
ନୂଆଦିଲ୍ଲୀ: ଭାରତରେ କ୍ରମାଗତ ଭାବେ ବଢୁଥିବା କରୋନା ସଂକ୍ରମଣରେ ହ୍ରାସ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୧୭ ହଜାର ୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଗୁରୁବାର ତୁଳନାରେ ଆଜି ସଂକ୍ରମଣ ସଂଖ୍ୟା ୯.୩ ପ୍ରତିଶତ ହ୍ରାସ ଘଟିଛି।
ବର୍ତ୍ତମାନ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୭ ହଜାର ୧୮୯ ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମଣ ହେତୁ ୨୩ ଜଣଙ୍କର ମୃତ୍ୟୁ ଘଟିଛି।
Tags: ଆକ୍ରାନ୍ତ ଚିହ୍ନଟ, କରୋନା ସଂକ୍ରମଣ