
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨ ହଜାର ୭୧୦ ଟି ନୂଆ କରୋନା ମାମଲା ପଞ୍ଜିକୃତ ହୋଇଛି। ଯେଉଁଥିରେ ୩ ପ୍ରତିଶତ ବୃଦ୍ଧି ଘଟିଛି। ଏହି ସମୟରେ କରୋନା ଜୀବାଣୁ ହେତୁ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୪ ହଜାର ୫୩୯ ରେ ପହଞ୍ଚିଛି। ଏପର୍ଯ୍ୟନ୍ତ ସମୁଦାୟ ୪ କୋଟି ୨୬ ଲକ୍ଷ ୭ ହଜାର ୧୭୭ ଜଣ ଲୋକ ଏହି ଜୀବାଣୁକୁ ପରାସ୍ତ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୨ ହଜାର ୨୯୬ ଜଣ ଲୋକ କରୋନା ଜୀବାଣୁରୁ ଉପଶମ ପାଇଛନ୍ତି। ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧୫ ହଜାର ୫୧୪ ରେ ପହଞ୍ଚିଛି।