Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟର ଶିଶୁ ସୁରକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ଦିନିକିଆ କର୍ମଶାଳା
ଆଜିର ଖବର

ରାଜ୍ୟର ଶିଶୁ ସୁରକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ଦିନିକିଆ କର୍ମଶାଳା

June 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟର ଶିଶୁ ସୁରକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ଦିନିକିଆ କର୍ମଶାଳା

ଭୁବନେଶ୍ୱର: ଶିଶୁମାନେ ହେଉଛନ୍ତି ସମାଜର ସବୁଠାରୁ ସମ୍ବେଦନଶୀଳ ବର୍ଗ। ସେମାନଙ୍କର ଅଧିକାର ସମୂହର ସୁରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ସମନ୍ୱିତ ପ୍ରୟାସ ଏକାନ୍ତ ଆବଶ୍ୟକ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନସ୍ଥ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ଏକ ଦିନିକିଆ କର୍ମଶାଳାରେ ଅତିଥିମାନେ ମତପ୍ରକାଶ କରିଛନ୍ତି।

ଆଜି ପୂର୍ବାହ୍ନରେ ଅନୁଷ୍ଠିତ ଏହି କର୍ମଶାଳାରେ ଶ୍ରମ ନିର୍ଦ୍ଦେଶକ ଡ. ଏନ୍‌. ତିରୁମାଳା ନାୟକ ଯୋଗଦେଇ କହିଥିଲେ ଯେ ରାଜ୍ୟରେ ଶିଶୁ ଶ୍ରମ ଆଇନ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉଛି। ଯେଉଁଠି ଶିଶୁମାନେ ଅବହେଳିତ ବା ଶୋଷିତ ହେବାର ନଜିର ଆସୁଛି। ଶ୍ରମ ବିଭାଗ ସେମାନଙ୍କୁ ତୁରନ୍ତ ଉଦ୍ଧାର କରୁଛି। ଏହାପରେ ଏହି ଶିଶୁମାନଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଦକ୍ଷତା ବିକାଶ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ଥଇଥାନ କରାଯାଉଛି।

ଓଡ଼ିଶା ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ କହିଥିଲେ ଯେ ସମାଜରେ ତାଙ୍କ ପାଇଁ ଥିବା ଅଧିକାରରୁ ବଞ୍ଚିତ ଶିଶୁମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ପୁଷ୍ଟିସାଧନ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଏଥି ପାଇଁ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଅଧିକ ସଚେତନ କରିବା ଆବଶ୍ୟକ। ଏହା ଦ୍ୱାରା ବିଶେଷ କରି, ଗ୍ରାମାଞ୍ଚଳରେ ହେଉଥିବା ବାଲ୍ୟବିବାହ, ଶିଶୁ ନିର୍ଯାତନାକୁ ରୋକାଯାଇପାରିବ।

ରାଜ୍ୟ ଶିଶୁ ସୁରକ୍ଷା ସମିତିର ଅତିରିକ୍ତ ନିର୍ଦ୍ଦେଶିକା ତଥା ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀମତି ରେଗା ଗୀତାରାଣୀ ପଟ୍ଟନାୟକ ଶିଶୁ ସୁରକ୍ଷା ପାଇଁ ସବୁ ବିଭାଗ ସଂଯୋଜନ ମଡେଲ୍‌ରେ କାମ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶିଷ୍ଟ ଶିଶୁ ସୁରକ୍ଷା ବିଶେଷଜ୍ଞ ତଥା ‘ଦିବ୍ୟଦିଶା’ର ନିର୍ଦ୍ଦେଶକ ଶ୍ରୀ ଇଶିଡ଼ୋର ଫିଲିପ୍‌ ଶିଶୁ ସୁରକ୍ଷା ଓ ବିଭିନ୍ନ ବିଭାଗର ଉତ୍ତରଦାୟିତ୍ୱ ସଂପର୍କରେ ସବିଶେଷ ଆଲୋକପାତ କରିଥିଲେ ।

ରାଜ୍ୟ ଶିଶୁ ସୁରକ୍ଷା ସମିତିର କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ପ୍ରୀତିକାନ୍ତ ପଣ୍ଡା ଶିଶୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର, ଶୋଷଣ, ପୋଷ୍ୟସନ୍ତାନ ଗ୍ରହଣ ପାଇଁ ଥିବା ଆଇନ, ଆଶୀର୍ବାଦ ଯୋଜନା ଓ ରାଜ୍ୟ ସରକାରଙ୍କ ଦ୍ୱାରା ଶିଶୁମାନଙ୍କ ବିକାଶ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ ।

ଏହି କର୍ମଶାଳାରେ ସ୍ୱାସ୍ଥ୍ୟ, ଆଇନ, ସୂଚନା ଓ ଲୋକସଂପର୍କ, ବିଦ୍ୟାଳୟ ଓ ଗଣଶିକ୍ଷା, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଗୃହ, ରାଜସ୍ୱ ଓ ଅନ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଶିଶୁ ସୁରକ୍ଷା ପାଇଁ ନିଜ ନିଜ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ ।

ଶିଶୁ ସୁରକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ସାତଟି ଜିଲ୍ଲାର ଏସପି

August 21, 2025

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଅପରାଧିକ ମାମଲା ବିଲକୁ ନେଇ କଂଗ୍ରେସର କଟାକ୍ଷ

August 21, 2025

୨୦୨୬ ତାମିଲନାଡୁ ନିର୍ବାଚନରେ ​​ଏକାକୀ ଲଢିବ ଟିଭିକେ: ଘୋଷଣା କଲେ ବିଜୟ ଥାଲାପଥୀ

August 21, 2025

କିଟ୍ ଅଞ୍ଚଳରେ ଉଠାଦୋକାନ ଉଚ୍ଛେଦକୁ ତୀବ୍ର ବିରୋଧ

August 21, 2025
Latest News

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ସାତଟି ଜିଲ୍ଲାର ଏସପି

August 21, 2025

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଅପରାଧିକ ମାମଲା ବିଲକୁ ନେଇ କଂଗ୍ରେସର କଟାକ୍ଷ

August 21, 2025

୨୦୨୬ ତାମିଲନାଡୁ ନିର୍ବାଚନରେ ​​ଏକାକୀ ଲଢିବ ଟିଭିକେ: ଘୋଷଣା କଲେ ବିଜୟ ଥାଲାପଥୀ

August 21, 2025

କିଟ୍ ଅଞ୍ଚଳରେ ଉଠାଦୋକାନ ଉଚ୍ଛେଦକୁ ତୀବ୍ର ବିରୋଧ

August 21, 2025

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି, ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ, ଆବେଦନର ଶେଷ ତାରିଖ..

August 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.