Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏମ୍‌ସ ଭୁବନେଶ୍ୱରରେ ମେଡିକାଲ୍ ଅଙ୍କୋଲୋଜି ବିଭାଗର ସ୍ବତନ୍ତ୍ର ଡେ କେୟାର ଏବଂ ଓପିଡି ସେବା ଆରମ୍ଭ
ଆଜିର ଖବର

ଏମ୍‌ସ ଭୁବନେଶ୍ୱରରେ ମେଡିକାଲ୍ ଅଙ୍କୋଲୋଜି ବିଭାଗର ସ୍ବତନ୍ତ୍ର ଡେ କେୟାର ଏବଂ ଓପିଡି ସେବା ଆରମ୍ଭ

May 29, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜ୍ୟ ତଥା ରାଜ୍ୟ ବାହାରୁ କର୍କଟ ରୋଗୀଙ୍କ କେମୋଥେରାପି ଆବଶ୍ୟକତାକୁ ପୂରଣ କରିବା ଲକ୍ଷ୍ୟରେ ଏମ୍‌ସ ଭୁବନେଶ୍ୱର ମେଡିକାଲ ଅଙ୍କୋଲୋଜି/ହେମାଟୋଲୋଜି ବିଭାଗର ମେଡିକାଲ ଅଙ୍କୋଲୋଜି ଡିଭିଜନ୍‌ ପକ୍ଷରୁ ଗତ ୨୩ ତାରିଖରେ ଉତ୍ସର୍ଗୀକୃତ ଡେ କେୟାର୍‌ ଏବଂ ଓପିଡ଼ି ସେବା ଆରମ୍ଭ ହୋଇଛି। ଏମ୍‌ସ ଭୁବନେଶ୍ୱର ନିର୍ଦ୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ ହସ୍‌ପିଟାଲ୍‌ର ଜି ବ୍ଲକରେ ଥିବା ଏହି ବ୍ୟବସ୍ଥାକୁ ଉଦ୍ଘାଟନ କରିଛନ୍ତି।

ଏହି ଅବସରରେ ନିର୍ଦ୍ଦେଶକ ଡ. ତ୍ରିପାଠୀ କର୍କଟ ରୋଗୀଙ୍କୁ କେମୋଥେରାପି ସେବା ପ୍ରଦାନ କ୍ଷେତ୍ରରେ ଏମ୍‌ସର ପ୍ରତିବଦ୍ଧତାକୁ ଦୋହରାଇବା ସହିତ ଏଠାରେ ଅଧିକ ଉତ୍ସାହ ଏବଂ ଉତ୍ସର୍ଗୀକୃତ ସେବା ପ୍ରଦାନ ନେଇ ମତବ୍ୟକ୍ତ କରିଥିଲେ। ଏମ୍‌ସ ମେଡିକାଲ୍ ଅଙ୍କୋଲୋଜି ବିଭାଗର ଏହି ବ୍ୟବସ୍ଥା ନିଶ୍ଚିତ ଭାବରେ କେମୋଥେରାପି ଆବଶ୍ୟକ କରୁଥିବା କର୍କଟ ରୋଗୀଙ୍କୁ ସାହାଯ୍ୟ କରିବ ବୋଲି ଡାକ୍ତର ତ୍ରିପାଠୀ କହିଛନ୍ତି। ଏମ୍‌ସ ଭୁବନେଶ୍ୱର ମେଡିକାଲ୍ ଅଧୀକ୍ଷକ ଡ. ସଚ୍ଚିଦାନନ୍ଦ ମହାନ୍ତି ଏହି ଉତ୍ସବରେ ଯୋଗଦେଇ ନୂତନ ଭାବରେ ଏହି ବିଭାଗରେ ଯୋଗଦେଇଥିବା ଚିକିତ୍ସକମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମେଡିକାଲ ଅଙ୍କୋଲୋଜି/ହେମାଟୋଲୋଜି ବିଭାଗ ମୁଖ୍ୟ ଡ. ପ୍ରବୋଧ ଦାସ, ଜେଏମଏସ ଡ. ଜେ ଏସ ପିଲାଇ, ଆସୋସିଏଟ ପ୍ରଫେସର ଡ. ସୌରଭ କୁମାର ମିଶ୍ର ଏବଂ ମେଡିକାଲ ଅଙ୍କୋଲୋଜି ବିଭାଗର ସହକାରୀ ପ୍ରଫେସର ଡ. ଇଲାଭାରାସି ଭାନିଡାସାନେ ମଧ୍ୟ ଉପସ୍ଥିତ ଥିଲେ।

ଏମ୍‌ସରେ ପୂର୍ବରୁ ଏହି ମେଡିକାଲ୍ ଅଙ୍କୋଲୋଜି ବିଭାଗ ହେମାଟୋଲୋଜି ବିଭାଗ ସହିତ ଏକକାଳୀନ ଓପିଡି ଏବଂ ଡେ କେୟାର ସେବା ପ୍ରଦାନ କରୁଥିଲା। ଏହି ବିଭାଗରେ ବହୁ ସଂଖ୍ୟକ ରୋଗୀ ପରାମର୍ଶ ଲୋଡ଼ୁଥିବାରୁ ଏନେଇ ସ୍ବତନ୍ତ୍ର ସ୍ଥାନର ଆବଶ୍ୟକତା ଥିଲା। ଗତ ମାସରେ କେବଳ ମେଡିକାଲ୍‌ ଅଙ୍କୋଲୋଜି ପକ୍ଷରୁ ୧୦୫ କେମୋଥେରାପି ଦିବସ ସେବା ପ୍ରଦାନ କରାଯାଇଥିବାବେଳେ ୪୪୬ଟି ଓପିଡି ସେବା ପ୍ରଦାନ କରାଯାଇଥିଲା। ସେହିପରି ୧୬୦ଜଣ ନୂତନ ଓପିଡି ରୋଗୀ ପରାମର୍ଶ ନେଇଥିବା ଡ. ସୌରଭ ମିଶ୍ର ସୂଚନା ପ୍ରଦାନ କରିଛନ୍ତି।

କଟକରେ ଥିବା ଆଚାର୍ଯ୍ୟ ହରିହର କର୍କଟ ସେବା କେନ୍ଦ୍ର ପରେ ରାଜ୍ୟରେ ଥିବା ସରକାରୀ କ୍ଷେତ୍ରରେ ଏମ୍‌ସରେ ରହିଛି ପ୍ରଥମ ଉତ୍ସର୍ଗୀକୃତ ମେଡିକାଲ୍ ଅଙ୍କୋଲୋଜି ୟୁନିଟ୍। ଏହି ୟୁନିଟ୍ କର୍କଟ ରୋଗୀଙ୍କ କେମୋଥେରାପି ଆବଶ୍ୟକତାକୁ ପୂରଣ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାର ବିଶ୍ବାସ ରଖିଛି। ଡ. ସୌରଭ କୁମାର ମିଶ୍ର ଏବଂ ଡ. ଇଲାଭାରାସୀ ଭାନିଡାସାନେ ନୂତନ ଭାବେ ଏହି ବିଭାଗରେ ଅଧ୍ୟାପକ/ଅଧ୍ୟାପିକା ଭାବେ ଯୋଗଦେଇ ଏମ୍‌ସ ଭୁବନେଶ୍ୱରରେ ମେଡିକାଲ ଅଙ୍କୋଲୋଜି ସେବା ଆରମ୍ଭ କରିଛନ୍ତି।

ଭବିଷ୍ୟତରେ ମେଡିକାଲ୍ ଅଙ୍କୋଲୋଜିରେ ଡିଏମ୍ ପାଠ୍ୟକ୍ରମ ଆରମ୍ଭ କରିବାକୁ ଯୋଜନା ଥିବା ପ୍ରକାଶ। ବର୍ତ୍ତମାନ ପାଇଁ, ଏହି ବିଭାଗରୁ ସେବା ନେବାକୁ ଆସୁଥିବା କର୍କଟ ରୋଗୀମାନେ ସିଧାସଳଖ ଜି ବ୍ଲକ୍‌ରେ ପଞ୍ଜୀକରଣ କରିପାରିବେ। ଯାହାଫଳରେ ଆଉ ଲମ୍ବା ସମୟ ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ମେଡିକାଲ୍‌ ଅଙ୍କୋଲୋଜି ସେବା ସପ୍ତାହର ପ୍ରତି ମଙ୍ଗଳବାର ଏବଂ ଗୁରୁବାର ଦିନ ଜାରି ରହିବ। ଡେ କେୟାର୍‌ ସେବା ସପ୍ତାହର ସବୁଦିନ ଚାଲିବ ନେଇ ସୂଚନା ପ୍ରଦାନ କରାଯାଇଛି।

ଏମ୍‌ସ ଭୁବନେଶ୍ୱର ଓପିଡି ସେବା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଶ୍ରୀମନ୍ଦିରରେ ବନକ ଲାଗି ନୀତି: ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

March 5, 2026

ଆଜିଠାରୁ ଟୋରଣ୍ଟୋ, ଫ୍ରାଙ୍କଫର୍ଟ ଏବଂ ପ୍ୟାରିସକୁ ଅତିରିକ୍ତ କ୍ଷମତା ବିଶିଷ୍ଟ ବିମାନ ଚଳାଚଳ: ଏୟାର ଇଣ୍ଡିଆ

March 5, 2026

ବିପୁଳ ପରିମାଣର ଅପମିଶ୍ରିତ ଘିଅ ଜବତ: ଡାଏରୀ ମାଲିକ ଗିରଫ

March 5, 2026

ରାଜ୍ୟସଭା ନିର୍ବାଚନ: ଆଜି ୩୭ ଟି ଆସନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ

March 5, 2026
Latest News

US-Israel vs Iran Conflict: ଦୁବାଇରେ ଫସିରହିଥିବା ଭାରତୀୟ ଯାତ୍ରୀ ସୁରକ୍ଷିତ ଭାବେ ପହଞ୍ଚିଲେ

March 5, 2026

ଆଜି ଶ୍ରୀମନ୍ଦିରରେ ବନକ ଲାଗି ନୀତି: ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

March 5, 2026

ଆଜିଠାରୁ ଟୋରଣ୍ଟୋ, ଫ୍ରାଙ୍କଫର୍ଟ ଏବଂ ପ୍ୟାରିସକୁ ଅତିରିକ୍ତ କ୍ଷମତା ବିଶିଷ୍ଟ ବିମାନ ଚଳାଚଳ: ଏୟାର ଇଣ୍ଡିଆ

March 5, 2026

ବିପୁଳ ପରିମାଣର ଅପମିଶ୍ରିତ ଘିଅ ଜବତ: ଡାଏରୀ ମାଲିକ ଗିରଫ

March 5, 2026

ରାଜ୍ୟସଭା ନିର୍ବାଚନ: ଆଜି ୩୭ ଟି ଆସନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ

March 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.