Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୫ ଦିନିଆ ଶିଶୁଶ୍ରମ ଉଚ୍ଛେଦ ସଚେତନତା କାର୍ଯ୍ୟକ୍ରମ ଶିଶୁଶ୍ରମ ବିରୋଧରେ ପଦଯାତ୍ରା
ଆଜିର ଖବର

୧୫ ଦିନିଆ ଶିଶୁଶ୍ରମ ଉଚ୍ଛେଦ ସଚେତନତା କାର୍ଯ୍ୟକ୍ରମ ଶିଶୁଶ୍ରମ ବିରୋଧରେ ପଦଯାତ୍ରା

June 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
୧୫ ଦିନିଆ ଶିଶୁଶ୍ରମ ଉଚ୍ଛେଦ ସଚେତନତା କାର୍ଯ୍ୟକ୍ରମ ଶିଶୁଶ୍ରମ ବିରୋଧରେ ପଦଯାତ୍ରା

ଭୁବନେଶ୍ୱର : ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ମଇ ୨୯ ତାରିଖ ୨୦୨୨ରୁ ଆରମ୍ଭ ହୋଇଥିବା ୧୫ ଦିନିଆ ଶିଶୁଶ୍ରମ ଉଚ୍ଛେଦ ସଚେତନତା କାର୍ଯ୍ୟକ୍ରମର ଅଂଶ ଭାବରେ ଶିଶୁଶ୍ରମ ବିରୋଧରେ ଏକ ପଦଯାତ୍ରା ଆଜି ସକାଳ ୮ ଘଟିକା ସମୟରେ ସ୍ଥାନୀୟ ରାମମନ୍ଦିର ଛକରୁ ମାଷ୍ଟରକାଣ୍ଟିନ୍‌ ଛକ ପର୍ଯ୍ୟନ୍ତ ଉଦ୍‌ଘାଟିତ ହୋଇଛି।

ଏହି ପଦଯାତ୍ରାରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଏନ୍‌ଏସ୍‌ଏସ୍‌ ସେ୍ୱଚ୍ଛାସେବୀ, ବିଭିନ୍ନ ସାମାଜିକ ସଂଗଠନର ପ୍ରତିନିଧି, ବିଶିଷ୍ଟ ସିନେତାରକାଙ୍କ ସହିତ କର୍ମକର୍ତ୍ତା ମଧ୍ୟ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାକୁ ଏକ ଶିଶୁଶ୍ରମମୁକ୍ତ ରାଜ୍ୟ କରିବା ନିମନ୍ତେ ରାଜ୍ୟ ଓ ଜିଲ୍ଲାସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି । ଏହା ଅନ୍ତର୍ଗତ ଶିଶୁ ଓ କିଶୋର ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇନ, ୧୯୮୬କୁ କଡ଼ାକଡ଼ି ଭାବରେ ପାଳନ କରିବା ସହ ଶିଶୁଶ୍ରମ ନିରାକରଣ ସଚେତନତା ରଥ, ରାଲି ଏବଂ ଜିଲ୍ଲାସ୍ତରରେ କର୍ମଶାଳାମାନ ଆୟୋଜନ କରାଯାଉଛି। ରାମମନ୍ଦିର ଛକରୁ ମାଷ୍ଟରକାଣ୍ଟିନ୍‌ ଛକ ପର୍ଯ୍ୟନ୍ତ ହୋଇଥିବା ଏହି ପଦଯାତ୍ରାରେ ଶିଶୁ ଶ୍ରମ ଆଇନ ସଂପର୍କିତ ଦଣ୍ଡବିଧାନ ସହ ଶିଶୁଶ୍ରମିକମାନଙ୍କର ଉଦ୍ଧାର ଓ ଥଇଥାନ ସଂପର୍କିତ ସଚେତନତା ପୁସ୍ତିକା ବଣ୍ଟନ କରାଯାଇଥିଲା।

ମାଷ୍ଟରକାଣ୍ଟିନ୍‌ ଛକରେ ଏହି ପଦଯାତ୍ରା ପହଞ୍ଚିବା ପରେ ଶିଶୁଶ୍ରମକୁ ସମାଜରୁ ଉଚ୍ଛେଦ କରି ରାଜ୍ୟକୁ ଏକ ଶିଶୁଶ୍ରମମୁକ୍ତ ରାଜ୍ୟ ଭାବରେ ଗଢ଼ିତୋଳିବା ପାଇଁ ବିଭିନ୍ନ ବିଷୟ ଉପରେ ଏକ ସଂକ୍ଷିପ୍ତ ଆଲୋଚନା କରାଯାଇଥିଲା । ଏହାପରେ ପଦଯାତ୍ରାରେ ସାମିଲ ହୋଇଥିବା ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀ ଏକ ଦସ୍ତଖତ ଅଭିଯାନରେ ସାମିଲ ହୋଇଥିଲେ ଏବଂ ବିଭିନ୍ନ ବାର୍ତ୍ତାକୁ ଲିପିବଦ୍ଧ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶ୍ରମ କମିଶନର ଡ. ଏନ୍‌. ତିରୁମଲା ନାୟକ, ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ, ବିଶିଷ୍ଟ ସିନେତାରକା ଶ୍ରୀ ସବ୍ୟସାଚୀ ମିଶ୍ର ଓ ଶ୍ରୀମତୀ ଅର୍ଚ୍ଚିତା ସାହୁ, ବିଶ୍ୱବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ସେ୍ୱଚ୍ଛାସେବୀ, ସୋଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ପିକକ୍‌, ଏଡ୍‌.ଏଟ୍‌ ଆକ୍ସନ, ଆଇ.ଜେ.ଏମ୍‌, ସୋଆ ରେଡ଼ିଓ ଏବଂ ସି.ଏ.ସି.ଏଲ୍‌ର ପ୍ରତିନିଧିମାନଙ୍କ ସହ ଶ୍ରମ ନିର୍ଦ୍ଦେଶାଳୟର ବରିଷ୍ଠ ପଦାଧିକାରୀ ଓ କର୍ମକର୍ତ୍ତା ଯୋଗଦେଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଟିମ୍ ଇଣ୍ଡିଆର ନୂତନ ଜର୍ସି ପ୍ରାୟୋଜକ ହେବ ଏହି କମ୍ପାନୀ: ଡ୍ରିମ-୧୧ ର ନେବ ସ୍ଥାନ

September 16, 2025

PCB କୁ ଝଟକା ଦେଲା ICC: ଏସିଆ କପ୍ ରୁ ବାଦ ପଡିବ କି ପାକିସ୍ତାନ?

September 16, 2025

ପୂଜକଙ୍କୁ ଆତର୍କିତ ଆକ୍ରମଣ: ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି

September 16, 2025

ନିଖୋଜ ଯୁବକର ଗଳିତ ଶବ ଉଦ୍ଧାର

September 16, 2025
Latest News

ଟିମ୍ ଇଣ୍ଡିଆର ନୂତନ ଜର୍ସି ପ୍ରାୟୋଜକ ହେବ ଏହି କମ୍ପାନୀ: ଡ୍ରିମ-୧୧ ର ନେବ ସ୍ଥାନ

September 16, 2025

PCB କୁ ଝଟକା ଦେଲା ICC: ଏସିଆ କପ୍ ରୁ ବାଦ ପଡିବ କି ପାକିସ୍ତାନ?

September 16, 2025

ପୂଜକଙ୍କୁ ଆତର୍କିତ ଆକ୍ରମଣ: ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି

September 16, 2025

ନିଖୋଜ ଯୁବକର ଗଳିତ ଶବ ଉଦ୍ଧାର

September 16, 2025

ପୁଣି ମହଙ୍ଗା ହେଲା ସୁନା: ଜାଣନ୍ତୁ ଆଜିର ମୂଲ୍ୟ

September 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.