ପ୍ରଖ୍ୟାତ ସାହିତ୍ୟିକ ଗୌରହରି ଦାସ ପାଇବେ ଅନୁବାଦ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

Published: Jun 24, 2022, 7:52 pm IST

ଭୁବନେଶ୍ବର: ପ୍ରଖ୍ୟାତ ସାହିତ୍ୟିକ ତଥା ସାମ୍ବାଦିକ ଗୌରହରି ଦାସ ପାଇବେ 2021 ମସିହାର ଅନୁବାଦ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ଏ ନେଇ ଆଜି ଏକାଡେମୀ ବିଚାରକ ମଣ୍ଡଳୀ ଘୋଷଣା କରିଛନ୍ତି। ତାଙ୍କ ଦ୍ବାରା ଅନୁବାଦିତ ପୁସ୍ତକ ‘ଛେଳି ଚରାଇବାର ଦିନ’ ପାଇଁ ସେ ଏହି ପୁରସ୍କାର ପାଇବେ।

ଗୌରହରି ମାଲୟାଲମ ଭାଷାରୁ ଏହି ପୁସ୍ତକ ଓଡିଆରେ ଅନୁବାଦ କରିଛନ୍ତି। ଏହାର ମୂଳ ଲେଖକ ହେଉଛନ୍ତି ମାଲୟାଲମ ସାହିତ୍ୟର ପ୍ରଖ୍ୟାତ ସାହିତ୍ୟିକ ବେନିୟାମିନ। ଏକ ଗରିବ ଘରର ପିଲାର କାହାଣୀ ନେଇ ଏହି ପୁସ୍ତକ କଥା ଗତିଶିଳ ହୋଇଛି। ଏହି ଖବର ଜଣାପଡିବା ପରେ ଓଡିଆ ସାହିତ୍ୟ ଜଗତର ବହୁ ଲେଖକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Related posts