Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବ୍ରିକ୍ସ ଯୋଗାଯୋଗ ମନ୍ତ୍ରୀମାନଙ୍କ ୮ମ ବୈଠକରେ ଭାଗ ନେଲେ ଅଶ୍ୱିନୀ ବୈଷ୍ଣବ
ଆଜିର ଖବର

ବ୍ରିକ୍ସ ଯୋଗାଯୋଗ ମନ୍ତ୍ରୀମାନଙ୍କ ୮ମ ବୈଠକରେ ଭାଗ ନେଲେ ଅଶ୍ୱିନୀ ବୈଷ୍ଣବ

July 7, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଚୀନ ସଭାପତିତ୍ୱରେ ଗତକାଲି ବ୍ରିକ୍ସ ଯୋଗାଯୋଗ ମନ୍ତ୍ରୀମାନଙ୍କ ୮ମ ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଛି। ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ବୈଠକରେ ଭାଗ ନେଇ ଆଇସିଟି କ୍ଷେତ୍ରରେ ଭାରତର ପ୍ରମୁଖ ଉପଲବ୍ଧିଗୁଡିକୁ ଉଲ୍ଲେଖ କରିଥିଲେ। ଏହି ଅବସରରେ ଦୂରସଞ୍ଚାର କ୍ଷେତ୍ରରେ ସଂସ୍କାର ପାଇଁ ସରକାର ନେଇଥିବା ପଦକ୍ଷେପଗୁଡିକ ସମ୍ପର୍କରେ ମଧ୍ୟ ସେ ସୂଚାଇଥିଲେ।

ଜୁନ ୨୩-୨୪, ୨୦୨୨ରେ ଅନୁଷ୍ଠିତ ହୋଇଥିବା ୧୪ତମ ବ୍ରିକ୍ସ ସମ୍ମିଳନୀରେ ଚିହ୍ନିତ ହୋଇଥିବା ଆଇସିଟି କ୍ଷେତ୍ରରେ କାମ କରିବା ପାଇଁ ମନ୍ତ୍ରୀଗଣ ନିଷ୍ପତ୍ତି ନେଇଥିଲେ। ବ୍ରିକ୍ସ ଇନଷ୍ଟିଚ୍ୟୁଟ ଫର ଫ୍ୟୁଚର ନେଟୱର୍କ୍ସ (ବିଆଇଏଫଏନ), ଡିଜିଟାଲ ବ୍ରିକ୍ସ ଟାସ୍କ ଫୋର୍ସ (ଡିବିଟିଏଫ) ପାଇଁ ଚୂଡାନ୍ତ କାର୍ଯ୍ୟ ଯୋଜନାକୁ ସମସ୍ତ ମନ୍ତ୍ରୀ ପ୍ରଶଂସା କରିବା ସହ ଏହି ପ୍ରକ୍ରିୟା ବ୍ରିକ୍ସ ଦେଶଗୁଡିକ ମଧ୍ୟରେ ସୃଜନଶୀଳ ସହଯୋଗକୁ ସୁଦୃଢ କରିବ ବୋଲି ଆଶା ବ୍ୟକ୍ତ କରିଥିଲେ।

ମନ୍ତ୍ରୀଗଣ ୮ମ ବ୍ରିକ୍ସ ଯୋଗାଯୋଗ ବୈଠକର ଘୋଷଣାନାମାକୁ ସ୍ୱୀକୃତି ଦେଇଥିଲେ। ଆଧାର, କୋୱିନ, ୟୁପିଆଇ ଓ ଦୀକ୍ଷା ଭଳି ଡିଜିଟାଲ ପବ୍ଲିକ ଗୁଡ୍ସ ପାଇଁ ଭାରତର ମଞ୍ଚ ପ୍ରଦାନ ପ୍ରସ୍ତାବକୁ ସମସ୍ତ ମନ୍ତ୍ରୀ ପ୍ରଶଂସା କରିବା ସହ ଏହି କ୍ଷେତ୍ରରେ ଅଧିକ ସହଯୋଗ ପାଇଁ ନିଷ୍ପତ୍ତି ନେଇଥିଲେ।

ଅଶ୍ୱିନୀ ବୈଷ୍ଣବ ଚୀନ ବ୍ରିକ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ଫୋନ୍ ଯୋଗେ ପାଇଲଟ୍ ସ୍ମିତଙ୍କ ବାହାଦୂରୀକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

October 2, 2026

୨୯ ଟି ଜରୁରୀ ଗ୍ରାମୀଣ ରାସ୍ତା ଓ ପୋଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବ୍ରହ୍ମପୁର ସାଂସଦଙ୍କ ଚିଠି

October 2, 2026

ବିଧାନସଭାରେ ପାଳିତ ହେଲା ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ

October 2, 2026

୭୫ ବର୍ଷରେ ପ୍ରଥମ ଥର: ତୀରନ୍ଦାଜୀର ‘ରାଜା’ ଦକ୍ଷିଣ କୋରିଆକୁ ପରାସ୍ତ କରି ସ୍ଵର୍ଣ୍ଣ ଜିତିଲା ଭାରତ

October 2, 2026
Latest News

ଫୋନ୍ ଯୋଗେ ପାଇଲଟ୍ ସ୍ମିତଙ୍କ ବାହାଦୂରୀକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

October 2, 2026

୨୯ ଟି ଜରୁରୀ ଗ୍ରାମୀଣ ରାସ୍ତା ଓ ପୋଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବ୍ରହ୍ମପୁର ସାଂସଦଙ୍କ ଚିଠି

October 2, 2026

ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେଲା ୪୪ ଦିନିଆ ‘ଶିଶୁ ଶ୍ରମ ମୁକ୍ତ ଗ୍ରାମ ପଞ୍ଚାୟତ’ ସଚେତନତା ଅଭିଯାନ

October 2, 2026

ବିଧାନସଭାରେ ପାଳିତ ହେଲା ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ

October 2, 2026

୭୫ ବର୍ଷରେ ପ୍ରଥମ ଥର: ତୀରନ୍ଦାଜୀର ‘ରାଜା’ ଦକ୍ଷିଣ କୋରିଆକୁ ପରାସ୍ତ କରି ସ୍ଵର୍ଣ୍ଣ ଜିତିଲା ଭାରତ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.