କୂଅରୁ କଲରାପତରିଆ ବାଘକୁ ଉଦ୍ଧାର କଲା ବନବିଭାଗ

Published: Jun 8, 2022, 7:40 pm IST

କନ୍ଦର୍ପ ବେହେରା
ରେଢ଼ାଖୋଲ: ଚାରମାଳ ରେଞ୍ଜର ହେମନ୍ତଖୋଳ ଗ୍ରାମରୁ ଏକ କୂଅରେ ପଡ଼ିଯାଇଥିବା ଏକ କଲରାପତରିଆ ବାଘକୁ ଉଦ୍ଧାର କରିଛି ବନବିଭାଗ।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ରେଢ଼ାଖୋଲ ବନଖଣ୍ଡ ଚାରମାଳ ରେଞ୍ଜ ବଂସାଜାଲ ସେକସନ୍ ଅଧିନସ୍ଥ ହେମନ୍ତଖୋଳ ଗ୍ରାମ ନିକଟସ୍ଥ ଜମି ପାଖରେ ଥିବା ଏକ ପରିତ୍ୟକ୍ତ କୂପରୁ ବନବିଭାଗ ଏକ କଲରା ପତରିଆ ବାଘକୁ ଉଦ୍ଧାର କରି ତାକୁ ଜଙ୍ଗଲରେ ଛାଡ଼ି ଦେଇଥିବା ଜଣାପଡ଼ିଛି।

ବାଘଟି ଗତକାଲି ରାତିରେ କୂଅ ଭିତରେ ପଡ଼ିଯାଇଥିବା ଅନୁମାନ କରାଯାଉଛି। ଗ୍ରାମର କେହି ବ୍ୟକ୍ତି ବାଘଟି କୂପ ଭିତରେ ପଡ଼ିଥିବାର ବନ ବିଭାଗକୁ ସୂଚନା ଦେଇଥିଲେ।  ବନବିଭାଗ, ପୋଲିସ୍ ବିଭାଗ, ଦମକଳ ବାହିନୀ ସେଇ କୂପ ପାଖକୁ ଯାଇ ବାଘକୁ ଉଦ୍ଧାର କରି ତାକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ିଦେଇଥିବାର ସୂଚନା ମିଳିଛି।

ରେଢ଼ାଖୋଲ ଡିଏଫ୍ଓ ରମାକାନ୍ତ ନାଏକ, ରେଞ୍ଜର ପ୍ରଦୀପ ସେଠୀ, ଚାରମାଳ ଫରେଷ୍ଟର ପ୍ରବୀଣ କୁମାର ପ୍ରଧାନ, ବଂଶାଜାଲ ଫରେଷ୍ଟର ବିଜୟ କୁମାର ବିଶ୍ବାଳ ତଥା ଦମକଳ ବାହିନୀ ପ୍ରମୁଖ ବାଘ ଉଦ୍ଧାର କାମରେ ସାହାଯ୍ୟ କରିଥିଲେ।

Related posts