
ଭୁବନେଶ୍ଵର: ଆସନ୍ତା ଗୁରୁବାର ଦିନ (୨୧.୦୭.୨୦୨୨) ପୁରୀରୁ ଛାଡିବାକୁ ଥିବା ୨୦୯୧୮ ପୁରୀ-ଇନ୍ଦୋର ଏକ୍ସପ୍ରେସ ବାତିଲ ରହିବ।
ଆଜି ଇନ୍ଦୋରରୁ ଛାଡିବାକୁ ଥିବା ଏହାର ସଂଯୋଗକାରୀ ଟ୍ରେନ୍ ୨୦୯୧୭ ଇନ୍ଦୋର-ପୁରୀ ଏକ୍ସପ୍ରେସ ବାତିଲ ହେତୁ ପୁରୀ ଠାରୁ ଏହାକୁ ବାତିଲ କରାଯାଇଅଛି।
ଗତ ମଧ୍ୟରାତ୍ରିରେ ପଶ୍ଚିମ ରେଳପଥ ପରିସୀମା ମଧ୍ୟରେ ଥିବା ମଙ୍ଗଲ ମହୁଡି ଏବଂ ଲିମଖଡା ଷ୍ଟେସନ ମଧ୍ୟରେ ଏକ ପଣ୍ୟ ବାହୀ ଟ୍ରେନ୍ ଲାଇନଚ୍ୟୁତ କାରଣରୁ ଏହି ନିଷ୍ପତ୍ତି ନିଆଯାଇଅଛି।