ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ଅନନ୍ୟ ଉଦାହରଣ, ରାମ ମନ୍ଦିର ନିର୍ମାଣ ପାଇଁ ୨୫ ଲକ୍ଷ ଦାନ କଲେ ମୁସଲିମ ସରପଞ୍ଚ

Published: Jun 23, 2022, 1:23 pm IST

ନୂଆଦିଲ୍ଲୀ: ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ଏକ ନିଆରା ଉଦାହରଣ ତେଲେଙ୍ଗାନାରେ ସ୍ଥାପିତ ହୋଇଛି। ଖମ୍ମମ ଜିଲ୍ଲାରେ ଧାର୍ମିକ ସୌହାର୍ଦ୍ଦ୍ୟ ଏବଂ ଶାନ୍ତିର ଏକ ଉଦାହରଣ ଉପସ୍ଥାପନ କରି ତେଲେଙ୍ଗାନାର ଗ୍ରାମୀଣ ସରପଞ୍ଚ ପ୍ରଭୁ ଶ୍ରୀ ରାମଙ୍କ ଏକ ବିଶାଳ ମନ୍ଦିର ପ୍ରସ୍ତୁତ କରିଛନ୍ତି। ମୁସଲିମ ସରପଞ୍ଚ ଖମ୍ମମ ଜିଲ୍ଲାର ରଘୁନାଦପାଲମ ମଣ୍ଡଳର ବୁଦିଦମ୍ପାଡୁ ଗ୍ରାମରେ ୫୦ ଲକ୍ଷ ଟଙ୍କାରେ ପ୍ରଭୁ ରାମଙ୍କ ମନ୍ଦିର ନିର୍ମାଣ କରିଛନ୍ତି। ମୁସଲିମ ସରପଞ୍ଚଙ୍କ ଏହି କାର୍ଯ୍ୟକୁ ସବୁଠାରେ ପ୍ରଶଂସା କରାଯାଉଛି।

ଖମ୍ମମ ଜିଲ୍ଲାର ବୁଦିଦମ୍ପାଡୁ ଗାଁର ସରପଞ୍ଚ ଶେଖ ମୀରା ସାହେବ ନିଜେ ଶ୍ରୀ ରାମ ମନ୍ଦିର ନିର୍ମାଣ ପାଇଁ ୨୫ ଲକ୍ଷ ଟଙ୍କା ଦାନ କରିଥିବାବେଳେ ସେ ଅବଶିଷ୍ଟ ୨୫ ଲକ୍ଷ ଟଙ୍କା ଦାନରେ ଜମା କରି ରାମଙ୍କ ଏକ ଭବ୍ୟ ମନ୍ଦିର ପ୍ରସ୍ତୁତ କରିଛନ୍ତି।

Related posts