
ନୂଆଦିଲ୍ଲୀ: ଭାରତରେ କରୋନାର ଗ୍ରାଫ୍ ସ୍ଥିର ରହିଛି। ଗତ କିଛି ଦିନ ହେବ ୨ ହଜାରରୁ ଅଧିକ କରୋନା ମାମଲା କ୍ରମାଗତ ଭାବରେ ରିପୋର୍ଟ କରାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୨ ହଜାର ୮୨୮ ଟି ନୂଆ ମାମଲା ରୁଜୁ ହୋଇଛି। ଯାହା ଗତ କିଛି ଦିନର ମାମଲା ଅପେକ୍ଷା ଅଧିକ। ଏଥି ସହିତ, ଗତ ୨୪ଘଣ୍ଟା ମଧ୍ୟରେ ୧୪ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ସକ୍ରିୟ ମାମଲାରେ ମଧ୍ୟ କ୍ରମାଗତ ବୃଦ୍ଧି ଘଟିଛି। ବର୍ତ୍ତମାନ କରୋନାର ମୋଟ ସକ୍ରିୟ ମାମଲା ୧୭ ହଜାର ୮୭ ରେ ପହଞ୍ଚିଛି।