Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭବାନୀପାଟଣା ଠାରେ ଖରିଫ ଋତୁ ୨୦୨୨ ପାଇଁ ଜିଲ୍ଲା ସ୍ତରୀୟ କୃଷି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ
ଆଜିର ଖବର

ଭବାନୀପାଟଣା ଠାରେ ଖରିଫ ଋତୁ ୨୦୨୨ ପାଇଁ ଜିଲ୍ଲା ସ୍ତରୀୟ କୃଷି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ

July 16, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଗତ ୧୪.୭.୨୦୨୨ରିଖ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଚଳିତ ଖରିଫ୍ ଋତୁ୨୦୨୨ ପାଇଁ ଏକ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଧର୍ମଗଡ ଉପ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ସମେତ ସମସ୍ତ ଜଳ ସମ୍ପଦ ବିଭାଗ, କୃଷି, ସମବାୟ, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ଜଳସେଚନ, ବ୍ୟାଙ୍କ୍, କୃଷି ବିଜ୍ଞାନ କେନ୍ଦ୍ରର ପ୍ରମୁଖ ଅଧିକାରୀ ଓ ଚାଷୀ ପ୍ରତିନିଧି ଯୋଗ ଦେଇଥିଲେ।

ସର୍ବପ୍ରଥମେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, କଳାହାଣ୍ଡି ଗତ ୨୦୨୧-୨୨ରେ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ଓ ଉପଲବ୍ଧି ଗୃହରେ ଉପସ୍ଥାପନ କରିଥିଲେ ଓ ଚଳିତ ଖରିଫ ଋତୁର ଧାର୍ଯ୍ୟ ଲକ୍ଷ୍ୟ ଉପସ୍ଥାପନ କରିଥିଲେ। ଚଳିତ ଖରିଫ ଋତୁରେ ଧାନ ୧,୮୬,୯୬୧ ହେକ୍ଟର,ମକା ୧୫୪୦୨ ହେକ୍ଟର, କ୍ଷୁଦ୍ର ଶସ୍ୟ ୯୩୦୦ ହେକ୍ଟର, ଡାଲି ଜାତୀୟ ଶସ୍ୟ ୬୫୭୪୨ ହେକ୍ଟର, ତୈଳବୀଜ ୧୨୬୨୦ ହେକ୍ଟର, କପା ଜାତୀୟ ୭୪୫୦୮ହେକ୍ଟର, ପନିପରିବା ୧୫୭୫୩ ହେକ୍ଟର, ମସଲା ଜାତୀୟ ୨୭୦୦ ହେକ୍ଟର, ଆଖୁ ୭୩୫ ହେକ୍ଟର ଏଭଳି ସମୁଦାୟ ୩,୮୩,୭୨୧ ହେକ୍ଟର ଜମିରେ ଚାଷ ର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ବୈଠକରେ ଜଣାଇଥିଲେ। ଏଥିମଧ୍ୟରୁ ୨,୪୧,୦୬୯ ହେକ୍ଟର ଜଳସେଚିତ ଏବଂ ୧୪୨୬୫୨ ହେକ୍ଟର ଅଣ ଜଳସେଚିତ ଜମିରେ ଚାଷ ହେବାପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ପ୍ରକାଶ କରିଥିଲେ।

ବୃହତ୍ ଜଳସେଚନ ଏବଂ ଅନ୍ୟାନ୍ୟ ଜଳସେଚନ ବିଭାଗର ଯନ୍ତ୍ରୀ ବର୍ଷା ଠିକ୍ ହେଲେ ଧାର୍ଯ୍ୟ ଜଳସେଚନର ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ବୃହତ୍ ଜଳସେଚନ ପ୍ରକଳ୍ପ ଯନ୍ତ୍ରୀ ଗତ ୬/୭/୨୦୨୨ରୁ ଇନ୍ଦ୍ରାବତୀ ଜଳସେଚନ କେନାଲରେ ଜଳ ଛଡାଯାଉଛି ଏବଂ ଏହା ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପ୍ରକାଶ କରିଥିଲେ।ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଚଳିତ ଖରିଫ ଋତୁ ପାଇଁ ବିଭିନ୍ନ ରାସାୟନିକ ସାର ୭୩୭୦୦ ମେଟ୍ରିକ୍ ଟନ୍ ଆବଶ୍ୟକତା ଥିବାବେଳେ ଏ ପର୍ଯ୍ୟନ୍ତ ୪୫୬୯୮ ମେଟ୍ରିକ୍ ଟନ୍ ପହଞ୍ଚିଥିବା ବିଷୟରେ ଗୃହ କୁ ଅବଗତ କରିଥିଲେ। ସେଭଳି ୨୦୨୧-୨୨ରେ ୨୦୫୫୯ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ଦିଆଯାଇଥିବାବେଳେ ୨୦୨୨-୨୩ରେ ୨୫୦୦୦ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଉତ୍ତମ ଧାନ ଓ ଅଣଧାନ ବିହନ ଉତ୍ପାଦନ କାର୍ଯକ୍ରମ ପାଇଁ ଚଳିତ ଖରିଫ ଋତୁରେ ୨୩୭୧୦ କ୍ଵିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଡିଲର ମାନଙ୍କୁ ତନଖି କରି ଉଚିତ୍ ମୂଲ୍ୟରେ ଚାଷୀ ମାନଙ୍କୁ ସାର,ବିହନ ଓ କୀଟନାଶକ ଯୋଗାଣ ପାଇଁ ସଭାର ଅଧ୍ୟକ୍ଷ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଓ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀ ପରସ୍ପର ସହ ସମନ୍ୱୟ ରକ୍ଷା କରି ଚାଷୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ଯୋଜନାର ସଫଳ ରୂପାୟନ କରି କଳାହାଣ୍ଡି ଚାଷୀ ଯେଭଳି ଚାଷ ସମ୍ପର୍କିତ ସମସ୍ତ ସରକାରୀ ସହାୟତା ପାଇପାରିବେ ତା ଉପରେ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

କୃଷି ନିର୍ଦ୍ଧାରଣ ବୈଠକ ପି. ଅନ୍ୱେଷା ରେଡ୍ଡୀ ଭବାନୀପାଟଣା
Share. Facebook Twitter LinkedIn Email WhatsApp Copy Link

Related Posts

Odisha Cabinet Meeting: ରାଜ୍ୟ କ୍ୟାବିନେଟର ବୈଠକ, ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଂଜୁରୀ

January 31, 2026

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମର୍ଥନରେ ଛାଡିଥିଲେ ପଦବୀ: ଏବେ ପ୍ରତ୍ୟାହାର କଲେ ଇସ୍ତଫା

January 31, 2026

ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ “ବୁଦ୍ଧ ସଂଘରେ ୪୦ ବର୍ଷ” ପୁସ୍ତକ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

January 31, 2026

ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେଲେ ଓଡିଶାର ଆଉ ତିନି ବରିଷ୍ଠ ଆଇଏଏସ ଅଧିକାରୀ

January 31, 2026
Latest News

ଇଶାନଙ୍କ ଶତକ ଏବଂ ଅର୍ଶଦୀପଙ୍କ ପଞ୍ଝା: ପଞ୍ଚମ ଟି-୨୦କୁ ୪୬ ରନରେ ଜିତିଲା ଭାରତ

January 31, 2026

Odisha Cabinet Meeting: ରାଜ୍ୟ କ୍ୟାବିନେଟର ବୈଠକ, ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଂଜୁରୀ

January 31, 2026

Union Budget 2026: ଆସନ୍ତାକାଲି ସଂସଦରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ

January 31, 2026

ଆରବ ବୈଦେଶିକ ମନ୍ତ୍ରୀଙ୍କ ପ୍ରତିନିଧି ଦଳକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

January 31, 2026

ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

January 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.