Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ୱାକ୍‌-ଇନ୍ ଡ୍ରାଇଭ କରିବ ଏଚସିଏଲ୍ ଟେକ୍‌ନୋଲୋଜିସ୍: ୧୦୦୦ ଫ୍ରେସରଙ୍କୁ ନିଯୁକ୍ତି ଦେବାର ଲକ୍ଷ୍ୟ
ଆଜିର ଖବର

ଓଡ଼ିଶାରେ ୱାକ୍‌-ଇନ୍ ଡ୍ରାଇଭ କରିବ ଏଚସିଏଲ୍ ଟେକ୍‌ନୋଲୋଜିସ୍: ୧୦୦୦ ଫ୍ରେସରଙ୍କୁ ନିଯୁକ୍ତି ଦେବାର ଲକ୍ଷ୍ୟ

June 19, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଏଚସିଏଲ୍ ଟେକ୍‌ନୋଲୋଜି (ଏଚସିଏଲ୍‌), ଏକ ଅଗ୍ରଣୀ ଗ୍ଲୋବାଲ୍  ଟେକ୍‌ନୋଲୋଜି କମ୍ପାନୀ। ଓଡ଼ିଶାର ଛଅଟି ସହରରେ ଏହାର ଫ୍ଲାଗ୍‌ସିପ୍ ପ୍ରାକ୍ କ୍ୟାରିୟର ପ୍ରୋଗ୍ରାମ ‘ଟେକ୍‌-ବି’ ଅନ୍ତର୍ଗତ ୱାକ-ଇନ୍ ଡ୍ରାଇଭର ପରିଚାଳନା ଜୁନ୍ ୧୮ ରୁ ଜୁଲାଇ ୨୩, ୨୦୨୨ ମଧ୍ୟରେ କରୁଛି। ଏହି ୱାକ୍ ଇନ୍ ଡ୍ରାଇଭ୍ ମାଧ୍ୟମରେ ୧୨ଶ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉଛି, ଯଦ୍ୱାରା ସେମାନେ ଆର୍ଥିକ ସ୍ୱାଧୀନତା ହାସଲ କରିପାରିବେ।

ଏଚସିଏଲ୍ ଟେକ୍‌ନୋଲୋଜି କ୍ରମାଗତ ଭାବରେ ଏହାର ସଂପ୍ରସାରଣ ଓ ବୃଦ୍ଧି କରୁଛି ଏବଂ ଏହା ଓଡ଼ିଶାରୁ ୧୦୦୦ ରୁ ଅଧିକ ନୂତନ ପ୍ରତିଭାଙ୍କୁ ଗ୍ରହଣ କରିବାର ଲକ୍ଷ୍ୟ ରଖିଛି। ଟେକ୍‌ବି, ଏଚ୍‌ସିଏଲ୍ ଟେକ୍‌ନୋଲୋଜି ର ପ୍ରାକ୍ କ୍ୟାରିୟର ପ୍ରୋଗ୍ରାମ। ଏହା ହେଉଛି ଏକ କାର୍ଯ୍ୟ ସମନ୍ୱିତ ଉଚ୍ଚ ଶିକ୍ଷା କାର୍ଯ୍ୟକ୍ରମ ଯାହାକି ସରକାରଙ୍କର “ସ୍କିଲ୍ ଇଣ୍ଡିଆ” ମିଶନ୍‌
ଅନ୍ତର୍ଗତ କାର୍ଯ୍ୟ କରିଥାଏ।

ଏଚସିଏଲ୍‌ର ନୂତନ ବ୍ୟକ୍ତି କୌଶଳ ଅନୁସାରେ, ଏହି ପ୍ରୋଗ୍ରାମ ମାଧ୍ୟମରେ ଆଇଟି ଇଞ୍ଜିନିୟରିଂ ନିଯୁକ୍ତି ପ୍ରଦାନ କରାଯାଉଛି ଓ ବଛା ବଛା ୧୦+୨ ଛାତ୍ରମାନଙ୍କୁ ଭବିଷ୍ୟତ ଉପଯୋଗୀ ଦକ୍ଷତା ପ୍ରଦାନ କରାଯାଉଛି।

ଏଚସିଏଲ୍ ଟେକ୍‌-ବି ପ୍ରୋଗ୍ରାମ ଛାତ୍ରମାନଙ୍କୁ ଟେକ୍‌ନିକାଲ୍ ଓ ପେଶାଗତ ଭାବରେ ଏଚସିଏଲ୍‌ରେ ଏଂଟ୍ରି ଲେଭଲ ଆଇଟି ଜବ୍ ପାଇଁ ପ୍ରସ୍ତୁତ କରୁଛି। ଏଥିରେ ଛାତ୍ରମାନଙ୍କୁ ୧୨ ମାସର ତାଲିମ୍ ପ୍ରଦାନ କରାଯାଉଛି। ଛାତ୍ରମାନେ ମଧ୍ୟ ଏଚସିଏଲ୍ ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ପାଇ ପାରିବେ। ଏଚଏସିଏଲ୍‌ ସହିତ କାର୍ଯ୍ୟ କରିବା ସମୟରେ ଛାତ୍ରମାନେ ମଧ୍ୟ ପ୍ରତିଷ୍ଠିତ ପାର୍ଟନର ଅନୁଷ୍ଠାନ ଯଥା ବିଟ୍‌ସ ପିଲାନ,ି ସସ୍ତ୍ର ୟୁନିଭର୍ସିଟି ଓ ଅମିତି ୟୁନିଭର୍ସିଟିରେ ଅଣ୍ଡର ଗ୍ରାଜୁଏଟ୍ ଡିଗ୍ରୀ ପ୍ରୋଗ୍ରାମ ପାଇଁ ନାମାଙ୍କିତ କରିପାରିବେ। ଏକ ବର୍ଷର ଟେକ୍‌-ବି ଟ୍ରେନିଂ ପ୍ରୋଗ୍ରାମ ସମାପ୍ତ କରିବା ପରେ, ଛାତ୍ରମାନେ ଟ.୧.୭୦ -୨.୨୦ ଲକ୍ଷର ବାର୍ଷିକ ବେତନ ପାଇପାରିବେ।

ଏହି କାର୍ଯ୍ୟକ୍ରମର ଅଂଶସ୍ୱରୂପ, ବଛା ବଛା ଛାତ୍ରମାନେ ଏଚସିଏଲ୍ ଟେକ୍‌ନୋଲୋଜିରେ ଏହି ତାଲିମ୍ ସମାପ୍ତ କରିବା ପରେ ଆଶ୍ୱସ୍ତ ନିଯୁକ୍ତି ପାଇପାରିବେ ଯେଉଁଥିରେ କ୍ଲାସରୁମ୍ ଟ୍ରେନିଂ ଓ ଇଂଟର୍ଣ୍ଣସିପ୍ ଅନ୍ତର୍ଭୁକ୍ତ ରହିଛି। ଏହି ଇଂଟର୍ଣ୍ଣସିପରେ ମାସିକ ଟ.୧୦,୦୦୦ ର ଷ୍ଟାଇପେଣ୍ଡ ପ୍ରଦାନ କରାଯିବ।

ସୂଚୀ- ଜିଲ୍ଲା ପରାମର୍ଶ/ ପରୀକ୍ଷା ତାରିଖ ସ୍ଥାନ:

ଭୁବନେଶ୍ୱର: ୧୮ ଜୁନ୍ ୨୨ ସିୱାଇଏସଡ,ି ଇଗନୁ ନିକଟରେ, ଭୁବନେଶ୍ୱର

ରାଉରକେଲା: ୨୫ ଜୁନ୍ ୨୨ କଚେରି ରୋଡ୍‌, ଚନ୍ଦ୍ରପୁର, ଉଦିତ୍ ନଗର, ରାଉରକେଲା, ଓଡ଼ିଶା – ୭୬୯୦୧୨

ବ୍ରହ୍ମପୁର: ୯ ଜୁଲାଇ ୨୨ ଜିଲ୍ଲା ଏମ୍ପଲଏମେଂଟ ଏକ୍ସଚେଞ୍ଜ, ଗଞ୍ଜାମ, ବ୍ରହ୍ମପୁର

ସମ୍ବଲପୁର: ୧୬ ଜୁଲାଇ ୨୨ ଜିଲ୍ଲା ଏମ୍ପଲଏମେଂଟ ଏକ୍ସଚେଞ୍ଜ, ସମ୍ବଲପୁର, ଭୁତପଡ଼ା ଛକ, ଜେଲରୋଡ୍‌, ସମ୍ବଲପୁର

କୋରାପୁଟ: ୨୩ ଜୁଲାଇ ୨୨ ଜିଲ୍ଲା ଏମ୍ପଲଏମେଂଟ ଏକ୍ସଚେଞ୍ଜ, କୋରାପୁଟ୍‌, ଓଡ଼ିଶା

କଟକ: ୨ ଜୁଲାଇ ୨୨ ସତୀଚଉରା, ସିଡଏି ଏରିଆ, କଟକ, ଓଡ଼ିଶା – ୭୫୩୦୧୪

ଯେଉଁ ଛାତ୍ରମାନେ ୨୦୨୧ ରେ ଶ୍ରେଣୀ ୧୨ ସମାପ୍ତ କରିଛନ୍ତି ବା ୨୦୨୨ ରେ ଶ୍ରେଣୀ ୧୨ ପରୀକ୍ଷା ମ୍ୟାଥମେଟିକ୍‌ସ ଓ ବିଜ୍‌ନେସ୍ ମ୍ୟାଥମେଟିକ୍‌ସ ସହିତ ଦେଉଛନ୍ତି ସେମାନେ ଏଥିପାଇଁ ଆବେଦନ କରିପାରିବେ। ଏହି ପ୍ରୋଗ୍ରାମରେ ଜାରି ରଖିବା ପାଇଁ ବଛା ଯାଇଥିବା ଛାତ୍ରମାନେ ୧୨ଶ ଶ୍ରେଣୀ ପରୀକ୍ଷାରେ ୬୦% ରୁ ଅଧିକ ସ୍କୋର କରିବା ଆବଶ୍ୟକ।

ଯୋଗ୍ୟ ଛାତ୍ରମାନଙ୍କୁ ଅନଲାଇନ୍ କ୍ୟାରିୟର ଆପ୍‌ଟିଚ୍ୟୁଡ୍ ଟେଷ୍ଟ (ଏଚସିଏଲ୍ କ୍ୟାଟ୍‌) ଦେବାକୁ ହେବ। ଯେଉଁମାନେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ସେମାନଙ୍କୁ ଇଂଟରଭ୍ୟୁ ଆଲୋଚନା ପାଇଁ ଡକାଯିବ। ଏହାପରେ ଏଚସିଏଲ୍ ଲେଟର ଅଫ୍ ଇଂଟେଟ୍‌/ଅଫର ଲେଟର ପ୍ରଦାନ କରିବ। ଏଚସିଏଲ୍ କ୍ୟାଟ୍ ହେଉଛି ଏକ ଅନଲାଇନ୍ ଆକଳନ ଟେଷ୍ଟ ଯାହାକି କ୍ୱାଂଟିଟେଟିଭ୍ ରିଜନିଂ (ମ୍ୟାଥମେଟିକ୍‌ସ), ଲଜିକାଲ୍ ରିଜନିଂ ଓ ଇଂରାଜୀ ଭାଷାରେ ଆପ୍ଟିଚ୍ୟୁଡ୍‌କୁ ଚେକ କରିଥାଏ।

ଏହି ତାଲିମ୍ କାର୍ଯ୍ୟକ୍ରମ ପାଇଁ ଫି ହେଉଛି ଟ.୧୦୦,୦୦୦+ ଟିକସ। ଏହି ଟ୍ୟୁସନ ଫି ପାଇଁ ଲୋନ୍ ସୁବିଧା ପାର୍ଟନର ଆର୍ଥିକ ଅନୁଷ୍ଠାନ ଦ୍ୱାରା ପ୍ରଦାନ କରାଯାଉଛି ଯାହାକୁ ଇଏମଆଇ ଦ୍ୱାରା ପରିଶୋଧ କରାଯାଇପାରିବ।

ଅଧିକ ସୂଚନା ପାଇଁ, ପରିଦର୍ଶନ କରନ୍ତୁ : www.hcltechbee.com.

ଏହି ଅବସରରେ ସୁବାରମଣ୍ ବି, ଭାଇସ୍ ପ୍ରେସିଡେଂଟ, ଏଚସିଏଲ୍ ଟେକ୍‌ନୋଲୋଜି କହିଛନ୍ତି ଯେ, “ସର୍ବୋତ୍ତମ ପ୍ରତିଭାକୁ ଆହରଣ କରିବା ପାଇଁ ଟେକ୍ ବି କୁ ୨୦୧୭ ରେ ଆରମ୍ଭ କରାଯାଇଥିଲା, ଯଦ୍ୱାରା ସେମାନେ ସେମାନଙ୍କର କ୍ୟାରିୟରର ଆରମ୍ଭରେ ଆର୍ଥିକ ସ୍ୱାଧୀନତା ଲାଭ କରିପାରିବେ। ଏପର୍ଯ୍ୟନ୍ତ ୭୦୦୦ ଛାତ୍ରମାନଙ୍କୁ ଟେକ୍ ବି କାର୍ଯ୍ୟକ୍ରମ ପାଇଁ
ବଛା ଯାଇଛି ଓ ସେମାନେ ଏଚସିଏଲ୍ ସହିତ ବିଭିନ୍ନ କ୍ୟାରିୟର ଯାତ୍ରାରେ ସାମିଲ୍  ହୋଇଛନ୍ତି।

ଆମେ ଓଡ଼ିଶା ଓ ଏହାର ଆଖପାଖରର ଛାତ୍ରମାନଙ୍କ ଠାରେ ଅନେକ ପ୍ରତିଭା ଓ ଆଗ୍ରହକୁ ଦେଖିବାକୁ ପାଇଛୁ। ଏହି କାରଣରୁ ଆମେ ଏଠାରେ ୱାକ୍‌-ଇନ୍‌ ଡ୍ରାଇଭ୍ କରବା ପାଇଁ ବାଛିଛୁ।

ଓଡିଶା
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇଟି ବମ୍ବେରେ ‘ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

March 22, 2026

ଅହମ୍ମଦାବାଦରେ ଓଡ଼ିଆ ପ୍ରବାସୀ ସମ୍ମିଳନୀ ‘ଓଡ଼ିଶା ପର୍ବ’ର ଦ୍ବିତୀୟ ଦିନ,ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

March 22, 2026

ଦେଶରେ ତୈଳ, ଗ୍ୟାସ ବିଦ୍ୟୁତ ଶକ୍ତିର ସ୍ଥିତି ସଂପର୍କରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି

March 22, 2026

ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

March 22, 2026
Latest News

ଆଇଆଇଟି ବମ୍ବେରେ ‘ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

March 22, 2026

ଭାରତୀୟ ରେଳବାଇ ଲୋକୋ ଓ ଟ୍ରାଫିକ୍ କର୍ମଚାରୀଙ୍କ ବର୍ଦ୍ଧିତ ଭତ୍ତାରେ ହେଲା ସଂଶୋଧନ

March 22, 2026

ଅହମ୍ମଦାବାଦରେ ଓଡ଼ିଆ ପ୍ରବାସୀ ସମ୍ମିଳନୀ ‘ଓଡ଼ିଶା ପର୍ବ’ର ଦ୍ବିତୀୟ ଦିନ,ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

March 22, 2026

ଦେଶରେ ତୈଳ, ଗ୍ୟାସ ବିଦ୍ୟୁତ ଶକ୍ତିର ସ୍ଥିତି ସଂପର୍କରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି

March 22, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ରେକର୍ଡ, ଶାସନ କ୍ଷମତା ଶୀର୍ଷରେ ରହିବାର ହେଲା ୮,୯୩୧ ଦିନ

March 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.