ଓଡିଶା ଆସିବେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

Published: Jul 5, 2022, 5:52 pm IST

ଭୁବନେଶ୍ବର: ଓଡିଶା ଆସିବେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ସେ ଆସନ୍ତା ଆଠ ତାରିଖ ଶୁକ୍ରବାର ଦିନ ଭୁବନେଶ୍ବର ପହଞ୍ଚିବେ ବୋଲି ଜଣାପଡିଛି। ତାଙ୍କର ଆସିବାର ଉଦ୍ଦେଶ୍ୟ ରହିଛି ଭୋଟ ପ୍ରଚାର। ଓଡିଶାର ବିଧାୟକ ତଥା ସାଂସଦଙ୍କୁ ସେ ଭୋଟ ଦେବା ପାଇଁ ଅନୁରୋଧ କରିବେ। ସେ ବିଧାନ ସଭା ଯିବେ ବୋଲି ଜଣାପଡିଛି।

ଓଡିଶାରେ ପ୍ରମୁଖ ଦୁଇଦଳ ବିଜେଡି ଓ ବିଜେପି ତରଫରୁ ତାଙ୍କୁ ଭୋଟ ନିଶ୍ଚିତ ମିଳିବ। ହେଲେ କଂଗ୍ରେସ ତାଙ୍କୁ ଭୋଟ ଦେବ ନାହିଁ ବୋଲି ଦଳ ତରଫରୁ କୁହାଯାଇଛି। ବର୍ତ୍ତମାନ କଂଗ୍ରେସ ନଅ ଜଣ ବିଧାନସଭାରେ ଥିବା ବେଳେ ଜଣେ ସାଂସଦ ଅଛନ୍ତି। ହେଲେ ସେମାନଙ୍କର କେତେକ ଭୋଟ ଦ୍ରୌପଦୀଙ୍କ ଆଡକୁ ଯିବ ବୋଲି ସମ୍ଭାବନା ରହିଛି। ବର୍ତ୍ତମାନ ଦ୍ରୌପଦୀ ବିଭିନ୍ନ ରାଜ୍ୟ ଗସ୍ତ କରି ନିଜ ପାଇଁ ପ୍ରଚାର କରୁଛନ୍ତି।

Related posts