ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣର ପ୍ରମୁଖ ଦିଗକୁ narendramodi.in ଏବଂ ନମୋ ଆପ୍ରେ ଶେୟାର କରିଛନ୍ତି।
ଏକାଧିକ ଟୁଇଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘‘ବିଗତ ୮ ବର୍ଷ ମଧ୍ୟରେ ଜନସାଧାରଣଙ୍କ ଆକାଂକ୍ଷା ପୂରଣ କରାଯାଇଛି। ଏହି ଅବସରରେ ଆମର ସଂକଳ୍ପ ରହି ଆସଛି – ସେବା, ସୁଶାସନ ଓ ଗରିବ କଲ୍ୟାଣ। ନମୋ ଆପ୍ର ‘ବିକାଶ ଯାତ୍ରା’ ବର୍ଗରେ ଆପଣ ପ୍ରଗତିର ଏହି ପ୍ରମୁଖ ଯାତ୍ରାକୁ ଅନୁଭବ କରିପାରିବେ।’’
‘‘ନମୋ ଆପ୍ରେ #8YearsOfSeva ସହ ଜଡ଼ିତ ଏକ ରୋଚକ ସେକ୍ସନ ରହିଛି। ଏଥିରେ ଆପଣମାନେ ପ୍ରଶ୍ନୋତ୍ତର, ଶବ୍ଦ ସନ୍ଧାନ, ଚିତ୍ର ଅନୁମାନ କରିବା ବର୍ଗ ଭଳି ଅଭିନବ କାର୍ଯ୍ୟ ଜରିଆରେ ଦେଶର ବିକାଶ ଯାତ୍ରା ସହ ଯୋଡ଼ି ହୋଇପାରିବେ। ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ କରୁଛି, ବିଶେଷ କରି ଯୁବ ସାଥୀମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ଗୋଟିଏ ଥର ଏହାକୁ ଦେଖନ୍ତୁ।’’