Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେଳମନ୍ତ୍ରୀଙ୍କ ଘୋଷଣା ପରେ ପୁରୀ-ନୁଆଗାଁ ରୋଡ୍ ମଧ୍ୟରେ ଚଳାଚଳ କରିବ ପାସେଞ୍ଜର ସ୍ପେଶାଲ ଟ୍ରେନ
ଆଜିର ଖବର

ରେଳମନ୍ତ୍ରୀଙ୍କ ଘୋଷଣା ପରେ ପୁରୀ-ନୁଆଗାଁ ରୋଡ୍ ମଧ୍ୟରେ ଚଳାଚଳ କରିବ ପାସେଞ୍ଜର ସ୍ପେଶାଲ ଟ୍ରେନ

July 12, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରେଳମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ପୂର୍ବତଟ ରେଳପଥ ପୁରୀ-ନୁଆଗାଁ ରୋଡ୍ ମଧ୍ୟରେ ପାସେଞ୍ଜର ସ୍ପେଶାଲ ଟ୍ରେନ ଚଳାଚଳ ପାଇଁ ନିଷ୍ପତ୍ତି ନେଇଛି।

୦୮୪୨୩/୦୮୪୨୪ ପୁରୀ-ନୁଆଗାଁ ରୋଡ୍-ପୁରୀ ପାସେଞ୍ଜର ସ୍ପେଶାଲ୍ ୨୦ ଜୁଲାଇ, ୨୦୨୨ ଠାରୁ ପୁରୀରୁ ସନ୍ଧ୍ୟା ୭ଘ.୫୦ମି.ରେ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ୨୧ ଜୁଲାଇ, ୨୦୨୨ ଠାରୁ ନୁଆଗାଁ ରୋଡରୁ ପୂର୍ବାହ୍ନ ୮ଘ.୧୦ମି.ରେ ପୁରୀ ଯାତ୍ରା କରିବ।

ଏହି ଟ୍ରେନରେ ପାଞ୍ଚଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଥିବାବେଳେ ଏହା ପୁରୀ ଏବଂ ନୁଆଗାଁ ରୋଡ୍ ମଧ୍ୟରେ ମାଳତୀପାଟପୁର, ଜାନକିଦେଇପୁର, ସାକ୍ଷୀଗୋପାଳ, ବୀରପୁରୁଷୋତ୍ତମପୁର, ଜେନାପୁର ପିଏଚ, ଡେଲାଙ୍ଗ, କଣାସ ରୋଡ, ମୋଟରୀ, ହରିପୁର ଗ୍ରାମ, ଖୋର୍ଦ୍ଧା ରୋଡ, ଖୋର୍ଦ୍ଧା ଟାଉନ, ବେଗୁନିଆ, ରାଜସୁନାଖଳା, ବୋଲଗଡ ଟାଉନ୍, ବୋଲଗଡ ରୋଡ୍, ନୟାଗଡ଼ ଟାଉନ୍ ଏବଂ ମହିପୁର ଷ୍ଟେସନ ମାନଙ୍କରେ ରହଣି କରିବ।

ପୁରୀ-ନୁଆଗାଁ ରୋଡ୍ ପାସେଞ୍ଜର ସ୍ପେଶାଲ୍ ପ୍ରଚଳନ ପରେ ଟ୍ରେନ ଚଳାଚଳର ସୁବିଧାକୁ ଦେଖି ୦୮୪୨୯ ଭୁବନେଶ୍ୱର-ନୁଆଗାଁ ରୋଡ୍ ପାସେଞ୍ଜର ସ୍ପେଶାଲ୍ ସମୟ ସାରଣୀକୁ ସଂଶୋଧନ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ୨୧ ଜୁଲାଇ ୨୦୨୨ ଠାରୁ ସ୍ଥିରୀକୃତ ଷ୍ଟେସନ ମାନଙ୍କ ଠାରେ ଏହି ଟ୍ରେନ୍ ପାଇଁ ସମୟ ମଧ୍ୟ ସଂଶୋଧିତ ହୋଇଛି। ଏହି ଟ୍ରେନ ଭୁବନେଶ୍ୱର ଠାରୁ ଏହାର ନିର୍ଧାରିତ ସମୟ ପୂର୍ବାହ୍ନ ୯ଘ.୨୫ମି. ପରିବର୍ତ୍ତେ ପୂର୍ବାହ୍ନ ୧୦ଘ.୨୦ମି. ରେ ଛାଡି ନୁଆଗାଁ ରୋଡ଼ ଠାରେ ଅପରାହ୍ନ ୧୨ଘ.୧୫ମି. ପରିବର୍ତ୍ତେ ୧ ଘଟିକାରେ ପହଞ୍ଚିବ।

ଅବଶ୍ୟ, ୦୮୪୩୦ ନୁଆଗାଁ ରୋଡ୍-ଭୁବନେଶ୍ୱର ପାସେଞ୍ଜର ସ୍ପେସିଆଲ୍ ନୁଆଗାଁ ରୋଡ୍ ଠାରୁ ଭୁବନେଶ୍ୱର ଫେରିବା ମାର୍ଗରେ ଏହାର ସମୟ ସାରଣୀ ଅପରିବର୍ତ୍ତିତ ରହିବ।

ପାସେଞ୍ଜର ସ୍ପେଶାଲ ଟ୍ରେନ ପୁରୀ-ନୁଆଗାଁ ରୋଡ୍ ପୂର୍ବତଟ ରେଳପଥ ରେଳମନ୍ତ୍ରୀଙ୍କ ଘୋଷଣା
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025
Latest News

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.