ଭୁବନେଶ୍ବର: ପୁଣିଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରାଜ୍ୟରେ ୨୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୩୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୩୩୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୫୩ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୯୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୪୩ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ବାଲେଶ୍ଵର ଜିଲ୍ଲାରୁ- ୨
ଭଦ୍ରକ ଜିଲ୍ଲାରୁ- ୨
କଟକ ଜିଲ୍ଲାରୁ- ୭୦
ଜଗତସିଂହପୁର ଜିଲ୍ଲାରୁ- ୬
ଯାଜପୁର ଜିଲ୍ଲାରୁ- ୨
କଳାହାଣ୍ଡି ଜିଲ୍ଲାରୁ- ୩
ଖୋର୍ଦ୍ଧା ଜିଲ୍ଲାରୁ- ୧୮୭
କୋରାପୁଟ ଜିଲ୍ଲାରୁ- ୩
ମୟୂରଭଞ୍ଜ ଜିଲ୍ଲାରୁ- ୨
ନୟାଗଡ ଜିଲ୍ଲାରୁ- ୨
ନୂଆପଡା ଜିଲ୍ଲାରୁ- ୪
ପୁରୀ ଜିଲ୍ଲାରୁ- ୨
ରାୟଗଡା ଜିଲ୍ଲାରୁ- ୧
ସମ୍ବଲପୁର ଜିଲ୍ଲାରୁ- ୭
ସୋନପୁର ଜିଲ୍ଲାରୁ- ୧
ସୁନ୍ଦରଗଡ ଜିଲ୍ଲାରୁ- ୩
ଷ୍ଟେଟ ପୁଲରୁ- ୩୭
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୧ ହଜାର ୧୧୭ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୦ ହଜାର ୨୪୩ ଏବଂ ବର୍ତ୍ତମାନ ୧୬୯୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।