Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଟଣୀ ବ୍ଲକରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜନ ଅଭଯୋଗ ଶୁଣାଣି, ୩୩ ଟି ଅଭିଯୋଗର ତତ୍କାଳ ଫଇସଲା
ଆଜିର ଖବର

ଜଟଣୀ ବ୍ଲକରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜନ ଅଭଯୋଗ ଶୁଣାଣି, ୩୩ ଟି ଅଭିଯୋଗର ତତ୍କାଳ ଫଇସଲା

May 24, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜଟଣୀ ବ୍ଲକରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜନ ଅଭଯୋଗ ଶୁଣାଣି, ୩୩ ଟି ଅଭିଯୋଗର ତତ୍କାଳ ଫଇସଲା

ଭୁବନେଶ୍ୱର: ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାର ଜଟଣୀ ବ୍କକ ଗସ୍ତ କରି ପଞ୍ଚାୟତ ସମିତି ନିକଟସ୍ଥ ରାଜୀବଗାନ୍ଧୀ ସେବା କେନ୍ଦ୍ର ସମ୍ମିଳନୀ କକ୍ଷରେ ବ୍କକର ବିଭନ୍ନ ଅଂଚଳରୁ ଆସିଥିବା ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିଛନ୍ତି । ଏହି କାର‌୍ୟ୍ୟକ୍ରମରେ ୨୨୨ ଟି ଅଭିଯୋଗ ଗ୍ରହଣ କରାଯାଇଥିଲା ।

ତନ୍ମଧ୍ୟରୁ ୨୧୫ ଟି ବ୍ୟକ୍ତିଗତ ସମସ୍ୟା ଓ ୬ଟି ସାମୁହିକ ସମସ୍ୟା ସଂପର୍କିତ ଥିଲା । ୩୩ ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲାବେଳେ ଅବଶିଷ୍ଟ ଦରଖାସ୍ତଗୁଡିକ ସଂପର୍କରେ ତୁରନ୍ତ ଫଇସଲାକରି ୧୫ ଦିନ ମଧ୍ୟରେ କାର‌୍ୟ୍ୟାନୁଷ୍ଠାନ ବିବରଣୀ ପ୍ରଦାନ କରିବାକୁ ଜିଲ୍ଲାପାଳ ସଂପୃକ୍ତ ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗୃହୀତ ଅଭିଯୋଗ ଗୁଡିକ ମୁଖ୍ୟତଃ ବ୍ଲକ, ତହସିଲ, ଗ୍ରାମ୍ୟ ଉନ୍ନୟନ , ଶିକ୍ଷା ବିଭାଗ ଓ ପାନୀୟ ଜଳ ଯୋଗାଣ ସଂପର୍କିତ ଥିଲା ।

କେତେକ ଅଭିଯୋଗ ସାମାଜିକ ବନୀକରଣ, ସରକାରୀ ଜମିରୁ ଜବରଦଖଲ ଉଛେଦ, ସାମାଜିକ ସୁରକ୍ଷାରେ ଭତ୍ତା ପ୍ରଦାନ, ସ୍ୱାସ୍ଥ୍ୟ ସେବା ଆଦି ସଂକ୍ରାନ୍ତୀୟ ଥିଲା । ଏହି ଜନ ଅଭିଯୋଗ ଶୁଣାଣି କାର‌୍ୟ୍ୟକ୍ରମରେ ଆର୍ଥିକ ସ୍ୱଚ୍ଛଳ ନଥିବା, ଅସହାୟ ତଥା ନିତାନ୍ତ ସହାୟତା ଆବଶ୍ୟକ କରୁଥିବା ୧୩ ଜଣ ହିତାଧିକାରୀଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ମୋଟ ୧ ଲକ୍ଷ ୩୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।

ଏହି କାର‌୍ୟ୍ୟକ୍ରମରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶ୍ରୀ ମନୋଜ କୁମାର ପାଢୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀରାଣୀ ଗୁମାନ ସିଂ, ପ୍ରକଳ୍ପ ନିର୍ଦ୍ଦେଶକ,ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା,ଶ୍ରୀ ଦିଗନ୍ତ କୁମାର ରାଉତରାୟ, ଉପ ଜିଲ୍ଲାପାଳ,ଭୁବନେଶ୍ୱର ଶ୍ରୀ ଦେବବ୍ରତ ସାହୁ, ଏସିପି-ଜୋନ୍-୩ ଶ୍ରୀ ରଜତ ରାୟ, ଜଟଣୀ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅନନ୍ତ ବେହେରା, ମଣ୍ଡଳ ଉନ୍ନୟନ ଅଧିକାରୀ , ଜଟଣୀ ଶ୍ରୀ ସରୋଜ କୁମାର ରାଉତ, ତହସିଲଦାର, ଶ୍ରୀ ତପନ କୁମାର ମହାପାତ୍ରଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନ ଅଭିଯୋଗ ଶୁଣାଣିରେ ସହଯୋଗ କରିଥିଲେ ।

ଏହି ଅଭିଯୋଗ ଶୁଣାଣିରେ ବହୁ ଜନସମାଗମକୁ ଦୃଷ୍ଚିରେ ରଖି ଜଟଣୀ ପଂଚାୟତ ସମିତି ପକ୍ଷରୁ ବ୍ୟାପକ ସୁବିଧା କରଯାଇଥିଲା । କୋଭିଡ୍ କଟକଣା କୋହଳ ହେବା ପରେ ଏହା ଜିଲ୍ଲାରେ ଜିଲ୍ଲାପାଳଙ୍କ ୬ଷ୍ଠ ଜନଶୁଣାଣି ହୋଇଥିବାରୁ ଆଜି ଏଠାକୁ ବହୁ ସଂଖ୍ୟାରେ ଜନସାଧାରଣ ଅଭିଯୋଗ ନେଇ ଆସିଥିଲେ ।

ଖୋର୍ଦ୍ଧା ଜିଲ୍ଲାପାଳ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.