
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୮ ହଜାର ୨୫୭ ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୨୪ ଘଣ୍ଟା ମଧ୍ୟରେ କରୋନାରେ ୪୨ ଜଣଙ୍କର ମୃତ୍ୟୁ ହୋଇଛି। ସେହିଭଳି ଏହି ସମୟ ମଧ୍ୟରେ ଦେଶରେ ୧୪ ହଜାର ୫୫୩ ରୋଗୀ ସଂକ୍ରମଣରୁ ମୁକ୍ତ ହୋଇଛନ୍ତି। ତେବେ ବର୍ତ୍ତମାନ ଦେଶରେ ମୋଟ ୪ କୋଟି ୨୯ ଲକ୍ଷ ୬୮ ହଜାର ୫୩୩ ରୋଗୀ କୋଭିଡରେ ସଂକ୍ରମିତ ହେବା ପରେ ସୁସ୍ଥ ହୋଇଯାଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି।
ଭାରତରେ ବର୍ତ୍ତମାନ ସୁଦ୍ଧା ମୋଟ ୪ କୋଟି ୩୬ ଲକ୍ଷ ୨୨ ହଜାର ୬୫୧ଜଣ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରୁ ମୋଟ ୫ ଲକ୍ଷ ୨୫ ହଜାର ୪୨୮ ଜଣଙ୍କର ମୃତ୍ୟୁ ହୋଇଛି।
Tags: କରୋନା ଅପଡେଟ୍, ରୋନା ଆକ୍ରାନ୍ତ