ଭୁବନେଶ୍ବର: ପୁଣିଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରାଜ୍ୟରେ ୫୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୭୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୭୪୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୮୭ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୪୩୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୦୭ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୧
ବାଲେଶ୍ଵର ଜିଲ୍ଲାରୁ- ୧୨
ବରଗଡ ଜିଲ୍ଲାରୁ- ୧
ଭଦ୍ରକ ଜିଲ୍ଲାରୁ- ୮
ବଲାଙ୍ଗୀରି ଜିଲ୍ଲାରୁ- ୪
ବୌଦ୍ଧ ଜିଲ୍ଲାରୁ- ୮
କଟକ ଜିଲ୍ଲାରୁ- ୧୧୫
ଦେବଗଡ ଜିଲ୍ଲାରୁ- ୮
ଗଜପତି ଜିଲ୍ଲାରୁ- ୨
ଗଞ୍ଜାମ ଜିଲ୍ଲାରୁ- ୧
ଜଗତସିଂହପୁର ଜିଲ୍ଲାରୁ- ୧୧
ଯାଜପୁର ଜିଲ୍ଲାରୁ- ୧୨
ଝାରସୁଗୁଡା ଜିଲ୍ଲାରୁ- ୬
କଳାହାଣ୍ଡି ଜିଲ୍ଲାରୁ- ୨
କେନ୍ଦ୍ରପଡା ଜିଲ୍ଲାରୁ- ୪
କେନ୍ଦୁଝର ଜିଲ୍ଲାରୁ- ୫
ଖୋର୍ଦ୍ଧା ଜିଲ୍ଲାରୁ- ୩୦୩
କୋରାପୁଟ ଜିଲ୍ଲାରୁ- ୧୦
ମୟୂରଭଞ୍ଜ ଜିଲ୍ଲାରୁ- ୧୬
ନବରଙ୍ଗପୁର ଜିଲ୍ଲାରୁ- ୭
ନୟାଗଡ ଜିଲ୍ଲାରୁ- ୧୧
ନୂଆପଡା ଜିଲ୍ଲାରୁ- ୧୧
ପୁରୀ ଜିଲ୍ଲାରୁ- ୩୬
ରାୟଗଡା ଜିଲ୍ଲାରୁ- ୩
ସମ୍ବଲପୁର ଜିଲ୍ଲାରୁ- ୧୪
ସୋନପୁର ଜିଲ୍ଲାରୁ- ୭
ସୁନ୍ଦରଗଡ ଜିଲ୍ଲାରୁ- ୬୫
ଷ୍ଟେଟ ପୁଲରୁ- ୬୦
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୫ ହଜାର ୩୨୮ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୨ ହଜାର ୨୭୦ ଏବଂ ବର୍ତ୍ତମାନ ୩୮୭୮ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।