ ଯେଉଁ ସଂକଟ ଦେଖାଦେଇଛିି ତାହାର ଆଶୁ ସମାଧାନାପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣର ଜରୁରୀ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ସୂତା ପ୍ରସ୍ତତିକାରୀ ଓ ବ୍ୟବସାୟୀ ସମୁଦାୟଙ୍କୁ ନିବେଦନ କରି ଶ୍ରୀ ଗୋୟଲ କହିଛନ୍ତି ଯେ ଦେଶର ହିତ ଦୃଷ୍ଟିରୁ ସେମାନେ ପ୍ରଥମେ ଦେଶୀ ଉଦ୍ୟୋଗକୁ ସୁବିଧାରେ ଆବଶ୍ୟକ ସୂତା ଓ ତୂଳା ଯୋଗାଇ ଦେବା ଉଚିତ। କେବଳ ବଳକା ତୂଳା ଓ ସୂତାକୁ ରପ୍ତାନୀ କଲେ ଏ କ୍ଷେତ୍ରରେ ବିଶେଷ କିଛି ସମସ୍ୟା ରହିବ ନାହିଁ। ତେବେ ସେ ସତର୍କ କରାଇଦେଇଛନ୍ତି ଯେ ସମ୍ପୃକ୍ତ ବ୍ୟବସାୟୀ ଦେଶର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ କପା ଓ ସୂତା ରପ୍ତାନୀ କରିବା ଅନୁଚିତ। କାର୍ପାସ ଉଦ୍ୟୋଗ ଦେଶର ସର୍ବବୃହତ୍ ନିଯୁକ୍ତି ପ୍ରଦାନ କରି ଲୋକଙ୍କୁ ରୋଜଗାର ଦେଉଥିବାରୁ ଜାତୀୟ ସ୍ୱାର୍ଥକୁ ଏଥିରେ ଅଗ୍ରାଧିକାର ଦେବାକୁ ପଡିବ ବୋଲି ଶ୍ରୀ ଗୋୟଲ  କହିଛନ୍ତି।

ଉଦ୍ୟୋଗ କାର୍ପାସ ବ୍ୟବସାୟ କେନ୍ଦ୍ର ବୟନ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଖାଉଟି ବ୍ୟାପାର ବାଣିଜ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.