Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଘାତପ୍ରାପ୍ତ, ଅସୁସ୍ଥ ଓ ପରିଣତ ବୟସ୍କ ହାତୀମାନଙ୍କ ଯତ୍ନ ନେଉଛି ରାଧେ କ୍ରିଷ୍ଣ ମନ୍ଦିର ହସ୍ତୀ କଲ୍ୟାଣ ଟ୍ରଷ୍ଟ
ଆଜିର ଖବର

ଆଘାତପ୍ରାପ୍ତ, ଅସୁସ୍ଥ ଓ ପରିଣତ ବୟସ୍କ ହାତୀମାନଙ୍କ ଯତ୍ନ ନେଉଛି ରାଧେ କ୍ରିଷ୍ଣ ମନ୍ଦିର ହସ୍ତୀ କଲ୍ୟାଣ ଟ୍ରଷ୍ଟ

June 23, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରାଧେ କ୍ରିଷ୍ଣ ମନ୍ଦିର ହସ୍ତୀ କଲ୍ୟାଣ ଟ୍ରଷ୍ଟ (ଆରକେଟିଇଡବ୍ଲ୍ୟୁଟି) ଗୁଜରାଟ ଚାରିଟେବଲ ଟ୍ରଷ୍ଟ ଆଇନ, ୧୯୫୦ ଅଧୀନରେ ପଞ୍ଜିକୃତ ଏକ ପବ୍ଲିକ ଚାରିଟେବଲ ଟ୍ରଷ୍ଟ। ଏହି ଟ୍ରଷ୍ଟର ଉଦ୍ଦେଶ୍ୟ ହେଉଛି ଆଶ୍ରୟ ସ୍ଥଳୀ ସ୍ଥାପନ ଏବଂ ଉଦ୍ଧାର କରାଯାଉଥିବା, ଆଘାତପ୍ରାପ୍ତ, ଅସୁସ୍ଥ, ପରିଣତ ବୟସରେ ପହଞ୍ଚିଥିବା, ମାନବ-ପ୍ରାଣୀ ସଂଘର୍ଷର ଶିକାର ହୋଇଥିବା, ମାନବୀୟ ଅପବ୍ୟବହାର ଶିକାର ହୋଇଥିବା ଅଥବା ପରିତ୍ୟକ୍ତ ଭାବରେ ଛାଡି ଦିଆଯାଇଥିବା ପ୍ରାଣୀମାନଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ଯୋଗାଇଦେଇ ପ୍ରାଣୀଙ୍କର କଲ୍ୟାଣକୁ ପ୍ରୋତ୍ସାହିତ କରିବା।

ଦାତାମାନଙ୍କ ନିକଟରୁ ଏହି ଟ୍ରଷ୍ଟକୁ ଅନେକ ହାତୀ ମିଳିଛି, ଯେପରିକି ସର୍କସ, ମନ୍ଦିର ଏବଂ ବ୍ୟକ୍ତିବିଶେଷଙ୍କ ନିକଟରେ ଥିବା ହାତୀ, ଯେଉଁମାନଙ୍କ ନିକଟରେ ହାତୀଙ୍କର ଯତ୍ନ ନେବାକୁ ଆର୍ଥିକ ସମ୍ବଳ ନାହିଁ। ହାତୀମାନଙ୍କୁ ଯତ୍ନ ଯୋଗାଇଦେବା ସହିତ ଏହି ଟ୍ରଷ୍ଟ ମାହୁନ୍ତ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ମଧ୍ୟ ଉତ୍ତମ ଜୀବନ ଯାପନ ସୁବିଧା ଯୋଗାଇ ଦେଉଛି, ଯେଉଁମାନେ ହାତୀମାନଙ୍କ ସହିତ ଆସିଥିଲେ।

ହାତୀ ଦାନ କରିବା ଏବଂ ସେମାନଙ୍କୁ ରାଜ୍ୟ ମଧ୍ୟରେ ଆରକେଟିଇଡବ୍ଲ୍ୟୁଟିକୁ ହସ୍ତାନ୍ତର କରିବା ଅଥବା ଆନ୍ତଃରାଜ୍ୟ ସ୍ଥାନାନ୍ତରଣ ନିମନ୍ତେ ଅନୁଦାନ ଯୋଗାଇବା ନିମନ୍ତେ ଅନୁରୋଧ ସକାଶେ ବନ୍ୟପ୍ରାଣୀ (ସୁରକ୍ଷା) ଆଇନ, ୧୯୭୨ ଅଧୀନରେ ରହିଥିବା ବ୍ୟବସ୍ଥା ମୁତାବକ ସମସ୍ତ କାଗଜପତ୍ର ହାତୀ ଦାତାମାନଙ୍କ ନିମନ୍ତେ ଉପଲବ୍ଧ ରହିଛି।

ହାତୀ ଦାନ କରାଯାଉଥିବା ରାଜ୍ୟର ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ (ସିଡବ୍ଲୁଏଲଡବ୍ଲ୍ୟୁ) ପ୍ରତ୍ୟେକଟି ସ୍ଥାନାନ୍ତରଣ ନିମନ୍ତେ ସିଡବ୍ଲ୍ୟୁଏଲଡବ୍ଲ୍ୟୁ, ଗୁଜରାଟ ନିକଟରୁ ଆପତ୍ତି ନଥିବା ପ୍ରମାଣପତ୍ର (ଏନ୍‍ଓସି) ପ୍ରତ୍ୟକ୍ଷ ଭାବରେ ଲୋଡିଥାନ୍ତି। ସିଡବ୍ଲ୍ୟୁଏଲଡବ୍ଲ୍ୟୁ, ଗୁଜରାଟଙ୍କ ନିକଟରୁ ଏନ୍‍ଓସି ପ୍ରାପ୍ତ ହେବାପରେ ସଂପୃ୍‍କତ ରାଜ୍ୟର ସିଡବ୍ଲ୍ୟୁଏଲଡବ୍ଲ୍ୟୁଙ୍କ ପକ୍ଷରୁ ହାତୀ ପରିବହନ ନିମନ୍ତେ ଦାତାଙ୍କୁ ଅନୁମତି ପତ୍ର ଜାରି କରାଯାଇଥାଏ।

କୌଣସି କ୍ଷେତ୍ରରେ ଟ୍ରଷ୍ଟ ଜଙ୍ଗଲ ବିଭାଗ ନିକଟରୁ ଅନୁମତି ହାସଲ କରିବାରେ ସଂପୃକ୍ତ ନଥାଏ। ତେବେ ହାତୀର ମାଲିକ ଯେତେବେଳେ ପରିବହନ ଖର୍ଚ୍ଚ ବହନ କରିବାକୁ ଅସମର୍ଥ ହୁଅନ୍ତି ଅଥବା ତାଙ୍କ ନିକଟରେ ହାତୀ ପରିବହନ ସକାଶେ ଲୋକବଳ ଏବଂ ସମ୍ବଳ ନଥାଏ ସେକ୍ଷେତ୍ରରେ ଟ୍ରଷ୍ଟ ପ୍ରାଣୀଙ୍କର ପରିବହନ ନିମନ୍ତେ ସହାୟତା ଯୋଗାଇ ଦେଇଥାଏ। ଟ୍ରଷ୍ଟ ପକ୍ଷରୁ ହାତୀଙ୍କର କଲ୍ୟାଣ ନିମନ୍ତେ ସମସ୍ତ କାର୍ଯ୍ୟକ୍ରମ ବୈଜ୍ଞାନିକ ପଦ୍ଧତିରେ ପରିଚାଳନା କରାଯାଇଥାଏ। ଟ୍ରଷ୍ଟ ପକ୍ଷରୁ କରାଯାଉଥିବା କାର୍ଯ୍ୟ ସମ୍ଭବତଃ ଭାରତରେ ଏହି ଧରଣର ଏକମାତ୍ର ଅଟେ, ଯାହାକୁ ସମ୍ମାନନୀୟ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ ନିକଟରେ ପ୍ରଶଂସା କରିଛନ୍ତି।

ଅସୁସ୍ଥ ଆଘାତପ୍ରାପ୍ତ ପରିଣତ ବୟସ୍କ ରାଧେ କ୍ରିଷ୍ଣ ମନ୍ଦିର ହସ୍ତୀ କଲ୍ୟାଣ ଟ୍ରଷ୍ଟ ହାତୀମାନଙ୍କ ଯତ୍ନ
Share. Facebook Twitter LinkedIn Email WhatsApp Copy Link

Related Posts

ଏନ୍‌ସିଇଆରଟି ଅଷ୍ଟମ ଶ୍ରେଣୀ ଦ୍ୱିତୀୟ ଖଣ୍ଡରେ ପାଇକବିଦ୍ରୋହର ବିସ୍ତୃତ ଅଧ୍ୟାୟ

July 23, 2025

ଖଣ୍ଡା ଚୋଟରେ ପରିବା ବ୍ୟବସାୟୀ ଗୁରୁତର

July 23, 2025

ଆଜି ଜୁଲାଇ ୨୩ ତାରିଖ ବୁଧବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

July 23, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025
Latest News

ଏନ୍‌ସିଇଆରଟି ଅଷ୍ଟମ ଶ୍ରେଣୀ ଦ୍ୱିତୀୟ ଖଣ୍ଡରେ ପାଇକବିଦ୍ରୋହର ବିସ୍ତୃତ ଅଧ୍ୟାୟ

July 23, 2025

ଜିଲ୍ଲାପାଳ ସ୍ତରରେ ଅଦଳବଦଳ, ଚଞ୍ଚଳ ରଣା ହେଲେ ବିଏମସି କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ ହେଲେ…..

July 23, 2025

ଖଣ୍ଡା ଚୋଟରେ ପରିବା ବ୍ୟବସାୟୀ ଗୁରୁତର

July 23, 2025

ଆଜି ଜୁଲାଇ ୨୩ ତାରିଖ ବୁଧବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

July 23, 2025

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.