Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆରପିଏଫ୍ କର୍ମଚାରୀମାନଙ୍କୁ ସମ୍ମାନିତ କରିବେ ଅଶ୍ୱିନୀ ବୈଷ୍ଣବ
ଆଜିର ଖବର

ଆରପିଏଫ୍ କର୍ମଚାରୀମାନଙ୍କୁ ସମ୍ମାନିତ କରିବେ ଅଶ୍ୱିନୀ ବୈଷ୍ଣବ

May 27, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ରେଳ ସୁରକ୍ଷା ବାହିନୀ (ଆରପିଏଫ୍) କର୍ମଚାରୀଙ୍କ ପାଇଁ ଏକ ଭବ୍ୟ ସମ୍ମାନ ସମାରୋହ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ସମାରୋହରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨୦୧୯, ୨୦୨୦ ଏବଂ ୨୦୨୧ ବର୍ଷ ପାଇଁ ଆରପିଏଫ୍ କର୍ମଚାରୀମାନଙ୍କୁ ମାନନୀୟ ରାଷ୍ଟ୍ରପତିଙ୍କ ପକ୍ଷରୁ ସାହସିକତା ପାଇଁ ରାଷ୍ଟ୍ରପତି ପଦକ, ପ୍ରଶଂସନୀୟ ସେବା ପାଇଁ ପୁଲିସ ପଦକ, ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତିଙ୍କ ପୁଲିସ ପଦକ ଏବଂ ଜୀବନ ରକ୍ଷା ପଦକରେ ସମ୍ମାନିତ କରିବେ। ଏହି ପୁରସ୍କାରଗୁଡିକ ଦେଶ ସେବାରେ ସେମାନଙ୍କର ଅବଦାନ ପାଇଁ ଯୋଗ୍ୟ କର୍ମଚାରୀଙ୍କୁ ପ୍ରଦାନ କରାଯାଇଥାଏ। ଏହି ପୁରସ୍କାର ବିଜେତାମାନେ ଅଧିକ ଉତ୍ସର୍ଗୀକୃତ ହୋଇ କାର୍ଯ୍ୟ  କରିବା ଲାଗି ଆରପିଏଫର ଅନ୍ୟ କର୍ମଚାରୀମାନଙ୍କୁ ଅନୁପ୍ରାଣିତ କରିବେ।

ଏହି ବାହିନୀକୁ କେବଳ ରେଳ ସମ୍ପତ୍ତିର ସୁରକ୍ଷା ଦାୟିତ୍ବ ନୁହେଁ ବରଂ ଯାତ୍ରୀ ଏବଂ ଯାତ୍ରୀ କ୍ଷେତ୍ରର ସୁରକ୍ଷା ଦାୟିତ୍ବ ମଧ୍ୟ ଦିଆଯାଇଛି। ମହିଳା, ଶିଶୁ, ଅସୁସ୍ଥ, ବୃଦ୍ଧ, ଭିନ୍ନକ୍ଷମ ଏବଂ ରେଳବାଇ ସଂସ୍ପର୍ଶରେ ଆସୁଥିବା ଦୁର୍ବଳ ଲୋକମାନଙ୍କୁ ଆବଶ୍ୟକ ଯତ୍ନ ଓ ସୁରକ୍ଷା ଯୋଗାଇ ଦେବା କ୍ଷେତ୍ରରେ ଏହି ବାହିନୀ ଏକ ରକ୍ଷକ ଶକ୍ତି ଭାବେ ଉଭା ହୋଇଛି। ରେଳ ଯାତ୍ରୀମାନଙ୍କୁ ନିରାପଦ, ସୁରକ୍ଷିତ ଏବଂ ଆରାମଦାୟକ ଭ୍ରମଣ ଅନୁଭୂତି ଯୋଗାଇବା ପାଇଁ ବାହିନୀ ଦିନରାତି କାର୍ଯ୍ୟ କରୁଛି। ପରିବହନ ସୁରକ୍ଷା, ଆତଙ୍କବାଦୀ କାର୍ଯ୍ୟକଳାପ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ମାନବ ଚାଲାଣ ତଥା ଚୋରା ଚାଲାଣ ଭଳି ଅପରାଧ ବିରୁଦ୍ଧରେ ଲଢ଼ିବା, ଅପରାଧ ଚିହ୍ନଟ କରିବାରେ ପୁଲିସ ତଥା ଅନ୍ୟାନ୍ୟ ଆଇନ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥାକୁ ସହାୟତା କରିବା କ୍ଷେତ୍ରରେ ଆରପିଏଫ  ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଜାତୀୟ ସୁରକ୍ଷା ଗ୍ରୀଡରେ ବାହିନୀ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ହୋଇପାରିଛି। ଏଥିସହିତ ରାଜ୍ୟ ତଥା ଜାତୀୟ ସ୍ତରରେ ନିର୍ବାଚନ ସମୟରେ ଆଇନ ଶୃଙ୍ଖଳା କାର୍ଯ୍ୟକୁ ମଧ୍ୟ ବାହିନୀ ସୁଚାରୁ ରୂପେ ସମ୍ପାଦନ କରି ଆସୁଛି।

ବିଜ୍ଞାନ ଭବନ
Share. Facebook Twitter LinkedIn Email WhatsApp Copy Link

Related Posts

ଏସସିବି ଅଗ୍ନିକାଣ୍ଡ ମାମଲା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

March 16, 2026

ରାଜ୍ୟସଭା ନିର୍ବାଚନ: ଉପାସନା ମହାପାତ୍ରଙ୍କ ଭୋଟକୁ ବିରୋଧ କଲେ ବିରୋଧୀ

March 16, 2026

ସୋସିଆଲ ମିଡିଆରେ ନକଲି ଭିଡିଓ ସେୟାର କରିବା ମାମଲା: ୧୯ ଭାରତୀୟଙ୍କୁ ଗିରଫ କଲା ୟୁଏଇ 

March 16, 2026

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026
Latest News

ଏସସିବି ଅଗ୍ନିକାଣ୍ଡ ମାମଲା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

March 16, 2026

“ଉପାସନା ମହାପାତ୍ରଙ୍କ ଭୋଟ ଆଚରଣ ବିଧି ଉଲ୍ଲଂଘନ କରେ’: ଅଭିଯୋଗ କଲେ ନବୀନ ପଟ୍ଟନାୟକ

March 16, 2026

ରାଜ୍ୟସଭା ନିର୍ବାଚନ: ଉପାସନା ମହାପାତ୍ରଙ୍କ ଭୋଟକୁ ବିରୋଧ କଲେ ବିରୋଧୀ

March 16, 2026

ସୋସିଆଲ ମିଡିଆରେ ନକଲି ଭିଡିଓ ସେୟାର କରିବା ମାମଲା: ୧୯ ଭାରତୀୟଙ୍କୁ ଗିରଫ କଲା ୟୁଏଇ 

March 16, 2026

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.