
ନୂଆଦିଲ୍ଲୀ: ଜୁନ୍ ୨୦ ତାରିଖରେ ରାଜ୍ୟରେ ଆତଙ୍କବାଦୀଙ୍କ ସଂଖ୍ୟା ସମ୍ପର୍କରେ ଜମ୍ମୁ କାଶ୍ମୀର ପୋଲିସ ସୂଚନା ଦେଇଛି। ପୋଲିସର ସୂଚନାନୁସାରେ, ଚଳିତ ବର୍ଷ କାଶ୍ମୀରରେ ୩୨ ଜଣ ବିଦେଶୀ ଆତଙ୍କବାଦୀଙ୍କୁ ମିଶାଇ ୧୧୪ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହିତ ଗତ ୨୪ ଘଣ୍ଟା ମଧ୍ୟରେ ହତ୍ୟା କରାଯାଇଥିବା ୭ ଜଣ ଆତଙ୍କବାଦୀଙ୍କ ବିଷୟରେ ମଧ୍ୟ ପୋଲିସ ମଧ୍ୟ କହିଛି।
କାଶ୍ମୀରର ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍ (ଆଇଜିପି) ବିଜୟ କୁମାର କହିଛନ୍ତି ଯେ ଚଳିତ ବର୍ଷ କାଶ୍ମୀର ଉପତ୍ୟକାରେ ୩୨ ଜଣ ବିଦେଶୀ ଆତଙ୍କବାଦୀଙ୍କ ସମେତ ମୋଟ ୧୧୪ ଆତଙ୍କବାଦୀ ନିହତ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ କାଶ୍ମୀରରେ ୭ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ୭ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ କୁପୱାରା, କୁଲଗାମରେ ୨ ଜଣ ଏବଂ ପୁଲୱାମାରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।