Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫସଲ ରକ୍ଷା ପାଇଁ ସୋଆ କୃଷି ଛାତ୍ରଛାତ୍ରୀଙ୍କ ଦ୍ୱାରା ଟ୍ରାଇକୋକାର୍ଡ ପ୍ରବର୍ତ୍ତନ
ଆଜିର ଖବର

ଫସଲ ରକ୍ଷା ପାଇଁ ସୋଆ କୃଷି ଛାତ୍ରଛାତ୍ରୀଙ୍କ ଦ୍ୱାରା ଟ୍ରାଇକୋକାର୍ଡ ପ୍ରବର୍ତ୍ତନ

June 6, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୋଆ
କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗସ୍‌-୨୦୨୬: ମହତ୍ୱପୂ୍‌ର୍ଣ୍ଣ ସ୍ଥାନରେ ସୋଆ

ଭୁବନେଶ୍ୱର: ଅନିଷ୍ଟକାରୀ କୀଟଙ୍କ କବଳରୁ ଫସଲ ରକ୍ଷା କରିବା ନିମନ୍ତେ ଟ୍ରାଇକୋକାର୍ଡ ବ୍ୟବହାର କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ର ଛାତ୍ରଛାତ୍ରୀ ବିଜ୍ଞାନଗାରରେ ଏହା ପ୍ରସ୍ତୁତ
କରିଛନ୍ତି। ଟ୍ରାଇକୋଗାମା ନାମକ ପରାଶ୍ରୟୀ କୀଟ ସାହାଯ୍ୟରେ ବିନା ରସାୟନିକ ସାର ବ୍ୟବହାରରେ ଅନିଷ୍ଟକାରୀ କୀଟଙ୍କ ଠାରୁ ଫସଲକୁ ରକ୍ଷା କରାଯାଇ ପାରିବ।

ଟ୍ରାଇକୋଗାମା ମୁଖ୍ୟତଃ ଲାବୋରାଟୋରୀରେ ପ୍ରସ୍ତୁତ ହୋଇଥାଏ ଏବଂ ଅନିଷ୍ଟକାରୀ କୀଟଗୁଡ଼ିକର ଅଣ୍ଡାକୁ ନଷ୍ଟ କରିବା ନିମନ୍ତେ ବ୍ୟବହାର କରାଯାଇଥାଏ। ଏହା କୃଷକମାନଙ୍କ ପାଇଁ ଖୁବ୍ ଉପକାରୀ। କାରଣ ଏହି ପ୍ରକ୍ରିୟାରେ କୌଣସି ପ୍ରକାର ରାସାୟନିକ ସାର ବ୍ୟବହାର ନ କରି ପ୍ରାକୃତିକ ପ୍ରକ୍ରିୟାରେ ଓ ସ୍ୱଳ୍ପ ମୂଲ୍ୟରେ ଫସଲ ରକ୍ଷା କରାଯାଇଥାଏ।

ଅନ୍ୟପକ୍ଷରେ କୀଟନାଶକ ବ୍ୟବହାର ଦ୍ୱାରା ପରିବେଶ ଦୂଷିତ ହୋଇଥାଏ ଓ ମଣିଷର ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରେ। ତେଣୁ ଜୈବିକ ଉପାୟରେ ଫସଲକୁ ଏହି ପ୍ରକ୍ରିୟାରେ ରକ୍ଷା କରାଯାଇପାରୁଛି ବୋଲି ଆଇଏଏସ୍‌ର ଡିନ୍‌ ପ୍ରଫେସର ବିଜୟ କୁମାର ସାହୁ କହିଛନ୍ତି।

ପ୍ରତ୍ୟେକ ଟ୍ରାଇକୋକାର୍ଡରେ ୨୦ ହଜାର ପାରାସାଇଟ ଅର୍ଥାତ ପରଜୀବି କୀଟର ପ୍ୟୁପା ରହିଥାନ୍ତି ଯାହାକୁ କି ଚାଷ ଜମିରେ ଛଡା ଗଲେ ସେମାନେ ଜନ୍ମ ହାନିକାରକ କୀଟଗୁଡ଼ିକୁ ସେମାନଙ୍କ ଅଣ୍ଡାକୁ ନଷ୍ଟ କରିଥାନ୍ତି। ଏହା ଦ୍ୱାରା କେବଳ କୀଟ ନଷ୍ଟ ହୋଇ ନଥାନ୍ତି ବରଂ ରାସାୟନିକ ସାର ବ୍ୟବହାର କରିବାରୁ ପରିବେଶକୁ ମଧ୍ୟ ରକ୍ଷା କରାଯାଇପାରିଥାଏ ବୋଲି ପ୍ରଫେସର ସାହୁ କହିଛନ୍ତି।

ଆଇଏଏସ୍‌ର କୀଟତତ୍ୱ ବିଭାଗର ଛାତ୍ରଛାତ୍ରୀ ଯେଉଁମାନେ କି ବାୟୋକଂଟ୍ରୋଲ ଲ୍ୟାବ୍‌ରେ ଟ୍ରାଇକୋକାର୍ଡକୁ ପ୍ରସ୍ତୁତ କରିଛନ୍ତି ସେମାନେ ଗୁରୁବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଭେଟି ଏ ସମ୍ପର୍କରେ ଅବଗତ କରାଇଥିଲେ।

ଏହି ଅବସରରେ ସେଠାରେ ଉପସ୍ଥିତ ଥିବା ସୋଆର ଚ୍ୟାନ୍‌ସେଲର ପ୍ରଫେସର ଡି.ପି. ଋାୟ ଛାତ୍ରଛାତ୍ରୀମାନଙ୍କର କାର୍ଯ୍ୟକୁ ନେଇ ଖୁସି ବ୍ୟକ୍ତ କରିଥିଲେ। ଟ୍ରାଇକୋକାର୍ଡର ବ୍ୟବହାର ନେଇ ଆଇଏଏସ୍‌ର କୀଟତତ୍ୱ ବିଭାଗର ମୁଖ୍ୟ ଡକ୍ଟର ବିଜୟ କୁମାର ମିଶ୍ର କହିଥିଲେ ଯେ ଏହା ଦ୍ୱାରା ଧାନ, ଗହମ ଓ ତୈଳ ବୀଜ ସହିତ ଆଖୁ ଓ କପା ଚାଷକୁ ସୁରକ୍ଷିତ ରଖାଯାଇପାରିବ। ୦.୪ ରୁ ୦.୭ ମିଲିମିଟର ଲମ୍ବର ଏହି କୀଟ ମୁଖ୍ୟତଃ ଅନିଷ୍ଟକାରୀ
କୀଟ ଯାହାକି ଶସ୍ୟକୁ ଅନେକ ମାତ୍ରାରେ ନଷ୍ଟ କରିଥାଏ ବୋଲି ସେ କହିଛନ୍ତି।

ଗୋଟିଏ ହେକ୍ଟର ଚାଷ ଜମିରେ ଅନିଷ୍ଟକାରୀ କୀଟକୁ ନଷ୍ଟ କରିବା ନିମନ୍ତେ କୀଟନାଶକ ସାର ବ୍ୟବହାର ନିମନ୍ତେ ୫ ହଜାର ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଟ୍ରାଇକୋକାର୍ଡ ବ୍ୟବହାର ଦ୍ୱାରା ଏହାର ଏକ ଦଶମାଂଶ ଖର୍ଚ୍ଚରେ ଏହି କୀଟକୁ ନଷ୍ଟ କରିହେବ ବୋଲି ଡକ୍ଟର ମିଶ୍ର କହିଛନ୍ତି।

ଏହି ଅବସରରେ ସୋଆର ପ୍ରତିଷ୍ଠାତା ସଦସ୍ୟ କୁମାରୀ ଉପାସନା ନାୟକ, ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ଆଇଏଏସ୍‌ର ଆଡିସ୍‌ନାଲ୍ ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ସଡ଼କ ଦୁର୍ଘଟଣାରେ ପିତା ମୃତ: ପୁଅ ଗୁରୁତର

April 5, 2026

କାଠଯୋଡି ସେତୁ ଟେଣ୍ଡର ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

April 5, 2026

ଚିଲିକାରେ ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬, ଯୋଗ ଦେଲେ ଆଇନ ମନ୍ତ୍ରୀ

April 5, 2026

ବାଣପୁର କୋର୍ଟର ଉନ୍ନତି ପାଇଁ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓକିଲ ସଂଘର ନୂତନ ସଭାପତି

April 5, 2026
Latest News

ସଡ଼କ ଦୁର୍ଘଟଣାରେ ପିତା ମୃତ: ପୁଅ ଗୁରୁତର

April 5, 2026

କାଠଯୋଡି ସେତୁ ଟେଣ୍ଡର ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

April 5, 2026

ଚିଲିକାରେ ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬, ଯୋଗ ଦେଲେ ଆଇନ ମନ୍ତ୍ରୀ

April 5, 2026

ବାଣପୁର କୋର୍ଟର ଉନ୍ନତି ପାଇଁ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓକିଲ ସଂଘର ନୂତନ ସଭାପତି

April 5, 2026

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.