Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ବଲପୁର ରେଳ ମଣ୍ଡଳରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ: ବାତିଲ ହେଲା ଏହିସବୁ ଟ୍ରେନ
ଆଜିର ଖବର

ସମ୍ବଲପୁର ରେଳ ମଣ୍ଡଳରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ: ବାତିଲ ହେଲା ଏହିସବୁ ଟ୍ରେନ

July 4, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ସମ୍ବଲପୁର ରେଳ ମଣ୍ଡଳରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ କେତେଗୁଡିଏ ଟ୍ରେନକୁ ବାତିଲ, ସାମୟିକ ବାତିଲ ମାର୍ଗ ପରିବର୍ତ୍ତନ ଏବଂ ଆଂଶିକ ବାତିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାସହିତ ଟିଟିଲାଗଡ ଓ ସିକିରି ମଧ୍ୟରେ ଦୋହରୀକରଣ କାର୍ଯ୍ୟ ଏବଂ କେସିଙ୍ଗା ଷ୍ଟେସନ ମଧ୍ୟରେ ତୃତୀୟ ଲାଇନ କାର୍ଯ୍ୟକ୍ଷମ ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ମଧ୍ୟ ଟ୍ରେନ ସେବାରେ ବାଧାପ୍ରାପ୍ତ ହେବ। ଆସନ୍ତୁ ଜାଣିବା ଅହି କାର୍ଯ୍ୟ ପାଇଁ କେଉଁ ଟ୍ରେନ ଗୁଡିକ ବାତିଲ ସାମୟିକ ବାତିଲ ମାର୍ଗ ପରିବର୍ତ୍ତନ ଏବଂ ଆଂଶିକ ବାତିଲ୍ ହେବ।

ସାମୟିକ ବାତିଲ ହେବାକୁ ଥିବା ଟ୍ରେନଗୁଡିକ ହେଲା:

01. 18107 ରାଉରକେଲା-ଜଗଦଲପୁର ଇଣ୍ଟର ସିଟି ଏକ୍ସପ୍ରେସ ରାଉରକେଲା ଠାରୁ 6 ରୁ 16 ଜୁଲାଇ, 2022 ପର୍ଯ୍ୟନ୍ତ।

02. 18108 ଜଗଦଲପୁର-ରାଉରକେଲା ଇଣ୍ଟର ସିଟି ଏକ୍ସପ୍ରେସ ଜଗଦଲପୁରରୁ 7 ରୁ 17 ଜୁଲାଇ, 2022 ପର୍ଯ୍ୟନ୍ତ।

03. 18301 ସମ୍ବଲପୁର-ରାୟଗଡା ଇଣ୍ଟର ସିଟି ଏକ୍ସପ୍ରେସ ସମ୍ବଲପୁର ଠାରୁ 10 ରୁ 17 ଜୁଲାଇ 2022 ପର୍ଯ୍ୟନ୍ତ।

04. 18302 ରାୟଗଡା-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ ରାୟଗଡା ଠାରୁ 10 ରୁ 17 ଜୁଲାଇ, 2022 ପର୍ଯ୍ୟନ୍ତ।

05. 17481 ବିଳାସପୁର-ତିରୁପତି ଏକ୍ସପ୍ରେସ ବିଳାସପୁର ଠାରୁ 9, 12 ଏବଂ 16 ଜୁଲାଇ, 2022।

06. 17482 ତିରୁପତି-ବିଳାସପୁର ଏକ୍ସପ୍ରେସ ତିରୁପତି ଠାରୁ 7, 10 ଏବଂ 14 ଜୁଲାଇ, 2022।

07. 18425 ପୁରୀ-ଦୁର୍ଗ ଏକ୍ସପ୍ରେସ ପୁରୀ ଠାରୁ 11 ରୁ 17 ଜୁଲାଇ, 2022 ପର୍ଯ୍ୟନ୍ତ।

08. 18426 ଦୁର୍ଗ-ପୁରୀ ଏକ୍ସପ୍ରେସ ଦୁର୍ଗ ଠାରୁ 11 ରୁ 17 ଜୁଲାଇ, 2022 ପର୍ଯ୍ୟନ୍ତ।

09. 08263/08264 ଟିଟିଲାଗଡ-ବିଲାସପୁର-ଟିଟିଲାଗଡ ପାସେଞ୍ଜର ସ୍ପେଶାଲ 7 ରୁ 17 ଜୁଲାଇ, 2022 ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ବାତିଲ।

10. 08527/08528 ରାୟପୁର-ବିଶାଖାପାଟନମ୍-ରାୟପୁର ପାସେଞ୍ଜର ସ୍ପେଶାଲ 7 ରୁ 17 ଜୁଲାଇ, 2022 ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ବାତିଲ।

ସମ୍ବଲପୁର-ଟିଟିଲାଗର-ବିଜୟନଗରମ ମାର୍ଗ ପରିବର୍ତ୍ତେ ସମ୍ୱଲପୁର ଏବଂ ଇବ ମାର୍ଗଦେଇ ଚଳାଚଳ କରିବାକୁ ଥିବା ଟ୍ରେନ୍:

A. 12145/12146 ଏଲଟିଟି-ପୁରୀ-ଏଲଟିଟି ଏକ୍ସପ୍ରେସ 10 ଜୁଲାଇରେ ଏଲଟିଟିରୁ ଏବଂ 12 ଜୁଲାଇ, 2022 ରେ ପୁରୀରୁ।

B. 22827/22828 ପୁରୀ-ସୁରଟ-ପୁରୀ ଏକ୍ସପ୍ରେସ ପୁରୀରୁ 10 ଜୁଲାଇରେ ଏବଂ ସୁରଟରୁ 12 ଜୁଲାଇ, 2022 ରେ।

C. 12993/12994 ଗାନ୍ଧିଧାମ-ପୁରୀ-ଗାନ୍ଧିଧାମ ଏକ୍ସପ୍ରେସ୍ ଗାନ୍ଧିଧାମ ଠାରୁ 8 ଓ 15 ଜୁଲାଇରେ ଏବଂ ପୁରୀରୁ 11 ଓ 18 ଜୁଲାଇ, 2022 ରେ।

D. 20861/20862 ପୁରୀ-ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ ପୁରୀଠାରୁ 6 ଓ13 ଜୁଲାଇରେ ଏବଂ ଅହମ୍ମଦାବାଦରୁ 8 ଓ 15 ଜୁଲାଇରେ।

E. 20823/20824 ପୁରୀ-ଅଜମେର-ପୁରୀ ଏକ୍ସପ୍ରେସ ପୁରୀ ଠାରୁ 7, 11 ଏବଂ 14 ଜୁଲାଇ, 2022 ରେ ଏବଂ ଅଜମେର ଠାରୁ 7, 12 ଏବଂ 14 ଜୁଲାଇ, 2022 ରେ।

ସମ୍ବଲପୁର-ଟିଟିଲାଗର-ବିଜୟନଗରମ ମାର୍ଗ ପରିବର୍ତ୍ତେ ଜେରୋଲି-କେନ୍ଦୁଝର ନୟାଗଡ଼-କଟକ-ବିଜୟନଗରମ ମାର୍ଗ ଦେଇ ଚଳାଚଳ କରିବାକୁ ଥିବା ଟ୍ରେନ୍:

18189/18190 ଟାଟା-ଏର୍ଣ୍ଣାକୁଲମ-ଟାଟା ଏକ୍ସପ୍ରେସ ଟାଟା ଠାରୁ 7, 10, 14 ଏବଂ 17 ଜୁଲାଇ, 2022 ରେ ଏବଂ ଏର୍ଣ୍ଣାକୁଲମ ଠାରୁ 6, 10, 13 ଏବଂ 17 ଜୁଲାଇ, ୨୦୧୨ ରେ।

ଆଂଶିକ ବାତିଲ ହେବାକୁ ଥିବା ଟ୍ରେନଗୁଡିକ:

18005/18006 ହାଓଡ଼ା-ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ହାଓଡ଼ା ଠାରୁ 6 ରୁ 16 ଜୁଲାଇ, 2022 ପର୍ଯ୍ୟନ୍ତ ଏବଂ ଜଗଦଲପୁରରୁ 7 ରୁ 17 ଜୁଲାଇ, 2022 ପର୍ଯ୍ୟନ୍ତ ହାଓଡ଼ା ଓ ସମ୍ବଲପୁର ମଧ୍ୟରେ ଚଳାଚଳ କରିବ ଏବଂ ଉଭୟ ପାର୍ଶ୍ୱରୁ ସମ୍ବଲପୁର ଓ ଜଗଦଳପୁର ମଧ୍ୟରେ ବାତିଲ ରହିବ।

12871/12872 ହାଓଡ଼ା-ଟିଟିଲାଗଡ଼/କଣ୍ଟାବାଞ୍ଜି-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ହାଓଡ଼ା ଠାରୁ 7 ରୁ 17 ଜୁଲାଇ, 2022 ଏବଂ ଟିଟିଲାଗଡ଼/କଣ୍ଟାବାଞ୍ଜି ରୁ 8 ରୁ 18 ଜୁଲାଇ, 2022 ମଧ୍ୟରେ ହାଓଡ଼ା ଓ ବଲାଙ୍ଗୀର ମଧ୍ୟରେ ଚଳାଚଳ କରିବ ଏବଂ ଉଭୟ ପାର୍ଶ୍ୱରୁ ବଲାଙ୍ଗୀର ଓ ଟିଟିଲାଗଡ଼/କଣ୍ଟାବାଞ୍ଜି ମଧ୍ୟରେ ବାତିଲ ରହିବ।

Share. Facebook Twitter LinkedIn Email WhatsApp Copy Link

Related Posts

ଦୈନନ୍ଦିନ ଜୀବନଶୈଳୀକୁ ପରିବର୍ତ୍ତନ କରିବାର ଉପାୟ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୦ ଟି ବଡ଼ ପଦକ୍ଷେପ

September 16, 2025

ଦୁଷ୍କର୍ମରେ ଓଡିଶା ପାଲଟିଲା ମଣିପୁର, ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍

September 16, 2025

ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନରେ ଆଦିତ୍ୟ ବିର୍ଲା ଗ୍ରୁପ ରାଜ୍ୟ ସରକରଙ୍କ ଠାରୁ ପାଇଲା ପୁରସ୍କାର

September 16, 2025

ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଭେଟିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ

September 16, 2025
Latest News

ଦୈନନ୍ଦିନ ଜୀବନଶୈଳୀକୁ ପରିବର୍ତ୍ତନ କରିବାର ଉପାୟ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୦ ଟି ବଡ଼ ପଦକ୍ଷେପ

September 16, 2025

ଦୁଷ୍କର୍ମରେ ଓଡିଶା ପାଲଟିଲା ମଣିପୁର, ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍

September 16, 2025

ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନରେ ଆଦିତ୍ୟ ବିର୍ଲା ଗ୍ରୁପ ରାଜ୍ୟ ସରକରଙ୍କ ଠାରୁ ପାଇଲା ପୁରସ୍କାର

September 16, 2025

ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଭେଟିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ

September 16, 2025

୧୮ ରୁ ବିଧାନସଭାର ମୌସୁମୀ ଅଧିବେଶନ: ସର୍ବଦଳୀୟ ବୈଠକରେ ସହଯୋଗ ଲୋଡିଲେ ବାଚସ୍ପତି

September 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.