ଗୁଳିକାଣ୍ଡର ଦଳୀୟ ତଦନ୍ତ କରିବା ପାଇଁ ଘଷିପୁରା ଗସ୍ତ କଲେ ବିଜେପିର ଏକ ଟିମ

Published: Jul 19, 2022, 3:53 pm IST

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକର ଖଲଣା ଗୁଳିକାଣ୍ଡ ଘଟଣାର ସରଜମିନ ତଦନ୍ତ ପାଇଁ ବିଜେପି ପ୍ରତିନିଧି ଦଳ ଆଜି ଅପରାହ୍ନରେ ଖଲଣା ଗସ୍ତ କରିଛନ୍ତି। ଏହି ପ୍ରତିନିଧି ଦଳରେ ପୂର୍ବତନ ସାଂସଦ ତଥା ବିଜେପି ଅନୁସୂଚିତ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ବିଭୁ ପ୍ରସାଦ ତରାଇ, ରାଜ୍ୟ ଉପସଭାପତି ତଥା ବିଧାୟକ ଶ୍ରୀ ନାଉରୀ ନାଏକ, ବିଧାୟକ ଶ୍ରୀ ସନାତନ ବିଜୁଳି ଏବଂ ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା ପ୍ରମୁଖ ସାମିଲ ଅଛନ୍ତି।

ଗତ 14 ତାରିଖରେ ଖଲଣା ଗ୍ରାମରେ ହଣାକଟା ସହିତ ଗୁଳିମାଡ ମଧ୍ୟ ହୋଇଥିଲା। ହେଲେ ଏ ପର୍ଯ୍ୟନ୍ତ ପୋଲିସ କାହାକୁ ଗିରଫ କରିବାରେ ସଫଳ ହୋଇପାରି ନାହିଁ। ଏହାକୁ ନେଇ ପୋଲିସରେ ଏକ ମାମଲା ଋଜୁ କରାଯାଇଛି। ଏଥିରେ ଘଷିପୁରା ବିଧାୟକ ବଦ୍ରୀ ପାତ୍ରଙ୍କ ପୁତ୍ର ଦେବାଶିଷ ପାତ୍ର ସଂପୃକ୍ତ ଅଛନ୍ତି ବୋଲି ଅଭିଯୋଗ କରାଯାଇଛି।

Related posts