Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏମ୍ସ ଭୁବନେଶ୍ୱରରେ କର୍କଟ ରୋଗୀଙ୍କ ପାଇଁ ଖୁସି ଖବର: ଆରମ୍ଭ ହେଲା ଆଇସିୟୁ ସୁବିଧା
ଆଜିର ଖବର

ଏମ୍ସ ଭୁବନେଶ୍ୱରରେ କର୍କଟ ରୋଗୀଙ୍କ ପାଇଁ ଖୁସି ଖବର: ଆରମ୍ଭ ହେଲା ଆଇସିୟୁ ସୁବିଧା

May 29, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
AIIMS Director on Antibiotics uses
AIIMS Director on Antibiotics uses
ଭୁବନେଶ୍ୱର: କର୍କଟ ଏବଂ ରକ୍ତ କର୍କଟ ରୋଗରେ ପୀଡିତ ରୋଗୀଙ୍କ ପାଇଁ ସାମଗ୍ରୀକ ଚିକିତ୍ସା ଓ ଯତ୍ନ ନେବା ଉଦ୍ଦେଶ୍ୟରେ ଏମ୍ସ ଭୁବନେଶ୍ୱରର ମେଡିକାଲ ଅଙ୍କୋଲୋଜି/ ହେମାଟୋଲୋଜି ବିଭାଗ ପକ୍ଷରୁ ଉତ୍ସର୍ଗୀକୃତ ଆଇସିୟୁ ବ୍ୟବସ୍ଥା ଆରମ୍ଭ ହୋଇଛି। ୭ ଶଯ୍ୟା ବିଶିଷ୍ଟ ଆଇସିୟୁ ସେବାକୁ ଏମ୍ସ ଭୁବନେଶ୍ୱର ନିର୍ଦ୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ ଉଦ୍ଘାଟନ କରିଥିଲେ।
ଏହି ଅବସରରେ ଡକ୍ଟର ତ୍ରିପାଠୀ ମେଡିକାଲ ଅଙ୍କୋଲୋଜି/ହେମାଟୋଲୋଜି ରୋଗୀଙ୍କ ପ୍ରତି ଏମ୍ସ ଭୁବନେଶ୍ୱରର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏମ୍ସ ଭୁବନେଶ୍ୱର ମେଡିକାଲ୍ ଅଧୀକ୍ଷକ ଡକ୍ଟର ସଚ୍ଚିଦାନନ୍ଦ ମହାନ୍ତି, ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରବୋଧ ଦାସ, ଆସୋସିଏଟ୍ ପ୍ରଫେସର ଡ. ସୌରଭ କୁମାର ମିଶ୍ର ଏବଂ ସହକାରୀ ପ୍ରଫେସର ଡ. ଇଲାଭାରାସୀ ଭାନିଡାସାନେ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।
କର୍କଟ ଏବଂ ରକ୍ତ କର୍କଟ ରୋଗୀଙ୍କ ପାଇଁ ଆଇସିୟୁ ସୁବିଧା ଜରୁରୀ ଅଟେ। ଏମ୍ସ ଭୁବନେଶ୍ୱର ମେଡିକାଲ ଅଂକଲୋଜି/ହେମାଟୋଲୋଜି ବିଭାଗ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର କର୍କଟ ଓ ରକ୍ତ କର୍କଟ ରୋଗୀଙ୍କ ବିଭିନ୍ନ ସମସ୍ୟାର ଯତ୍ନ ନେଇଥାଏ। ମେଡିକାଲ୍ ଅଙ୍କୋଲୋଜି/ହେମାଟୋଲୋଜି ବିଭାଗକୁ ଆସିବା ବେଳେ ଏହି ରୋଗୀଙ୍କ ମଧ୍ୟରୁ ବହୁ ସଂଖ୍ୟକ ଗୁରୁତର ଥାଆନ୍ତି। ତେଣୁ ସେମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବା ନିମନ୍ତେ ଆଇସିୟୁର ଆବଶ୍ୟକତା ରଖିଥାନ୍ତି। ରକ୍ତ କର୍କଟ ରୋଗଜନିତ ବିଭିନ୍ନ ସମସ୍ୟାର ପୀଡ଼ିତ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଆଇସିୟୁର ଆବଶ୍ୟକତା ରହିଥାଏ। ଯାହାକି ଏକ ମିଳିତ ଆଇସିୟୁ ସେଟିଂରେ ସେବା ପ୍ରଦାନ କରାଯାଇପାରିବ ନାହିଁ। ତେଣୁ ମେଡିକାଲ ଅଙ୍କୋଲୋଜି / ହେମାଟୋଲୋଜି ବିଭାଗରେ ସ୍ୱତନ୍ତ୍ର ଆଇସିୟୁର ଆବଶ୍ୟକତା ଅଧିକ ବୋଲି ଡାକ୍ତର ପ୍ରବୋଧ ଦାସ ପ୍ରକାଶ କହିଛନ୍ତି।
ଏହି ଆଇସିୟୁରେ ପ୍ରତ୍ୟେକ ଶଯ୍ୟା ପାଇଁ ଭେଣ୍ଟିଲେଟର ସହିତ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଉପକରଣ ଉପଲବ୍ଧ ରହିଛି। କର୍କଟ ଏବଂ ହେମାଟୋଲୋଜିକାଲ୍ ବ୍ୟାଧିରେ ପୀଡିତ ରୋଗୀମାନେ ଏହି ସୁବିଧା ଦ୍ୱାରା ବହୁ ଉପକୃତ ହେବେ। ଏପରିକି ଡାୟଲିସିସ୍ ସୁବିଧା ମଧ୍ୟ ଶଯ୍ୟା ନିକଟରେ କରାଯାଇପାରିବବୋଲି ଜଣାପଡ଼ିଛି।
ଏମ୍‌ସ ଭୁବନେଶ୍ୱର କର୍କଟ ରୋଗୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଫେବୃୟାରୀ ୫ ତାରିଖ ଗୁରୁବାରରେ ଛଅଟି ରାଶିର ଲୋକଙ୍କୁ ମିଳିବ ମା’ ଲକ୍ଷ୍ମୀଙ୍କ ଆର୍ଶିବାଦ

February 5, 2026

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026
Latest News

ଆଜି ଫେବୃୟାରୀ ୫ ତାରିଖ ଗୁରୁବାରରେ ଛଅଟି ରାଶିର ଲୋକଙ୍କୁ ମିଳିବ ମା’ ଲକ୍ଷ୍ମୀଙ୍କ ଆର୍ଶିବାଦ

February 5, 2026

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.