Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୁନ ୨୫ ତାରିଖ ସୁଦ୍ଧା ବାର୍ଷିକ ଚିହ୍ନଟ ପ୍ରକ୍ରିୟା ଶେଷ କରିବାକୁ ପ୍ରତିରକ୍ଷା ପେନସନଭୋଗୀମାନଙ୍କୁ ଅନୁରୋଧ
ଆଜିର ଖବର

ଜୁନ ୨୫ ତାରିଖ ସୁଦ୍ଧା ବାର୍ଷିକ ଚିହ୍ନଟ ପ୍ରକ୍ରିୟା ଶେଷ କରିବାକୁ ପ୍ରତିରକ୍ଷା ପେନସନଭୋଗୀମାନଙ୍କୁ ଅନୁରୋଧ

May 26, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରତିରକ୍ଷା ପେନସନ ଭୋଗୀମାନଙ୍କ ବାର୍ଷିକ ଚିହ୍ନଟ/ ଲାଇଫ୍ ସାର୍ଟିଫିକେସନ ପ୍ରକ୍ରିୟାର ଅବଧିକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବଢ଼ାଇ ଦିଆଯାଇଛି। ଯେଉଁମାନେ ବର୍ତ୍ତମାନ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିନାହାନ୍ତି, ସେମାନେ ଜୁନ ୨୫, ୨୦୨୨ ତାରିଖ ସୁଦ୍ଧା ଏହାକୁ ସଂପୂର୍ଣ୍ଣ କରିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।

୨୦୨୨ ମେ ୨୫ ତାରିଖ ସୁଦ୍ଧା ଯାଞ୍ଚ କରାଯାଇଥିବା ତଥ୍ୟାବଳୀରୁ ଜଣାପଡ଼ିଛି ଯେ, ୩୪,୬୩୬ ଜଣ ପେନସନଭୋଗୀ ‘ସ୍ପର୍ଶ’ ବ୍ୟବସ୍ଥାକୁ ସ୍ଥାନାନ୍ତରିତ ହୋଇଛନ୍ତି। ତେବେ ଏମାନେ ବର୍ତ୍ତମାନ ସୁଦ୍ଧା ନିଜର ବାର୍ଷିକ ଚିହ୍ନଟକରଣ କାର୍ଯ୍ୟ – ଅନଲାଇନରେ ହେଉ ଅଥବା ସେମାନଙ୍କର ନିଜର ବ୍ୟାଙ୍କ ଜରିଆରେ ହେଉ- ନଭେମ୍ବର ୨୦୨୧ ସୁଦ୍ଧା ସଂପାଦନ କରିନାହାନ୍ତି। ୨୦୨୨ ମସିହା ଏପ୍ରିଲ ମାସର ମାସିକ ପେନସନ୍ ୫୮,୨୭୫ ଜଣ ପେନସନଭୋଗୀଙ୍କ (‘ସ୍ପର୍ଶ’କୁ ସ୍ଥାନାନ୍ତରିତ ହୋଇଥିବା ମୋଟ ୪.୪୭ ଲକ୍ଷ ପେନସନଭୋଗୀଙ୍କ ମଧ୍ୟରୁ) ଜମାଖାତାକୁ ସ୍ୱତନ୍ତ୍ର ୱାନ୍ –ଟାଇମ୍ ୱେଭର ବା ଏକକାଳୀନ ଛାଡ଼ ଭାବେ ଜମା ଯାଇଥିଲା। କାରଣ ବ୍ୟାଙ୍କମାନଙ୍କ ପକ୍ଷରୁ ମାସିକ କ୍ଲୋଜିଂ ତନଖି ସମୟରେ ପେନସନଭୋଗୀ ମାନେ ଏହି ବାର୍ଷିକ ଚିହ୍ନଟ ବିବରଣୀ ପ୍ରଦାନ କର ନଥିବା ଜଣାପଡ଼ିଛି।

ବାର୍ଷିକ ଚିହ୍ନଟ/ ଲାଇଫ୍ ସାର୍ଟିଫିକେଟ ପ୍ରକ୍ରିୟା ଏକ ବାଧ୍ୟତାମୂଳକ ଆବଶ୍ୟକତା, ଯାହାକି ପେନସନ ପ୍ରଦାନ ପ୍ରକ୍ରିୟାକୁ ଜାରି ରଖିଥାଏ ଏବଂ ପେନସନଭୋଗୀଙ୍କ ଜମାଖାତାକୁ ମାସିକ ପେନସନ୍ ହସ୍ତାନ୍ତର ସମୟାନୁସାରେ ହୋଇ ପାରିଥାଏ। ବାର୍ଷିକ ଚିହ୍ନଟ/ ଲାଇଫ୍ ସାର୍ଟିଫିକେଟ ନ ମିଳିବା ଯୋଗୁ ପ୍ରଥମେ ଏଭଳି ରିହାତିକୁ ମେ ୨୦୨୨ ପର୍ଯ୍ୟନ୍ତ ଛାଡ଼ କରାଯାଇଥିଲା। ଏହାକୁ ଏବେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜୁନ୍ ୨୫, ୨୦୨୨ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।

ବାର୍ଷିକ ଚିହ୍ନଟ/ ଲାଇଫ୍ ସାର୍ଟିଫିକେଟ୍ ନିମ୍ନଲିଖିତ ମତେ ପ୍ରଦାନ କରାଯାଇ ପାରିବ:

ଆଣ୍ଡ୍ରଏଡ ବ୍ୟବହାରକାରୀମାନଙ୍କ ଦ୍ୱାରା ଡିଜିଟାଲ ଜୀବନ ପ୍ରମାଣ ଅନଲାଇନ/ ଜୀବନ ପ୍ରମାଣ ଫେସ୍ ଆପ୍ ଜରିଆରେ

ଏହାର ବିସ୍ତୃତ ଇନଷ୍ଟଲେସନ ଏବଂ ବ୍ୟବହାର ନିମ୍ନଲିଖିତ ସାଇଟରୁ ମିଳିପାରିବ- https://jeevanpramaan.gov.in/package/documentdowload/JeevanPramaan_FaceApp_3.6_Installation

ସ୍ପର୍ଶ ପେନସନଭୋଗୀଙ୍କ ନିମନ୍ତେ: ଦୟାକରି ମଞ୍ଜୁରି ପ୍ରାଧିକରଣ ଭାବେ “ଡିଫେନ୍ସ – ପିସିଡିଏ (ପି) ଆହ୍ଲାବାଦ” ଏବଂ ବିତରଣ ପ୍ରାଧିକରଣ ଭାବେ “ସ୍ପର୍ଶ – ପିସିଡିଏ (ପେନସନ) ଆହ୍ଲାବାଦ’ (“ Defence – PCDA (P) Allahabad” & Disbursing Authority as “SPARSH – PCDA (Pensions) Allahabad)ଙ୍କୁ ଚୟନ କରନ୍ତୁ।

ଉତ୍ତରାଧିକାରୀ ପେନସନଭୋଗୀ (୨୦୧୬ ପୂର୍ବରୁ ଅବସର ନେଇଥିବା)ମାନେ : ଦୟାକରି ନିଜର ମଞ୍ଜୁରି ପ୍ରାଧିକରଣଙ୍କୁ “ଡିଫେନ୍ସ –ଜଏଣ୍ଟ ସିଡ଼ିଏ (ଏଏଫ) ସୁବ୍ରୋତୋ ପାର୍କ” କିମ୍ବା ଡିଫେନ୍ସ -ପିସିଡିଏ (ପି) ଆହ୍ଲାବାଦ” କିମ୍ବା “ଡିଫେନ୍ସ -ପିସିଡିଏ (ନୌସେନା) ମୁମ୍ବାଇ ଏବଂ ବିତରଣ ପ୍ରାଧିକରଣ ଭାବେ ନିଜର ପେନସନ ପ୍ରଦାନକାରୀ ବ୍ୟାଙ୍କ/ଡିପିଡିଓ ଆଦିକୁ ଚୟନ କରିପାରିବେ।

ପେନସନଭୋଗୀମାନେ ସେମାନଙ୍କର ବାର୍ଷିକ ଚିହ୍ନଟ କାର୍ଯ୍ୟ ସଂପାଦନ ନିମନ୍ତେ ଜନ ସେବା କେନ୍ଦ୍ର (ସିଏସସି) ମଧ୍ୟ ପରିଦର୍ଶନ କରିପାରିବେ। ନିଜର ନିକଟବର୍ତ୍ତୀ ସିଏସସିକୁ ଠାବ କରିବା ଲାଗି: https://findmycsc.nic.in/ ୱେବସାଇଟ୍‌ ଦେଖନ୍ତୁ।

ପେନସନଭୋଗୀମାନେ ଲାଇଫ୍ ସାର୍ଟିଫିକେସନ ଅପଡେସନ ପାଇଁ ନିକଟବର୍ତ୍ତୀ ଡିପିଡିଓକୁ ମଧ୍ୟ ପରିଦର୍ଶନ କରିପାରିବେ। ଲିଗାସି ପେନସନଭୋଗୀମାନେ ଚାହିଁଲେ ନିଜ ବ୍ୟାଙ୍କରେ ଲାଇଫ ସାର୍ଟିଫିକେସନ ପ୍ରକ୍ରିୟାକୁ ମଧ୍ୟ ଅପଡେଟ କରିପାରିବେ।

Share. Facebook Twitter LinkedIn Email WhatsApp Copy Link

Related Posts

ଦୈନନ୍ଦିନ ଜୀବନଶୈଳୀକୁ ପରିବର୍ତ୍ତନ କରିବାର ଉପାୟ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୦ ଟି ବଡ଼ ପଦକ୍ଷେପ

September 16, 2025

୧୮ ରୁ ବିଧାନସଭାର ମୌସୁମୀ ଅଧିବେଶନ: ସର୍ବଦଳୀୟ ବୈଠକରେ ସହଯୋଗ ଲୋଡିଲେ ବାଚସ୍ପତି

September 16, 2025

ଅପରେସନ୍ ସିନ୍ଦୁରରେ ମସୁଦ ଆଝାରର ପରିବାରର ମୃତ୍ୟୁ ଉପରେ ଜୈଶ କମାଣ୍ଡରଙ୍କ ବଡ଼ ଖୁଲାସା

September 16, 2025

ନୂଆପଡ଼ା ଉପ-ନିର୍ବାଚନ ପାଇଁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନର ନିର୍ଦ୍ଦେଶ ଦେଲେ ଇସିଆଇ

September 16, 2025
Latest News

ଦୈନନ୍ଦିନ ଜୀବନଶୈଳୀକୁ ପରିବର୍ତ୍ତନ କରିବାର ଉପାୟ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୦ ଟି ବଡ଼ ପଦକ୍ଷେପ

September 16, 2025

ଦୁଷ୍କର୍ମରେ ଓଡିଶା ପାଲଟିଲା ମଣିପୁର, ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍

September 16, 2025

ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନରେ ଆଦିତ୍ୟ ବିର୍ଲା ଗ୍ରୁପ ରାଜ୍ୟ ସରକରଙ୍କ ଠାରୁ ପାଇଲା ପୁରସ୍କାର

September 16, 2025

ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଭେଟିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ

September 16, 2025

୧୮ ରୁ ବିଧାନସଭାର ମୌସୁମୀ ଅଧିବେଶନ: ସର୍ବଦଳୀୟ ବୈଠକରେ ସହଯୋଗ ଲୋଡିଲେ ବାଚସ୍ପତି

September 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.