
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨ ହଜାର ୭୮୧ ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛିନ୍ତି। ଭାରତରେ ସକ୍ରିୟ ମାମଲା ବର୍ତ୍ତମାନ ୭୬ ହଜାର ୭୦୦ରେ ପହଞ୍ଚିଛି। ଏଥିସହ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୮ ହଜାର ୫୩୭ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହା ସହିତ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ୪ କୋଟି ୨୭ ଲକ୍ଷ ୭ ହଜାର ୯୦୦ କୁ ବୃଦ୍ଧି ପାଇଛି।