ନୂଆ ଯୋଜନା ଓ ସମନ୍ବୟ ମନ୍ତ୍ରୀଙ୍କ ପ୍ରଥମ ବୈଠକ, ଉନ୍ନୟନ କମିଶନର କଲେ ସ୍ବାଗତ

Published: Jun 7, 2022, 8:42 pm IST

ଭୁବନେଶ୍ବର: ଆଜି ନୂଆ ଯୋଜନା ଓ ସମନ୍ବୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଦାୟିତ୍ବ ନେବା ପରେ ତାଙ୍କୁ ରାଜ୍ୟ ଲୋକସେବା ଭବନରେ ସ୍ବାଗତ କରାଯାଇଛି। ଉନ୍ନୟନ କମିଶନର ପ୍ରଦୀପ ଜେନା ତାଙ୍କୁ ଫୁଲତୋଡା ଦେଇ ସ୍ବାଗତ କରିଛନ୍ତି।

ଆଜି ବିଭାଗୟ ସମ୍ମିଳନୀକକ୍ଷରେ ମନ୍ତ୍ରୀ ଏକ ବୈଠକ କରିଥିଲେ। ଏଥିରେ ବିଭାଗୀୟ ଅଧିକାରୀମାନେ ସେମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏଥିସହିତ ସେମାନେ କେଉଁ କେଉଁ କାର୍ଯ୍ୟ ଦାୟିତ୍ବରେ ରହିଛିନ୍ତି ସେ ସଂପର୍କରେ ଅବଗତ କରାଇଥିଲେ।

Related posts