Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋଦୀ ସରକାରଙ୍କର ୮ ବର୍ଷ ପୂରଣ, ସମଗ୍ର ଦେଶରେ ଆୟୋଜିତ ହେବ ‘ଗରିବ କଲ୍ୟାଣ ସମ୍ମିଳନୀ’
ଆଜିର ଖବର

ମୋଦୀ ସରକାରଙ୍କର ୮ ବର୍ଷ ପୂରଣ, ସମଗ୍ର ଦେଶରେ ଆୟୋଜିତ ହେବ ‘ଗରିବ କଲ୍ୟାଣ ସମ୍ମିଳନୀ’

May 30, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩୧ ମେ, ୨୦୨୨ରେ ହିମାଚଳ ପ୍ରଦେଶର ଶିମଲା ପରିଦର୍ଶନରେ ଯିବେ। ସେ ସେଠାରେ ପ୍ରାୟ ପୂର୍ବାହ୍ନ ୧୧ଟା ସମୟରେ ‘ଗରିବ କଲ୍ୟାଣ ସମ୍ମିଳନୀ’ରେ ଯୋଗ ଦେବେ। ଏହି ନୂତନ ସର୍ବସାଧାରଣ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସରକାରର ୮ ବର୍ଷ ପୂରଣ ହେବା ଅବସରରେ ସମସ୍ତ ରାଜ୍ୟର ରାଜଧାନୀ, ଜିଲ୍ଲା ମୁଖ୍ୟାଳୟ ଏବଂ କୃଷି ବିଜ୍ଞାନ କେନ୍ଦ୍ର ଗୁଡିକରେ ଆୟୋଜିତ ହେବ। ଏହି ସମ୍ମିଳନୀ ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ କଲ୍ୟାଣ ମୂଳକ କାର୍ଯ୍ୟକ୍ରମ ଗୁଡିକ ସମ୍ପର୍କରେ ଜନସାଧାରଣଙ୍କ ପ୍ରତିକ୍ରିୟା ଜାଣିବାର ପ୍ରୟାସ ଭାବରେ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ଲୋକ ମାନଙ୍କ ସହିତ ସିଧାସଳଖ ବାର୍ତାଳାପ କରିବା ନିମନ୍ତେ ଅବଧାରଣାକୁ ନେଇ ପ୍ରସ୍ତୁତ କରାଯାଇଛି।

‘ଗରିବ କଲ୍ୟାଣ ସମ୍ମିଳନୀ’ ପୂର୍ବାହ୍ନ ପ୍ରାୟ ୯: ୪୫ ମିନିଟ୍ ସମୟରେ ଆରମ୍ଭ ହେବ। ସାରା ଦେଶର ମୁଖ୍ୟମନ୍ତ୍ରୀ ମାନେ, କେନ୍ଦ୍ର ମନ୍ତ୍ରୀ ମାନେ, ସାଂସଦ ମାନେ, ବିଧାନସଭାର ସଦସ୍ୟ ମାନେ ଏବଂ ଅନ୍ୟ ନିର୍ବାଚିତ ଜନ ପ୍ରତିନିଧି ମାନେ ସିଧାସଳଖ ସେମାନଙ୍କ ନିଜ ନିଜ ଅଂଚଳର ଲୋକମାନଙ୍କ ସହିତ ଭାବ ବିନିମୟ କରିବେ। ପ୍ରାୟ ପୂର୍ବାହ୍ନ ୧୧ଟା ବେଳକୁ  ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ,  ରାଜ୍ୟ ଏବଂ ଆଂଚଳିକ ସ୍ତରର ବିଭିନ୍ନ କାର୍ଯ୍ୟକ୍ରମକୁ ପରିସରଭୁକ୍ତ କରାଯିବ ଏବଂ ଏହି ସମ୍ମିଳନୀ ଜାତୀୟ ସ୍ତରର  କାର୍ଯ୍ୟକ୍ରମ ହୋଇଯିବ। ସମ୍ମିଳନୀ ସମୟରେ, ପ୍ରଧାନମନ୍ତ୍ରୀ ଭାରତ ସରକାରଙ୍କର ୯ଟି କେନ୍ଦ୍ରୀୟ ମନ୍ତ୍ରଣାଳୟ/ବିଭାଗ ଗୁଡିକର କାର୍ଯ୍ୟକ୍ରମର ହିତାଧିକାରୀ ମାନଙ୍କ ସହିତ ସିଧାସଳଖ ଭାବ ବିନିମୟ କରିବେ।

ଏହି ପରିପ୍ରେକ୍ଷୀରେ କଟକର ମାହାଙ୍ଗାଠାରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀଙ୍କ ସହ ମତ ବିନିମୟ କରିବେ। ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗରୀମାମୟ ଉପସ୍ଥିତିରେ ଶିମଲାଠାରେ ଅନୁଷ୍ଠିତ ମୁଖ୍ୟ କାର୍ଯ୍ୟକ୍ରମରେ ଭାର୍ଚୁଆଲ ମାଧ୍ୟମରେ ଯୋଗ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ସେହିପରି ବାରିପଦାଠାରେ ଅନୁଷ୍ଠିତ ଅନ୍ୟ ଏକ କାର୍ଯ୍ୟକ୍ରମରେ ଭାର୍ଚୁଆଲ ମାଧ୍ୟମରେ ଯୋଗ ଦେବେ କେନ୍ଦ୍ର ଜଳ ଶକ୍ତି ଏବଂ ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ।

ସାରା ଦେଶରେ ଆୟୋଜିତ କରା ଯାଉଥିବା ଏହି ଫ୍ରିହ୍ୱିଲିଂ (ସମ୍ପୂର୍ଣ୍ଣ ମୁକ୍ତ) ବାର୍ତାଳାପର ଉଦ୍ଦେଶ୍ୟ ହେଉଛି ଲୋକ ମାନଙ୍କ ଠାରୁ ଅବାଧ ଏବଂ ସ୍ପଷ୍ଟ ପ୍ରତିକ୍ରିୟା ହାସଲ କରିବା, ଲୋକ ମାନଙ୍କ ଜୀବନରେ କଲ୍ୟାଣମୂଳକ ଯୋଜନା ଗୁଡିକର ପ୍ରଭାବକୁ ବୁଝିବା ଏବଂ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଗୁଡିକରେ ସମ୍ମିଶ୍ରଣ ଏବଂ ପରିପୁଷ୍ଟତାକୁ ଅନୁସନ୍ଧାନ କରିବା। ଦେଶର ନାଗରିକ ମାନଙ୍କର ଜୀବନକୁ ସୁଗମ କରିବା ନିମନ୍ତେ ସରକାରୀ କାର୍ଯ୍ୟକ୍ରମ ଗୁଡିକର ପହଂଚ ଏବଂ ବିତରଣକୁ ଆହୁରି ଅଧିକ କ୍ରିୟାଶୀଳ କରିବା ପାଇଁ ଏହା ଏକ ପ୍ରୟାସ ଅଟେ।

ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍ – କିଷାନ) ଯୋଜନାର ୧୧ ତମ କିସ୍ତି ପ୍ରଦାନ କରିବେ। ୧୦ କୋଟିରୁ ଅଧିକ ହିତାଧିକାରୀ କୃଷକ ପରିବାର ଗୁଡିକୁ ଏହା ଦ୍ୱାରା ୨୧,୦୦୦ କୋଟି ଟଙ୍କା ପ୍ରଦାନ କରାଯିବ। ଏହି ଅବସରରେ, ପ୍ରଧାନମନ୍ତ୍ରୀ ସାରା ଦେଶର (ପିଏମ୍ – କିଷାନ) ଯୋଜନାର ହିତାଧିକାରୀ ମାନଙ୍କ ସହିତ ମଧ୍ୟ ଭାବ ବିନିମୟ କରିବେ।

ଗରିବ କଲ୍ୟାଣ ସମ୍ମିଳନୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ମୋଦୀ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ଗିରଫ

August 4, 2025

ଭାବନଗର-ଆଯୋଧ୍ୟା ସାପ୍ତାହିକ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

August 4, 2025

ରାଶିଫଳ: ଆଜି ଅଗଷ୍ଟ ୪ ତାରିଖ ସୋମବାରରେ ଚାରୋଟି ରାଶି ପାଇଁ ରହିଛି ବେଶ୍ ଖୁସି ଖବର

August 4, 2025

ଭୁବନେଶ୍ବରରେ ପହଞ୍ଚିଲା ବଳଙ୍ଗା ପିଡିତାଙ୍କ ମୃତ ଦେହ, କଡା ସୁରକ୍ଷା ମଧ୍ୟରେ ନିଆଗଲା ବାୟାବର

August 4, 2025
Latest News

ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ଗିରଫ

August 4, 2025

ଭାବନଗର-ଆଯୋଧ୍ୟା ସାପ୍ତାହିକ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

August 4, 2025

ରାଶିଫଳ: ଆଜି ଅଗଷ୍ଟ ୪ ତାରିଖ ସୋମବାରରେ ଚାରୋଟି ରାଶି ପାଇଁ ରହିଛି ବେଶ୍ ଖୁସି ଖବର

August 4, 2025

ଭୁବନେଶ୍ବରରେ ପହଞ୍ଚିଲା ବଳଙ୍ଗା ପିଡିତାଙ୍କ ମୃତ ଦେହ, କଡା ସୁରକ୍ଷା ମଧ୍ୟରେ ନିଆଗଲା ବାୟାବର

August 4, 2025

ଆଜି ରାତିରେ ଆସିବ ବଳଙ୍ଗା ପିଡିତାଙ୍କ ମୃତ ଦେହ, ବିମାନ ବନ୍ଦରରେ ପୋଲିସ ଛାଉଁଣି

August 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.