ଭୁବନେଶ୍ବର: ପୁଣିଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରାଜ୍ୟରେ ୪୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୫୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୫୧୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୫୯ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୩୦୦ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨୧୨ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୧
ବାଲେଶ୍ଵର ଜିଲ୍ଲାରୁ- ୩
ବରଗଡ ଜିଲ୍ଲାରୁ- ୧
ଭଦ୍ରକ ଜିଲ୍ଲାରୁ- ୧
କଟକ ଜିଲ୍ଲାରୁ- ୮୯
ଦେବଗଡ ଜିଲ୍ଲାରୁ- ୨
ଗଞ୍ଜାମ ଜିଲ୍ଲାରୁ- ୨
ଜଗତସିଂହପୁର ଜିଲ୍ଲାରୁ- ୮
ଯାଜପୁର ଜିଲ୍ଲାରୁ- ୧୦
ଝାରସୁଗୁଡା ଜିଲ୍ଲାରୁ- ୭
କଳାହାଣ୍ଡି ଜିଲ୍ଲାରୁ- ୧
କେନ୍ଦ୍ରପଡା ଜିଲ୍ଲାରୁ- ୩
କେନ୍ଦୁଝର ଜିଲ୍ଲାରୁ- ୩
ଖୋର୍ଦ୍ଧା ଜିଲ୍ଲାରୁ- ୨୩୭
ମାଲକାନଗିରି ଜିଲ୍ଲାରୁ- ୩
ମୟୂରଭଞ୍ଜ ଜିଲ୍ଲାରୁ- ୮
ନୟାଗଡ ଜିଲ୍ଲାରୁ- ୧
ପୁରୀ ଜିଲ୍ଲାରୁ- ୨୯
ରାୟଗଡା ଜିଲ୍ଲାରୁ- ୨
ସମ୍ବଲପୁର ଜିଲ୍ଲାରୁ- ୬
ସୋନପୁର ଜିଲ୍ଲାରୁ- ୧୫
ସୁନ୍ଦରଗଡ ଜିଲ୍ଲାରୁ- ୨୯
ଷ୍ଟେଟ ପୁଲରୁ- ୫୧
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୨ ହଜାର ୯୨୮ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୦ ହଜାର ୯୫୪ ଏବଂ ବର୍ତ୍ତମାନ ୨୭୯୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।