ଭୁବନେଶ୍ବର: ଆଜି ରାଜ୍ୟ ବିଜେପିର ବିଧାୟକଗଣ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ସେମାନେ ଆଜି ସଂଧ୍ୟାରେ ବିମାନ ଯୋଗେ ନୂଆଦିଲ୍ଲୀ ଯାଇଛନ୍ତି। ସେଠାରେ ସେମାନେ ଓଡିଶା ଭବନରେ ରହିବେ। ଆସନ୍ତାକାଲି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀପତ୍ରରେ ପ୍ରସ୍ତାବକ ରହିବେ। ରାଷ୍ଟ୍ରୀୟ କାର୍ଯ୍ୟାଳୟରୁ ଏହି ନିର୍ଦ୍ଦେଶ ଆସିବା ପରେ ସମସ୍ତେ ଦିଲ୍ଲୀ ଗସ୍ତ କରିଛନ୍ତି।
ଯେଉଁ ଆଠଜଣ ବିଧାୟକ ଗୋଟିଏ ଦଫାରେ ଯାଇଛନ୍ତି ସେମାନେ ହେଲେ କୁସୁମ ଟେଟେ, ଜୟ ନାରାୟଣ ମିଶ୍ର, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ପ୍ରକାଶ ସୋରେନ, ମୋହନ ମାଝି, ଡ. ବୁଦ୍ଧନ ମୁର୍ମୁ, ଜୟନ୍ତ ଷଡ଼ଙ୍ଗୀ, ନବ ଚରଣ ମାଝି ପ୍ରମୁଖ ।