
ବାଲେଶ୍ବର: ଓଡ଼ିଶାର ଏପିଜେ ଅବଦୁଲ କାଲାମ ଦ୍ବୀପରୁ ମଧ୍ୟମ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି। ଆଜି ପ୍ରାୟ ସନ୍ଧ୍ୟା ସାଢ଼େ ସାତଟା ସମୟରେ ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ଏହି କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଥିଲା। ରଣନୈତିକ ବାହିନୀ କମାଣ୍ଡ ଅଧୀନରେ ବ୍ୟବହାରକାରୀଙ୍କ ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ଏହି କ୍ଷେପଣାସ୍ତ୍ରର ଏକ ନିୟମିତ ପରୀକ୍ଷଣ କରାଯାଇଥିଲା।
ଏହି ପରୀକ୍ଷଣ ଆଶାନୁରୂପ ସଫଳତା ହାସଲ କରିଥିଲା। ଏହି କ୍ଷେପଣାସ୍ତ୍ର ଉତକ୍ଷେପଣର ସମସ୍ତ ପରିଚାଳନାଗତ ମାପଦଣ୍ଡ ସହିତ ପ୍ରଣାଳୀର ବିଶ୍ବସନୀୟତାକୁ ପ୍ରମାଣିତ କରିଥିଲା। ‘ଭରସାଯୋଗ୍ୟ ସର୍ବନିମ୍ନ ପ୍ରତିରକ୍ଷା’ କ୍ଷମତା ଧାରଣ ପାଇଁ ଭାରତର ନୀତିକୁ ଏହି ସଫଳ ପରୀକ୍ଷଣ ପୁନଃ ସୁନିଶ୍ଚିତ କରିଛି।