Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ବଞ୍ଚିବା ପାଇଁ ଜୈବବିବିଧତାକୁ ସମ୍ମାନ ଦେବାକୁ ପଡ଼ିବ’: ଜଙ୍ଗଲ ମନ୍ତ୍ରାଳୟର ପ୍ରାକ୍ତନ ମହାନିର୍ଦ୍ଦେଶକ
ଆଜିର ଖବର

‘ବଞ୍ଚିବା ପାଇଁ ଜୈବବିବିଧତାକୁ ସମ୍ମାନ ଦେବାକୁ ପଡ଼ିବ’: ଜଙ୍ଗଲ ମନ୍ତ୍ରାଳୟର ପ୍ରାକ୍ତନ ମହାନିର୍ଦ୍ଦେଶକ

May 22, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶା ଜୈବବିବିଧତା ବୋର୍ଡ ଆନୁକୂଲ୍ୟରେ ସ୍ଥାନୀୟ ଇମେଜ ପରିସରରେ ‘ଅନ୍ତର୍ଜାତୀୟ ଜୈବବିବିଧତା ଦିବସ’ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତ ସରକାରଙ୍କ ଜଙ୍ଗଲ ମନ୍ତ୍ରାଳୟର ପ୍ରାକ୍ତନ ମହାନିର୍ଦ୍ଦେଶକ ତଥା ଓଡ଼ିଶା ଭୁସଂପତ୍ତି ଅଧିକାର ପ୍ରାଧିକରଣର ଅଧ୍ୟକ୍ଷ ସିଦ୍ଧାନ୍ତ ଦାସ କହିଛନ୍ତି ଯେ ମଣିଷ ସମାଜ ପାଇଁ ସମଗ୍ର ଜୀବଜଗତ ବିପଦ ମଧ୍ୟକୁ ଟାଣି ହୋଇଆସୁଛି। ଆମେ ହେଉଛୁ ସୃଷ୍ଟିର ଗୋଟିଏ ଅଂଶ ଓ ଆମ ଯୋଗୁଁ ସୃଷ୍ଟି ରହିନି।

ଜୈବବିବିଧତାର ସଂରକ୍ଷଣ ଓ ସୁରକ୍ଷା ବଳରେ ଆମେ ନିଜେ ହିଁ ଆମ ନିଜକୁ ବଞ୍ଚାଇବାକୁ ପଡ଼ିବ। ପରିବେଶକୁ ଆବର୍ଜନାମୁକ୍ତ କରିବାକୁ ପଡ଼ିବ। ଆମର ସ୍ୱାର୍ଥ ପାଇଁ ଜୈବବିବିଧତାର ସଂରକ୍ଷଣର ନିତାନ୍ତ ଆବଶ୍ୟକତା ରହିଛି ବୋଲି ହୃଦୟଙ୍ଗମ କରି ଏ ଦିଗରେ ସଂକଳ୍ପ ନେବାକୁ ପଡ଼ିବ ବୋଲି ସେ ଆହ୍ୱାନ ଦେଇଛନ୍ତି।

ପୂର୍ବତନ ପ୍ରଧାନ ମୁଖ୍ୟ ବନସଂରକ୍ଷକ ଏବଂ ବନବାହିନୀ ମୁଖ୍ୟ ଡ. ସଂଦୀପ ତି୍ରପାଠୀ କହିଛନ୍ତି ଯେ ଖାଦ୍ୟଠାରୁ ଆରମ୍ଭ କରି ପାଣି, ପବନ ପର୍ଯ୍ୟନ୍ତ ମଣିଷର ସମସ୍ତ ଆବଶ୍ୟକତା ଜୈବବିବିଧତାରୁ ମିଳିଥାଏ। ଓଡ଼ିଶା ଜୈବବିବିଧତାରେ ସମୃଦ୍ଧ। ସଦ୍ୟତମ ଜାତୀୟ ଜଙ୍ଗଲ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ୯୯୩ ବର୍ଗ କିଲୋମିଟର ଜଙ୍ଗଲ ଅଭିବୃଦ୍ଧି ଘଟିଛି । ଚିଲିକା ଓ ଭିତରକନିକା ଭଳି ଦୁଇଟି ରାମ୍‌ସାର ସାଇଟ୍‌ ଆର୍ଦ୍ରଭୂମି ଓଡ଼ିଶାକୁ ଜୈବବିବିଧତା କ୍ଷେତ୍ରରେ ଅଧିକ ପରିପୁଷ୍ଟ କରିଛି। ଜଳବାୟୁ ପରବର୍ତ୍ତନ ହେଉଛି ଜୈବବିବଧତା ପାଇଁ ବଡ଼ ବିପଦ। ଓଡ଼ିଶା ରାଜ୍ୟ ଜୈବବିବିଧତା ବୋର୍ଡ ଜୈବବିବିଧତାର ସଂରକ୍ଷଣ ଓ ସୁରକ୍ଷା ଦିଗରେ ପ୍ରଶଂସନୀୟ କାର୍ଯ୍ୟ କରୁଛି ବୋଲି ସେ ପ୍ରକାଶ କରିଛନ୍ତି ।

ସ୍ୱାଗତ ଭାଷଣ ଦେଇ ବୋର୍ଡର ଅଧ୍ୟକ୍ଷ ରାଜୀବ କୁମାର କହିଛନ୍ତି ଯେ ମିଳିତ ଜାତିସଂଘର ପ୍ରସ୍ତାବ ଅନୁଯାୟୀ ଚଳିତ ବର୍ଷ ‘ଜୀବଜଗତର ପ୍ରତ୍ୟେକ ଜୀବନ ପାଇଁ ଏକ ସୁଦୃଢ଼ ଭବିଷ୍ୟତ ନିର୍ମାଣ’ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି। ଭାରତରେ ଦେଖାଯାଉଥିବା ୧୬ ପ୍ରକାରର ପ୍ରମୁଖ ଜଙ୍ଗଲ ମଧ୍ୟରୁ ୫ ପ୍ରକାର ଓଡ଼ିଶାରେ ଦେଖାଯାଏ। ରାଜ୍ୟରେ ଜୈବବିବିଧତାର ସଂରକ୍ଷଣ ଓ ସୁରକ୍ଷା ପାଇଁ ରାଜ୍ୟ ସରକାର ୧୯ଟି ବନ୍ୟପ୍ରାଣୀ ଅଭୟାରଣ୍ୟ ସହିତ ଗୋଟିଏ ଲେଖାଏଁ ଜାତୀୟ ଉଦ୍ୟାନ, ପ୍ରସ୍ତାବିତ ଜାତୀୟ ଉଦ୍ୟାନ, ଜୈବମଣ୍ଡଳ ଏବଂ ଦୁଇଟି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ମାଣ କରିଛନ୍ତି। ଏ ପର୍ଯ୍ୟନ୍ତ ରାଜ୍ୟରେ ୫୧୭୪ ପ୍ରଜାତିର ଉଦ୍ଭିଦର ଚିହ୍ନଟ ଓ ନାମକରଣ କରାଯାଇଥିବାବେଳେ ୨୮ଟି ସ୍ଥାନୀୟ ପ୍ରଜାତି ଓ ୧୫୭ଟି ବିଲୁପ୍ତପ୍ରାୟ ପ୍ରଜାତି ରହିଛନ୍ତି।

ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ଓଡ଼ିଶାର ଜୈବବିବିଧତା ସଂପର୍କିତ ଏକ ପ୍ରାମାଣିକ ଚଳଚ୍ଚିତ୍ର, ଦେବୀ ମୁହାଣର ସମୁଦ୍ର କଙ୍କଡ଼ା ସଂପର୍କିତ ଏକ ପୁସ୍ତିକା ଏବଂ ବନ୍ୟଜନ୍ତୁ ପରିଚାଳନା ପାଇଁ ମାର୍ଗଦର୍ଶିକା ଉନ୍ମୋଚିତ ହୋଇଥିଲା। ରାଜ୍ୟର ୧୦ଟି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ‘ମନୁଷ୍ୟ ସମାଜ ପାଇଁ ଜୈବବିବିଧତା’ ଶୀର୍ଷକ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

ଦ୍ୱିତୀୟ ଅଧିବେଶନରେ ପୂର୍ବତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଡ. ସୁଦର୍ଶନ ପଣ୍ଡା କହିଥିଲେ ଯେ ସମସ୍ତ ଜୀବଜଗତ ଜୈବବିବିଧତାର ଗୋଟିଏ ଗୋଟିଏ ଅଂଶ। ଆମଦେଶରେ ମରୁଭୂମିଠାରୁ ଆରମ୍ଭ କରି ଜଙ୍ଗଲ, ସମୁଦ୍ର, ପାହାଡ଼, ବୃକ୍ଷଲତା ଭରି ରହିଛି। ଜଙ୍ଗଲ ବାହାରେ ଯେଉଁସବୁ ଜୀବଜନ୍ତୁ ଓ ଉଦ୍ଭିଦଜଗତ ରହିଛି ତାକୁ ମଧ୍ୟ ଆମେ ସଂରକ୍ଷଣ କରିବା ଉଚିତ। ଉଦ୍ଭିଦଜଗତଠାରୁ ଆମକୁ ତ୍ୟାଗ, ଛୋଟ ଛୋଟ ପ୍ରାଣୀଙ୍କଠାରୁ ଆମକୁ ଶୃଙ୍ଖଳା ଏବଂ ଅନ୍ୟାନ୍ୟ ପ୍ରାଣୀଙ୍କଠାରୁ ଆମକୁ ନିରୁପିତ ଆବଶ୍ୟକତା ବିଷୟରେ ଶିଖିବାକୁ ପଡ଼ିବ ବୋଲି ସେ ମତ ଦେଇଥିଲେ।

ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଶଶି ପଲ ତାଙ୍କ ବକ୍ତବ୍ୟରେ ଉପଯୁକ୍ତ ସଂରକ୍ଷଣ, ସୁରକ୍ଷା ଓ ସହାବସ୍ଥାନର ଅନନ୍ୟ ଉଦାହରଣ ଭାବରେ ଆମ ରାଜ୍ୟରେ କୁମ୍ଭୀର ସଂରକ୍ଷଣ, ଗଞ୍ଜାମ ଜିଲ୍ଲାର କୃଷ୍ଣସାର ମୃଗ ସଂରକ୍ଷଣ ଏବଂ ମଙ୍ଗଳାଯୋଡ଼ିର ବହିରାଗତ ପକ୍ଷୀଙ୍କ ସୁରକ୍ଷା ଇତ୍ୟାଦିର ଉଦାହରଣ ଦେଇ ସେ ଜୈବବିବିଧତାର ସ୍ଥିତି ଉପରେ ଆଲୋକପାତ କରିଥିଲେ।

ସମାରୋହରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଶିଶିର ରଥ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (କେନ୍ଦୁପତ୍ର) ସୁଶୀଲ କୁମାର ପପ୍‌ଲି, ବନ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ସୁରେଶ ପନ୍ଥ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟସଚିବ ଡ. କେ. ମୁରୁଗେସନ୍‌, ପୂର୍ବତନ ମୁଖ୍ୟ ବନ ସଂରକ୍ଷକ ବିଜୟ କେତନ ପଟ୍ଟନାୟକ, ଜିତେନ୍ଦ୍ର କୁମାର ଏବଂ ନନ୍ଦନକାନନର ନିର୍ଦ୍ଦେଶକ ମନୋଜ ନାୟାରଙ୍କ ସମେତ ବହୁ ଗବେଷକ, ଛାତ୍ରଛାତ୍ରୀ ଏବଂ ବିଭିନ୍ନ ଜିଲ୍ଲାରୁ ଆସିଥିବା ଜୈବବିବିଧତା ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।

ଶେଷରେ ବୋର୍ଡର ସଦସ୍ୟସଚିବ ଡ. ନିହାର ରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସିଦ୍ଧାନ୍ତ ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.